ଭୁବନେଶ୍ୱର ୨୪/୧୦: ବଙ୍ଗୋପସାଗର ଆଉ ଏକ  ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ଆହୁରି ବଳ ଗୋଟାଇ ଘନୀଭୂତ ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅବପାତ ରୂପ ନେଇପାରେ । ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ  କିଛି କିଛି ଜାଗାରେ ଘଡ଼ଘଡ଼ି ସହ  ବର୍ଷା ହୋଇପାରେ । ଆସନ୍ତା ୨୭  ଓ ୨୮ରେ ରାଜ୍ୟରେ ବର୍ଷା ବଢ଼ିବା  ସମ୍ଭାବନା ଅଛି । ଏହି  ସମୟରେ ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା ଅଛି । ୨୯ରୁ ବର୍ଷା  କମିପାରେ । ତା’ପରେ ପାଗରେ  ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।