ଭୁବନେଶ୍ଵର, ୧୦/୦୬ : ଆଜିକାଲି ପ୍ରେମ ଜତେଇବା ତରିକା ପାଲଟିଛି ଲଭ୍ ବାଇଟ୍ ବା ହିକ୍କି । ଦୀର୍ଘ ସମୟ ଯାଏଁ କାନ୍ଧ କିମ୍ଵା ବେକକୁ କିସ୍ କଲେ ନାଲି ଦାଗ ହୋଇଯାଏ। ଏହାକୁ ଲଭ୍ ବାଇଟ୍ କୁହାଯାଏ। ହେଲେ ଆପଣ କେବେ ଭାବିଛନ୍ତି କି ? ଲଭ୍ ବାଇଟ୍ ଯୋଗୁଁ ଜୀବନ ବି ଯାଇପାରେ... ହଁ ଆଜ୍ଞା ଏହା ସତ। ଲଭ୍ ବାଇଟ୍ ଯୋଗୁଁ ନ୍ୟୁଜିଲାଣ୍ଡର ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିଲା। ତେବେ ଜାଣନ୍ତୁ ଲଭ୍ ବାଇଟ୍ ଯୋଗୁଁ କେମିତି ଜୀବନ ଯାଏ ? ଏହା ସହ ହିକ୍କି ଦାଗରୁ କେମିତି ମୁକ୍ତି ମିଳିବ...
ଲଭ୍ ବାଇଟ୍ ଯୋଗୁଁ ସବୁ କ୍ଷେତ୍ରରେ ଜୀବନ ଯାଏ ନାହିଁ। କିଛି ଘଣ୍ଟା ପରେ ଏହି ଦାଗ ମଧ୍ୟ ଚାଲିଯାଏ। କିନ୍ତୁ ଯଦି ଏହି ଦାଗ ଦୀର୍ଘ ଦିନ ଯାଏଁ ନଲିଭେ ଏବଂ ଏହାର ରଙ୍ଗ ନାଲିରୁ ବାଇଗଣୀ ହୋଇଯାଏ, ସେହି ସ୍ଥାନରେ କଷ୍ଟ ହୁଏ ତାହେଲେ ସତର୍କ ହୋଇଯାଆନ୍ତୁ। ଶିରା କ୍ଷତିଗ୍ରସ୍ତ ହୋଇପାରେ। ଡାକ୍ତରୀ ଭାଷାରେ କ୍ୟାରୋଟିଡ ଆର୍ଟରୀ ଉପରେ ଚାପ ପଡେ। ଶିରା ବ୍ଲକ ହୋଇଯାଏ। ଏହାଦ୍ଵାରା ମସ୍ତିଷ୍କକୁ ଅକ୍ସିଜେନ ମିଳେନାହିଁ। ଏହାଦ୍ଵାରା ଷ୍ଟ୍ରୋକ୍ ବିପଦ ବଢେ।
ବହୁ ସମୟରେ ଲଭ୍ ବାଇଟ୍ ଯୋଗୁଁ କ୍ୟାରୋଟିଡ ଧମନୀ ଫାଟିଯିବାର ସମ୍ଭାବନା ରହିଛି। ବେକର ଦୁଇ ପାର୍ଶ୍ଵରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଧମନୀ ରହିଛି। ଯାହାକି ରକ୍ତକୁ ଠିକ୍ ଫ୍ଲୋରେ ସଂଚାଳନ କରେ। ଯଦି ଏହି ନର୍ଭସ୍ ଉପରେ ଅଧିକ ଚାପ ପଡେ ତାହେଲେ ଏହା ଫାଟିଯାଏ। ରକ୍ତ ଜମାଟ ବାନ୍ଧେ। ବ୍ରେନରେ ଅଚାନକ ବ୍ଲଡ୍ ଫ୍ଲୋ ବଢିବାର ମଧ୍ୟ ସମ୍ଭାବନା ଅଧିକ। ଏହାଦ୍ଵାରା ମୁଣ୍ଡ ବୁଲାଏ, ହାର୍ଟ ଆଟାକ୍ ମଧ୍ୟ ହୋଇପାରେ। ଶରୀରର ଗୋଟିଏ ପଟ ପାରାଲେସେସ୍ ସମ୍ଭାବନା ମଧ୍ୟ ଖୁବ୍ ଅଧିକ।
କ'ଣ କରିବା ଉଚିତ୍ ?
ଯଦି ଲଭ୍ ବାଇଟ୍ ଚିହ୍ନ ହୋଇଛି, ତାହେଲେ ବରଫ ଘସି ଦିଅନ୍ତୁ। ଏହାଦ୍ଵାରା ବ୍ଲଡ୍ ଫ୍ଲୋ ଠିକରେ ହେବ। ଦାଗ ହଟିଯିବ। ୨ ରୁ ୩ ଦିନ ବରଫ ଘସିବା ପରେ ଗରମ ପାଣିରେ ଶେକ ଦେବେ। ଏପରି କଲେ ହିକ୍କି ଠିକ୍ ହୋଇଯିବ। ଦିନକୁ ୩ ରୁ ୪ ଥର ଶେକ ଦେବା ଉଚିତ୍। ଏସବୁ କରିବା ସତ୍ତ୍ଵେ ଯଦି କଷ୍ଟ ହୁଏ ଏବଂ ଦାଗ ନଯାଏ ତାହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଆହୁରି ପଢନ୍ତୁ- ବିଶ୍ୱର ସବୁଠୁ ଶାନ୍ତିପୂର୍ଣ୍ଣ ଦେଶ ଆଇସ୍ଲାଣ୍ଡ, ଜାଣନ୍ତୁ କେତେ ନମ୍ଵରରେ ଭାରତ...
ହତ୍ୟାର ୨୬ ଦିନ ପରେ ଉଦ୍ଧାର ହେଲା ଯୁବତୀଙ୍କ କଙ୍କାଳ,କେନ୍ଦୁଝର ଜିଲ୍ଲା ଭଦ୍ରାସାହି ପଞ୍ଚାୟତରେ ଘଟିଛି ଜଘନ୍ୟ କାଣ୍ଡ