ଭୁବନେଶ୍ଵର, ୦୮/୦୧ : କନ୍ୟା ବିବାହ ଯୋଜନାରେ ଉତ୍କଳିକାରୁ କିଣା ହେବ ବିବାହ ଉପହାର ଓ ସାମଗ୍ରୀ। ଉତ୍କଳିକା ଏବଂ ମହିଳା ଓ ଶିଶୁ ବିକାଶ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି MOU ସ୍ବାକ୍ଷରିତ ହୋଇଛି। ଏନେଇ ପ୍ରଭାତୀ କହିଛନ୍ତି ଯେ, ତିଥି ଆସିଲେ ବିବାହ ଆରମ୍ଭ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚଛି।
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅମାନଙ୍କୁ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି ଭଳି ବ୍ୟବହାର ସାମଗ୍ରୀ ଦିଆଯିବ। ଉତ୍କଳିକା ମାଧ୍ୟମରେ ସରକାର ହିତାଧିକାରୀଙ୍କୁ ଏହି ସାମଗ୍ରୀ ଯୋଗାଇ ଦେବେ। ଏହାଦ୍ଵାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ। ରାଜ୍ୟ ସରକାର ଗରିବ ଓ ଅସହାୟ ପରିବାରର ଝିଅମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକାରୀ ହୋଇଛି ।
ଏହି ଯୋଜନାରେ ବିବାହ ସମୟରେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ସହ ଉପହାର ଦିଆଯିବ। ସରକାର ମୋଟ୍ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ। ବାହାଘର ପଞ୍ଜୀକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୩୫ ହଜାର ଟଙ୍କା ଯିବ। ସରକାର ଉପହାର ପାଇଁ ୧୦ ହଜାର ଓ ସାଜସଜା ପାଇଁ ୬ ହଜାର ଟଙ୍କା ଦେବେ। ଏଥିପାଇଁ ଝିଅର ବୟସ ସର୍ବନିମ୍ନ ୧୮ ବର୍ଷ ହୋଇଥିବା ଆବଶ୍ୟକ। ପ୍ରଥମ ଥର ବିବାହ କରୁଥିବା ଯୁବତୀଙ୍କୁ ଏହି ସୁବିଧା ମିଳିବ। ବର କନ୍ୟା ଉଭୟ ଓଡ଼ିଶାର ହେଇଥିବା ଦରକାର । ଯେଉଁମାନେ ଗରିବ ସେଇମାନେ ଏଥିରେ ଲାଭ ପାଇବେ। ବିଧବା ମଧ୍ୟ ଆଉ ଥରେ ବାହାହେଲେ ଏହାର ଲାଭ ପାଇପାରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ଉତ୍କଳିକା ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
ଏହି ଖବରଟିକୁ ପଢନ୍ତୁ- ରାଜ୍ୟର ବିଭିନ୍ନ ଅଦାଲତକୁ ବୋମା ଧମକ : ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଇମେଲ୍, କୋର୍ଟ ପରିସରରେ ତନାଘନା