ଭୁବନେଶ୍ୱର,୧୩/୧୦: ସୋମବାରଠାରୁ ରାଜ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ  ପ୍ରକ୍ରିୟା ଆରମ୍ଭ ହେବ । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ତେଲଙ୍ଗାନାର କିଛି  ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିପାରେ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ  କରିଛି ।

ସୋମବାର ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି  ସହ ସ୍ୱଳ୍ପ ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,  କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିର  କିଛି ସ୍ଥାନରେ ବର୍ଷା ସହ ୩୦ରୁ ୪୦କିମି ବେଗରେ ପବନ ବି ବହିବାର ଆଶଙ୍କା  ଅଛି । ସେହିଭଳି ୧୪ ତାରିଖ(ମଙ୍ଗଳବାର) ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା  ବର୍ଷା ହୋଇପାରେ ।

ରବିବାର କୋରାପୁଟରେ ୧୧.୪ ମିମି ବର୍ଷା ହୋଇଛି । ଗତ  ୨୪ ଘଣ୍ଟାରେ ଝାରସୁଗୁଡ଼ା ଦେଓଗାଁରେ ୭୫.୨ମିମି, କଳାହାଣ୍ଡି ଗୋଲାମୁଣ୍ଡାରେ  ୫୬, ନବରଙ୍ଗପୁର ତେନ୍ତୁଲିଖୁଣ୍ଟିରେ ୫୦, କୋରାପୁଟ ବନ୍ଧୁଗାଁରେ ୪୪, ବଲାଙ୍ଗିର  ବଙ୍ଗମୁଣ୍ଡାରେ ୪୦, କଳାହାଣ୍ଡି ଥୁ.ରାମପୁରରେ ୩୫, ନୂଆପଡ଼ା ସିନାପାଲ୍ଲୀରେ  ୩୦, ନବରଙ୍ଗପୁର ପାପଡ଼ାହାଣ୍ଡିରେ ୨୯, ରାୟଗଡ଼ା ବିଷମକଟକରେ ୨୮.୪  ଓ ମାଲକାନଗିରିରେ ୨୮.୨ ମିମି ବର୍ଷା ରେକର୍ଡ ହୋଇଛି ।