ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା

Published By : Prameya | May 22, 2025 7:45 AM

ଭୁବନେଶ୍ୱର,୨୨/୦୫: ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରି ରହିଛି । ପାଣିପାଗ  ବିଭାଗର ପୂର୍ବାନୁମାନ, ଏଭଳି ସ୍ଥିତି ଏବେ ଲାଗି ରହିବ । ଗୁରୁବାର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଛଟପଟ କରିପାରେ । ଆସନ୍ତା ୬  ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ସମ୍ବଲପୁର,  ବଲାଙ୍ଗୀର ଓ ସୋନପୁରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିପାରେ । 

ବୁଧବାର ସମ୍ବଲପୁର ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ବୌଦ୍ଧ  ୪୦.୨, ବଲାଙ୍ଗୀର ୩୯.୮, ହୀରାକୁଦ ୩୯.୬, ଝାରସୁଗୁଡ଼ା ୩୯.୪, ନୟାଗଡ଼  ୩୯.୨, ଅନୁଗୁଳ ୩୮.୭, ବାରିପଦା ୩୮, ସୁନ୍ଦରଗଡ଼ ୩୮.୨, ବରଗଡ଼ ୩୮.୫,  ନୂଆପଡ଼ା ୩୮.୫, ଖୋର୍ଦ୍ଧା ୩୮.୫, ଭବାନୀପାଟଣା ୩୮.୨, ଭୁବନେଶ୍ୱର ୩୭.୨,  ଡିଗ୍ରୀ ସେଲସିୟସ୍‌ ଥିଲା । ଦିନ ଭିତରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ  ପାଗ ଆଂଶିକ ମେଘୁଆ ଥିଲା । ମାତ୍ର ସନ୍ଧ୍ୟା ସୁଦ୍ଧା ବର୍ଷାର ଦେଖା ନଥିଲା ।  ତେବେ ରାତି ସାଢେ ୧୨ଟା ବେଳକୁ ରାଜଧାନୀରେ  କେତେକ ଅଂଚଳରେ ନିର୍ଦ୍ଧୁମ ବର୍ଷିଛି ।  ରାଜଧାନୀରେ କିଛି ସମୟ ପାଇଁ ହେଉପଛେ  କିଛି ଅଂଚଳରେ ମୂଶଳଧାରାରେ ବର୍ଷା  ହୋଇଥିଲା । ଫଳରେ ରାଜଧାନୀବାସୀଙ୍କୁ ତାତିରୁ  ତ୍ରାହି ମିଳିଛି । ଲୋକେ ଆଶ୍ୱସ୍ତ ହୋଇଛନ୍ତି । ବଲାଙ୍ଗୀରରେ ୮.୫ ମିଲିମିଟର, ରାୟଗଡ଼ାରେ ୬.୨, ସୋନପୁରର  ହାଲୁକା ବର୍ଷା ହୋଇଥିଲା ।  

ପୂର୍ବାନୁମାନ ହେଲା, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ  ଗୁଳୁଗୁଳି ଲାଗି ରହିବ । ରାଜ୍ୟର ଅଳ୍ପ କିଛି ସ୍ଥାନରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଘଡ଼ଘଡ଼ି  ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, ସୁନ୍ଦରଗଡ଼,  କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି  ଓ ନବରଙ୍ଗପୁରରେ ଘଡ଼ଘଡ଼ି, ୪୦ରୁ ୫୦ କିଲୋମିଟର ବେଗରେ ପବନ ଏବଂ  ଧୂଳିଝଡ଼ ଆଶଙ୍କା ଅଛି । ୨୩, ୨୪, ୨୫ ତାରିଖରେ ଏଭଳି କାଳବୈଶାଖୀ ଆଶଙ୍କା  ରହିଛି କେତେକ ଜିଲ୍ଲାରେ । ୨୬ ଓ ୨୭ ତାରିଖରେ ଅଳ୍ପ କିଛି ଜାଗାରେ ହାଲୁକାରୁ  ମଧ୍ୟମ ବର୍ଷା ହୋଇପାରେ ।

 ପାଣିପାଗ ବୈଜ୍ଞାନିକଙ୍କ ପୂର୍ବାନୁମାନ ଅନୁସାରେ, ଚଳିତବର୍ଷ ମୌସୁମୀ ବେଶ୍‌  ସକ୍ରିୟ ଅଛି । ଆସନ୍ତା ୨୪ କିମ୍ବା ୨୫ ତାରିଖବେଳକୁ ମୌସୁମୀ କେରଳ ଉପକୂଳ  ଛୁଇଁପାରେ । ଏ ବର୍ଷ ଓଡ଼ିଶାକୁ ମଧ୍ୟ ଆଗୁଆ ଆସିପାରେ ମୌସୁମୀ । ସେପର୍ଯ୍ୟନ୍ତ  ଗୁଳୁଗୁଳିରୁ ବଡ଼ ଧରଣର ଆଶ୍ୱସ୍ତି ସମ୍ଭାବନା କମ୍।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.