ଭୁବନେଶ୍ଵର, ୧୧/୦୬ : କିଛି ଦିନ ମଧ୍ୟରେ, ମଳମାସ ଶେଷ ହେବ। ଏହାପରେ ବିବାହ ଋତୁର ଆରମ୍ଭ ହେବ। ହିନ୍ଦୁ ଧର୍ମରେ, ବିବାହ କେବଳ ଦୁଇଜଣଙ୍କ ମିଳନ ନୁହେଁ, ବରଂ ଏକ ପବିତ୍ର ଉତ୍ସବ। ଏହି ପବିତ୍ର ଉତ୍ସବ ନିମନ୍ତ୍ରଣ କାର୍ଡ ଛାପିବା ଠାରୁ ଆରମ୍ଭ ହୁଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ନିମନ୍ତ୍ରଣ କାର୍ଡ କେବଳ ବନ୍ଧୁ ପରିଜନଙ୍କୁ ଆମନ୍ତ୍ରଣ ଦେବାର ଏକ ଜରିଆ ନୁହେଁ, ଏହା ନୂଆ ଜୀବନରେ ସକାରାତ୍ମକତା ଆଣିବାର ଏକ ମାଧ୍ୟମ। ଏଥିପାଇଁ କାର୍ଡର ରଙ୍ଗ, ଡିଜାଇନ୍ ଏବଂ ଶବ୍ଦକୁ ଦେଖି ଚାହିଁ ଚୟନ କରିବା ଉଚିତ୍। ଯାହାକି ପରବର୍ତ୍ତୀ ସମୟରେ ବର-ବଧୂଙ୍କ ବୈବାହିକ ସମ୍ପର୍କ ଉପରେ ପ୍ରଭାବ ପକାଇବ। 

ବାସ୍ତୁ ଶାସ୍ତ୍ର ଅନୁସାରେ ନାଲି, ହଳଦିଆ, କେଶରୀ, ମେରୁନ କିମ୍ଵା ଗୋଲ୍ଡେନ ରଙ୍ଗର ନିମନ୍ତ୍ରଣ କାର୍ଡ ଛାପନ୍ତୁ। ନାଲି ରଙ୍ଗ ପ୍ରେମ ଏବଂ ସୌଭାଗ୍ୟର ପ୍ରତୀକ ହୋଇଥାଏ। ସେହିପରି ହଳଦିଆ ଏବଂ କେଶରୀ ରଙ୍ଗ ଭଗବାନ ବିଷ୍ଣୁ ଏବଂ ଦେବଗୁରୁ ବୃହସ୍ପତିଙ୍କ ସହ ଜଡ଼ିତ। ଏହା ବୈବାହିକ ଜୀବନକୁ ସୁଖମୟ କରିବ। ସେହିପରି କାର୍ଡରେ ସଠିକ୍ ଏବଂ ପବିତ୍ର ଚିହ୍ନ ରହିବା ଜରୁରୀ। ଏହା ସକାରାତ୍ମକ ଉର୍ଜା ବଢାଏ। ନିମନ୍ତ୍ରଣ କାର୍ଡରେ ଭଗବାନ ଗଣେଶ, ସ୍ଵସ୍ତିକ, ଓମ୍ କିମ୍ଵା କଳସ ଚିତ୍ର ରହିବା ଶୁଭ। ଶ୍ରୀଗଣେଶ ସ୍ଵୟଂ ବିଘ୍ନହର୍ତ୍ତା। ତାଙ୍କ ଚିହ୍ନ ରହିଲେ ବିବାହ ନିର୍ବିଘ୍ନରେ ପୂରଣ ହୁଏ ବୋଲି ବିଶ୍ଵାସ ରହିଛି। ତେବେ ଧ୍ୟାନ ଦେବେ କାର୍ଡରେ ଦେବାଦେବୀଙ୍କ ଆଧୁନିକ ଚିତ୍ର ରଖିବେ ନାହିଁ। 

ଆଜିକାଲି ବଜାରରେ ବିଭିନ୍ନ କଷ୍ଟୋମାଇଜ୍ କାର୍ଡ ମିଳୁଛି। ହେଲେ ବାସ୍ତୁ ନିୟମ ମାନିବା ଜରୁରୀ। ବିବାହ କାର୍ଡ ସର୍ବଦା ଆୟତ୍ତାକାର, ବର୍ଗାକାର ହେବା ଉଚିତ୍। ଅଣ୍ଡାକୃତ୍ତି, ଗୋଲ କିମ୍ଵା ତ୍ରିଭୁଜ ଆକାରର କାର୍ଡ ଛପାହୁଏ ନାହିଁ। ଏହା ନକାରାତ୍ମକ ଉର୍ଜା ଉତ୍ପନ୍ନ କରେ। କାର୍ଡରେ ଲେଖାହୋଇଥିବା ଶବ୍ଦ କିମ୍ଵା ଶ୍ଳୋକ ସ୍ପଷ୍ଟ ଓ ଆଦରଣୀୟ ହେବା ଉଚିତ୍। ସର୍ବଦା "ଓମ୍ ଶ୍ରୀ ଗଣେଶାୟ ନମଃ" କିମ୍ବା ଏକ ଶୁଭ ଶ୍ଳୋକ ସହିତ କାର୍ଡ ଆରମ୍ଭ କରନ୍ତୁ। ଏପରି ଶବ୍ଦ ବ୍ୟବହାର କରନ୍ତୁ ଯାହା ଅତିଥିମାନଙ୍କ ପାଇଁ ସହଜରେ ପଢିବା ସମ୍ଭବ। ଅସ୍ପଷ୍ଟ କିମ୍ବା ଅତ୍ୟଧିକ ବକ୍ର ଅକ୍ଷର ବ୍ୟବହାର ନକରିବା ଉଚିତ୍।

ଆଜିକାଲି କିଛି ଲୋକ କାର୍ଡରେ ଚମଡା ଫିନିସ୍ କିମ୍ବା ସିନ୍ଥେଟିକ୍ ଚକଚକିଆ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି। ବାସ୍ତୁ ଅନୁସାରେ, ଚମଡାକୁ ଅଶୁଦ୍ଧ ବୋଲି ବିବେଚନା କରାଯାଏ। ତେଣୁ ବିବାହ କାର୍ଡରେ ଏହାକୁ ବ୍ୟବହାର କରିବା ଅନୁଚିତ। ପରିବେଶ ଅନୁକୂଳ କିମ୍ବା ହାତ ତିଆରି କାଗଜକୁ ସର୍ବୋତ୍ତମ ହୋଇଥାଏ। କାର୍ଡ ଛାପିବା ପରେ ଏହାକୁ ପ୍ରଥମେ ଭଗବାନଙ୍କ ନିକଟରେ ସମର୍ପଣ କରନ୍ତୁ। ଏହାପରେ ବନ୍ଧୁବାନ୍ଧବଙ୍କୁ ବାଣ୍ଟନ୍ତୁ।

ଆହୁରି ପଢନ୍ତୁ- ଲଭ୍ ବାଇଟ୍ ଯୋଗୁଁ ଯାଇପାରେ ଜୀବନ, ଇଣ୍ଟିମେଣ୍ଟ ହେଲା ବେଳେ ରଖନ୍ତୁ ସଂଯମତା...