ଭୁବନେଶ୍ୱର ୦୯/୦୧: ଆସନ୍ତା ରବିବାରଠାରୁ ରାତି ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ । ଫଳରେ  ଶୀତ କମିଯିବ । ପାଣିପାଗ ବିଭାଗ  ଏହି ପୂର୍ବାନୁମାନ କରିଛି । ଗୁରୁବାର  ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ  କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି  ଆକଳନ କରାଯାଇଛି । 

ବୁଧବାର ରାଉରକେଲା  ଓ ଝାରସୁଗୁଡ଼ାରେ ରାତି ତାପମାତ୍ରା  ୮ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ୯,  କୋରାପୁଟରେ ୯.୨, ସୁନ୍ଦରଗଡ଼ରେ  ୧୦.୨, ଫୁଲବାଣୀରେ ୧୦.୫,  କେନ୍ଦୁଝରରେ ୧୧, ବଲାଙ୍ଗିରରେ ୧୧.୫,  ନବରଙ୍ଗପୁରରେ ୧୧.୬, ଅନୁଗୁଳରେ  ୧୨ ଓ ରାୟଗଡ଼ାରେ ପାରଦ ୧୨.୬ ଡିଗ୍ରୀ  ରହିଥିଲା । ଭୁବନେଶ୍ୱରରେ ୧୫.୩ ଓ  ପୁରୀରେ ୧୮.୪ ଡିଗ୍ରୀ ରେକର୍ଡ ହୋଇଛି ।