ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଆଶଙ୍କା: ଆଜି ୧୫ ଜିଲ୍ଲାକୁ ଆଲର୍ଟ

Published By : Prameya | July 27, 2025 7:23 AM

ଭୁବନେଶ୍ୱର ୨୭/୦୭: ବର୍ଷା ପ୍ରକୋପ କମିଛି । ଏବେ  ଆଉ ବଡ଼ ବର୍ଷା ସମ୍ଭାବନା ନାହିଁ ।  ରବିବାରଠାରୁ ବର୍ଷା ପରିମାଣ  କମିବ । ସୋମବାର ଆହୁରି  କମିପାରେ । ଏଭଳି ପୂର୍ବାନୁମାନ  ଦେଖାଇଛି ପାଣିପାଗ ବିଭାଗ । 

ଅବପାତ ଉତ୍ତର ଛତିଶଗଡ଼  ଓ ପାଶ୍ୱର୍ବର୍ତ୍ତୀ ପୂର୍ବ ମଧ୍ୟପ୍ରଦେଶ  ଉପରେ ଥିଲା । ଏହା ପଶ୍ଚିମ  ଦିଗରେ ଗତି କରିବ । ସାମାନ୍ୟ  ଦୁର୍ବଳ ହୋଇ ରବିବାର ସକାଳକୁ  ସ୍ପଷ୍ଟ ଚିହ୍ନଟ ଲଘୁଚାପ ଅବସ୍ଥାରେ  ମଧ୍ୟପ୍ରଦେଶ ଉପରେ ଥିବ ।  ଓଡ଼ିଶାରେ ବର୍ତ୍ତମାନ ପ୍ରବଳ ବର୍ଷା  ନାହିଁ । 

ରବିବାର ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ  ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ  ଧରଣର ବର୍ଷା ହୋଇପାରେ । ଦକ୍ଷିଣ  ଓଡ଼ିଶାର ଅଳ୍ପ କିଛି ଜାଗାରେ ବର୍ଷା  ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ସୁନ୍ଦରଗଡ଼,  ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର,  ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,  କେନ୍ଦୁଝର ଓ ମୟୂରଭଞ୍ଜରେ  ଘଡ଼ଘଡ଼ି ସହ ପବନ ହୋଇପାରେ ।  

ସୋମବାର (୨୮ ତାରିଖ)ଠାରୁ  ବର୍ଷା ଅଳ୍ପ କିଛି ଅଞ୍ଚଳରେ ହେବ ।  ୨୯ରେ ଉତ୍ତର ଓଡ଼ିଶାର ଅନେକ  ସ୍ଥାନରେ ବର୍ଷା ହୋଇପାରେ । ୩୦  ଓ ୩୧ ତାରିଖରେ ରାଜ୍ୟର ଅନେକ  ସ୍ଥାନରେ ବର୍ଷା ସମ୍ଭାବନା ଅଛି ।  ୩୧ରେ ଗୋଟିଏ ଦୁଇଟି ସ୍ଥାନରେ  ପ୍ରବଳ ବର୍ଷା ହୋଇପାରେ। ଅଗଷ୍ଟ  ପହିଲାରେ ବର୍ଷା ଆହୁରି କମିଯିବ ।

ଗତ ୨୪ ଘଣ୍ଟା ଭିତରେ  ବୈତରଣୀ ଅବବାହିକାର ଚମ୍ପୁଆରେ  ୯୭ ମିଲିମିଟର, ଝୁମ୍ପୁରାରେ  ୭୧.୮, କରଞ୍ଜିଆରେ ୯୨.୩, ଯଶିପୁରରେ ୫୮.୨, କପ୍ତିପଦାରେ  ୧୧୭, ସ୍ୱାମପାଟଣାରେ ୭୬.୪,  ଶୁକ୍ରୁଳିରେ ୧୧୨, ରାଁରୁଆରେ  ୧୨୦ ମିମି ବର୍ଷା ହୋଇଛି ।  ସୁବର୍ଣ୍ଣରେଖା ଅବବାହିକାର  ଘାଟଶିଳାରେ ୧୨୦ ମିମି, ତିରିଂରେ  ୧୨୧, ରାଇରଙ୍ଗପୁରରେ ୧୦୦.୮,  କୁସୁମିରେ ୧୩୧, ଜାମଦାରେ ୧୫୮, ବହଳଦାରେ ୧୭୩  ମିମି ବର୍ଷା ସକାଳ ୮ଟା ୩୦  ସୁଦ୍ଧା ହୋଇଥିଲା । ବୁଢ଼ାବଳଙ୍ଗ  ଅବବାହିକାର ବାରିପଦାରେ ୧୬୩, ମୋରଡ଼ାରେ ୧୮୨, ଶ୍ୟାମଖୁଣ୍ଟାରେ  ୧୦୦ ମିମି ବର୍ଷା ହୋଇଛି । ମହାନଦୀ  ତଳମୁଣ୍ଡରେ ଝାରବନ୍ଧରେ ୧୦୨  ମିମି ଓ ବଲାଙ୍ଗିରରେ ୬୩ ମିମି  ବର୍ଷା ହୋଇଥିଲା । ଆଜି ଦିନରେ  ବଡ଼ ବର୍ଷା ବିଶେଷ ହୋଇନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.