ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଲୋକସଭାରେ ଉପସ୍ଥାପିତ ହେବ ୱାକଫ୍ ସଂଶୋଧନ ବିଲ୍,ଦଳୀୟ ସଦସ୍ୟଙ୍କୁ ହ୍ୱିପ୍‌ ଜାରି କଲା ବିଜେପି

Published By : Anindita Ratha | April 2, 2025 8:17 AM

ନୂଆଦିଲ୍ଲୀ,୦୨/୦୪: ବହୁ ପ୍ରତୀକ୍ଷିତ ୱାକଫ ସଂଶୋଧନ ବିଲ୍‌ ଆଜି ଲୋକସଭାରେ  ହେବ ଆଗତ। ପ୍ରଶ୍ନକାଳ ପରେ ମଧ୍ୟାହ୍ନ ୧୨ଟାରେ ଏହାକୁ  କରାଯିବ ଉପସ୍ଥାପନ । ବାଚସ୍ପତି ଓମ୍‌ ବିର୍ଲା ଏହା ଉପରେ ୮ ଘଣ୍ଟା ଚର୍ଚ୍ଚା ଲାଗି ସମୟ ଧାର୍ଯ୍ୟ କରିଛନ୍ତି । ୮ ଘଣ୍ଟା ଧରି ଆଲୋଚନା ହେବା ପରେ ଏହାକୁ ଗୃହୀତ କରାଯିବ । ଏହାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଏହାର ସାଂସଦମାନଙ୍କ ପାଇଁ ହ୍ୱିପ୍‌ ଜାରି କରାଯାଇଛି । ଗୃହରେ ଉପସ୍ଥିତ ରହିବାକୁ ସମସ୍ତଙ୍କୁ କୁହାଯାଇଛି । 

ବିଜ୍‌ନେସ୍‌ ଆଡ୍‌ଭାଇଜରି କମିଟି (ବିଏସି) ଏହି ସୂଚନା ଦେବା ପରେ ବିରୋଧୀ ଦଳଗୁଡ଼ିକ ବିଲ୍‌ ଉପରେ ୧୨ ଘଣ୍ଟା ଚର୍ଚ୍ଚା ପାଇଁ ଦାବି କରିଥିଲେ । ଆଲୋଚନା ସମୟ ବଢ଼ାଯାଇପାରେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି । ମଙ୍ଗଳବାର ବିଏସି ବୈଠକ ବସିଥିଲା । ତେବେ ବିରୋଧୀ ଦଳଗୁଡ଼ିକ ବୈଠକ ଛାଡ଼ି ଅଧାରୁ ପଳାଇଥିଲେ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି, ସରକାର ନିଜ ଏଜେଣ୍ଡାକୁ ଲଦିଦେବାକୁ ଚେଷ୍ଟା କରୁଛନ୍ତି । ବିରୋଧୀ ସଦସ୍ୟଙ୍କ କଥା ଶୁଣିବାକୁ ସେମାନେ ପ୍ରସ୍ତୁତ ନାହାନ୍ତି । ୱାକଫ ସଂଶୋଧନ ବିଲ୍‌ରେ ଥିବା ପ୍ରସ୍ତାବକୁ ଆମେ ବିରୋଧ କରୁଛୁ । ଲୋକସଭାରେ ଗଣତନ୍ତ୍ରର ସ୍ୱରକୁ ଚାପି ଦିଆଯାଉଥିବା ସମଗ୍ର ଦେଶ ଦେଖୁଛି । ଆମେ ଲୋକସଭାରୁ କକ୍ଷତ୍ୟାଗ କରିଛୁ । ସରକାରଙ୍କ ମନରେ କ’ଣ ଅଛି ଆମେ ତାହା ଜାଣିନାହୁଁ । ଗୋଗୋଇ ଆହୁରି କହିଛନ୍ତି, ଏପିକ୍‌ କାର୍ଡ, ମଣିପୁର ପ୍ରସଙ୍ଗ ଓ ୱାକଫ ସଂଶୋଧନ ବିଲ୍‌ ଆଦି ନେଇ ଚର୍ଚ୍ଚା ଲାଗି ସମସ୍ତ ବିରୋଧୀ ଦଳ ଦାବି କରିଥିଲେ ।

