ଦେବଗଡ଼, ୦୮/୦୧ : ରାଜ୍ୟରେ ବୋମା ଆତଙ୍କ। ଅଜଣା ବ୍ୟକ୍ତିଙ୍କ ଧମକପୂର୍ଣ୍ଣ ଇମେଲ୍। କଟକ, ସମ୍ବଲପୁର ଓ ଦେବଗଡ଼ କୋର୍ଟକୁ ବୋମାରେ ଉଡ଼ାଇଦେବାକୁ ଧମକ। ଏହି ସବୁ ନ୍ୟାୟାଳୟ ପରିସରରେ ଆତଙ୍କ ଖେଳିଯାଇଛି। କାର୍ଯ୍ଯ ବନ୍ଦ ସହ କୋର୍ଟ ପରିସର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଛନ୍ତି। ସେପଟେ ହାଇକୋର୍ଟରେ ବୋମା ଗୁଜବ ପ୍ରଚାର ପରେ ଆତଙ୍କ ଖେଳି ଯାଇଛି।ଭୟରେ ଆଇନଜୀବୀ ଓ ଲୋକେ କୋର୍ଟ ପରିସରରୁ ବାହାରି ଆସିଛନ୍ତି। 

ଗୁରୁବାର ସକାଳୁ ହାଇକୋର୍ଟ ପୂର୍ବ ଭଳି କାର୍ଯ୍ୟ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଆଇନୀଜୀବୀଙ୍କ ସଂଖ୍ୟା ବଢିବା ଆରମ୍ଭ ହୋଇଥିଲା। ସକାଳ ପ୍ରାୟ ୧୨ଟା ସମୟରେ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଥିବା ପ୍ରଚାର ହୋଇଥିଲା। ଏହି ଇମେଲ୍ ବୋମା ଧମକ ଦିଆଯାଇଥିବା ଜଣାପଡ଼ିଥିଲା। ଏହାପରେ କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ସମସ୍ତ କର୍ମଚାରୀ, ଓକିଲ ଓ ମହକିଲ କୋର୍ଟ ପରିସରରୁ ବାହାରି ଆସିଥିଲେ। ଅଧଘଣ୍ଟା ଭିତରେ ପୁରା କୋର୍ଟ ପରିସର ଖାଲି ହୋଇଯାଇଥିଲା। ସମସ୍ତ କୋର୍ଟ ପରିସରରେ ଏବେ ଖାନତଲାସୀ ଚାଲିଛି। ଆଣ୍ଟି ବମ୍ ସ୍କ୍ଵାଡ୍ ସହ ପୁଲିସ ମୁତୟନ ହୋଇଛନ୍ତି। କୋର୍ଟ ପରିସରରେ ତନାଘନା ଚାଲିଛି। ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁର ଜରିଆରେ ଯାଞ୍ଚ ଚାଲିଛି। କିଏ ଇମେଲ୍ କଲା ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। 

​​​​​​​

ଏନେଇ ଡିଜିପି କହିଛନ୍ତି ଯେ, ରାଜ୍ୟର ଅନେକ କୋର୍ଟକୁ ଅଜଣା ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ପୁଲିସ ଏନେଇ ତଦନ୍ତ ଚଳାଇଛି। ଧମକ ଆସିଥିବା କୋର୍ଟ ପରିସର ଗୁଡ଼ିକରେ ଯାଞ୍ଚ ଚାଲିଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଲୋକମାନଙ୍କୁ ଭୟଭୀତ ନହେବାକୁ ଏବଂ ପୁଲିସକୁ ତଦନ୍ତରେ ସହଯୋଗ କରିବାକୁ ଡିଜିପି ଅପିଲ୍ କରିଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ନୂଆବର୍ଷରେ ଯାତ୍ରୀଙ୍କୁ ନୂଆ କଷ୍ଟ: ଭକ୍ତ ନିବାସରେ ୪ ଚକିଆ ଥୋଇଲେ ଦେବାକୁ ପଡ଼ିବ ୫୦୦ ଟଙ୍କା