ଭୁବନେଶ୍ୱର,୦୭/୦୬: ବଡ଼ ବର୍ଷା ନାହିଁ । କାଁ ଭାଁ ଅଳ୍ପ ବର୍ଷା ହେବ । ହେଲେ ବିଜୁଳି, ଘଡ଼ଘଡ଼ି ଆଶଙ୍କା ବେଶି । ଅନ୍ୟପଟେ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ତ୍ତମାନ ଜାରି ରହିବ ଗରମ, ଗୁଳୁଗୁଳି ପ୍ରକୋପ । ଆସନ୍ତା ୫ ଦିନ ଏମିତି ଛଟପଟ କରାଇବ ଗୁଳୁଗୁଳିର ଯନ୍ତ୍ରଣା।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ପ୍ରକୋପ ଜାରି ରହିବ ।
୮ ତାରିଖ (ରବିବାର) ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା ଥିବା ବେଳେ ଉପକୂଳରେ ଗୁଳୁଗୁଳି ଲାଗି ରହିବ । ୧୦ ଯାଏ ଏଭଳି ପାଗ ସମ୍ଭାବନା ଅଛି । ୧୧ ଓ ୧୨ରେ ଗୁଳୁଗୁଳି ପ୍ରକୋପ କମିପାରେ, ମାତ୍ର ବର୍ଷାର ସମ୍ଭାବନା ବିଶେଷ ନାହିଁ । ତାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।