ବିରୋଧୀଙ୍କ ପାଖରେ ଅନ୍ୟ ବିକଳ୍ପ ନ ଥିବାରୁ ସେମାନେ ବିଏସି ବୈଠକକୁ ଅଧାରୁ ଛାଡ଼ି ପଳାଇ ଆସିଛନ୍ତି । ସରକାରଙ୍କ ଏଜେଣ୍ଡାକୁ ବିରୋଧ ପ୍ରଦର୍ଶନ ପୂର୍ବକ ବିରୋଧୀ ଦଳଗୁଡ଼ିକ ବୈଠକ ଅଧାରୁ ଉଠି ପଳାଇଥିଲେ । ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ସଂସଦ ବିରୋଧୀଙ୍କ ପାଇଁ ମଧ୍ୟ ସମାନ ଭାବେ ମହତ୍ତ୍ୱପୂର୍ଣ୍ଣ । କିନ୍ତୁ ସରକାର କୌଣସି ଆଲୋଚନାକୁ ଅନୁମତି ଦେଉନାହାନ୍ତି । ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆମେ ବାଧ୍ୟ ହୋଇ ବିଏସି ବୈଠକକୁ ଅଧାରୁ ଛାଡ଼ି ବାହାରି ଆସିଥିଲୁ । ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସି କହିଛନ୍ତି, ୱାକଫ ସଂଶୋଧନ ବିଲ୍‌ ଅସାମ୍ବିଧାନିକ । ଅନ୍ୟପକ୍ଷରେ ୱାକଫ ବିଲ୍‌ ଆଲୋଚନାରେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଭାଗ ନେବେ । କିନ୍ତୁ ଏହାକୁ ସେମାନେ ପାରୁ ପର୍ଯ୍ୟନ୍ତ ବିରୋଧ କରିବେ । ବିଲ୍‌ ବିରୋଧରେ ଭୋଟ ଦେବେ । ଆଜି ଇଣ୍ଡିଆ ମେଣ୍ଟର ଏକ ବୈଠକରେ ବିରୋଧୀ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଅନ୍ୟପଟେ ବର୍ତ୍ତମାନ ଲୋକସଭାରେ ମୋଟ ସଦସ୍ୟଙ୍କ ସଂଖ୍ୟା ୫୪୨ ରହିଥିଲା ବେଳେ ସେଥିରୁ ବିଲ୍‌ ଗୃହୀତ କରାଇବା ଲାଗି ୨୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ । ଏନ୍‌ଡିଏ ପାଖରେ ଏବେ ୨୯୩ ସଦସ୍ୟଙ୍କ ସମର୍ଥନ ରହିଥିବାରୁ ବିଲ୍‌ ଗୃହୀତ କରାଇବାରେ କୌଣସି ଅସୁବିଧା ହେବ ନାହିଁ । ଏନ୍‌ଡିଏ ସାଂସଦଙ୍କ ମଧ୍ୟରୁ ବିଜେପିର ୨୪୦ ସାଂସଦ ରହିଥିଲା ବେଳେ ଟିଡିପିର ୧୬, ଜେଡିୟୁର ୧୨, ଶିବସେନା (ସିନ୍ଦେ ଗୋଷ୍ଠୀ)ର ୭, ଏଲ୍‌ଜେପିର ୫, ଆରଏଲ୍‌ଡିର ୨, ଜେଡିଏସ୍‌ର ୨, ଜନସେନା ପାର୍ଟିର ୨ ଏବଂ ଅନ୍ୟାନ୍ୟ ଛୋଟ ସହଯୋଗୀ ଦଳର ୭ ଜଣ ସଦସ୍ୟ ଅଛନ୍ତି । 

ଏହା ମଧ୍ୟ ପଢନ୍ତୁ-  ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା, ୩ ଓ ୪ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ

ସେହିପରି ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟ ସଂଖ୍ୟା ରହିଛି ୨୩୪ । ମେଣ୍ଟ ଦଳ ଭାବେ କଂଗ୍ରେସର ୯୯ ସଦସ୍ୟ ଥିଲା ବେଳେ ସମାଜବାଦୀ ପାର୍ଟିର ୩୭, ଟିଏମ୍‌ସିର ୨୯, ଡିଏମ୍‌କେର ୨୨, ଶିବସେନା (ୟୁବିଟି) ର ୯, ଏନ୍‌ସିପି (ଶରଦ) ୮, ଆରଜେଡିର ୪, ସିପିଏମ୍‌ର ୪, ଜେଏମ୍‌ଏମର ୩, ଆଇୟୁଏମ୍‌ଏଲର ୩, ଆପ୍‌ର ୩, ଭିସିକେର ୨, ସିପିଆଇର ୨, ସିପିଆଇ (ଏମ୍‌ଏଲ)ର ୨, ଜେକେଏନ୍‌ସିର ୨ ଓ ଅନ୍ୟାନ୍ୟ ଛୋଟ ଦଳର ୫ ସଦସ୍ୟ ଅଛନ୍ତି । ଏନ୍‌ଡିଏ କିମ୍ବା ଇଣ୍ଡିଆ ମେଣ୍ଟରେ ସାମିଲ ନଥିବା ୱାଇଏସ୍‌ଆର କଂଗ୍ରେସ ପାର୍ଟି, ଶିରୋମଣୀ ଅକାଳୀ ଦଳ, ଏଆଇଏମ୍‌ଆଇଏମ୍‌ ଏବଂ ଅନ୍ୟାନ୍ୟ ଛୋଟ ଦଳ ଓ ସ୍ୱାଧୀନ ସଦସ୍ୟଙ୍କ ସଂଖ୍ୟା ୧୬ ରହିଛି । ହେଲେ ସେମାନେ ନିଜର ଆଭିମୁଖ୍ୟ ଏପର୍ଯ୍ୟନ୍ତ ସ୍ଥିର କରିନାହାନ୍ତି । ସେହିଭଳି ରାଜ୍ୟସଭାରେ ଏବେ ମୋଟ ସଦସ୍ୟ ସଂଖ୍ୟା ରହିଛି ୨୪୫ (୨୩୩ ନିର୍ବାଚିତ ଓ ୧୨ ମନୋନୀତ) । ବିଲ୍‌ ଗୃହୀତ କରାଇବା ଲାଗି ୧୧୭ ସଦସ୍ୟଙ୍କ ସମର୍ଥନ ଦରକାର ଥିଲା ବେଳେ ଏନ୍‌ଡିଏ ପାଖରେ ଏବେ ମୋଟ ୧୨୫ ସଦସ୍ୟଙ୍କ ସମର୍ଥନ ରହିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.