ଭୁବନେଶ୍ୱର,୦୭/୦୬: ବଡ଼ ବର୍ଷା ନାହିଁ । କାଁ ଭାଁ ଅଳ୍ପ ବର୍ଷା ହେବ । ହେଲେ ବିଜୁଳି, ଘଡ଼ଘଡ଼ି ଆଶଙ୍କା ବେଶି । ଅନ୍ୟପଟେ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ  ବର୍ତ୍ତମାନ ଜାରି ରହିବ ଗରମ, ଗୁଳୁଗୁଳି ପ୍ରକୋପ । ଆସନ୍ତା ୫ ଦିନ ଏମିତି  ଛଟପଟ କରାଇବ ଗୁଳୁଗୁଳିର ଯନ୍ତ୍ରଣା।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ  ଏବଂ ଗଜପତି ଜିଲ୍ଲାରେ ଗରମ ଓ ଗୁଳୁଗୁଳି  ପ୍ରକୋପ ଜାରି ରହିବ । 

୮ ତାରିଖ (ରବିବାର) ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା  ସମ୍ଭାବନା ଥିବା ବେଳେ ଉପକୂଳରେ ଗୁଳୁଗୁଳି ଲାଗି ରହିବ । ୧୦ ଯାଏ ଏଭଳି ପାଗ ସମ୍ଭାବନା ଅଛି । ୧୧ ଓ ୧୨ରେ ଗୁଳୁଗୁଳି ପ୍ରକୋପ କମିପାରେ, ମାତ୍ର ବର୍ଷାର  ସମ୍ଭାବନା ବିଶେଷ ନାହିଁ । ତାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।