ପ୍ରମୂଖ ଖବର
  • ନନ୍ଦନକାନନରେ ସିଂହ ଆକାଶର ମୃତ୍ୟୁ
  • ||
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ସାଇକେଲକୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି ; ଦୁଇ ମୃତ

Published By : Prameya | May 14, 2025 6:26 PM

ଶୁଳିଆପଦା,୧୪/୫:  ବରଯାତ୍ରୀ ଗାଡ଼ି ଧକ୍କାରେ ସାଇକେଲରେ ଯାଉଥିବା ବୃଦ୍ଧ –ବୃଦ୍ଧା ମୃତ । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନ ଶାଳବଣି ଗ୍ରାମର ପ୍ରତାପ ତୁଙ୍ଗ ଓ ତାଙ୍କ ପତ୍ନୀ ବାସମଣି । ଏ ନେଇ ଶୁଳିଆପଦା ଥାନାରେ ଏକ ମାମଲା ରୁଜୁ ହୋଇଛି।

ପ୍ରକାଶ ଯେ, ଶାଳବଣି ଗ୍ରାମର ପ୍ରତାପ ତୁଙ୍ଗ ଓ ତାଙ୍କ ପତ୍ନୀ ବାସମଣି ସାଇକେଲରେ ବାଘଡ଼ା ଆସୁଥିଲେ। ଏହି ସମୟରେ ଏକ ବାହାଘରିଆ ଗାଡ଼ି ଆସବାବପତ୍ର ଓ ବିଭିନ୍ନ ସାମଗ୍ରିକ ଲୋଡ଼ କରି ବାଘଡ଼ାରୁ ମୋରଡ଼ା ପଟକୁ ବହୁ ଦୃତ ଗତିରେ ଯାଉଥିଲା । ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଡାହାଣ ପଟକୁ ଯାଇ ସାଇକେଲରେ ଆସୁଥିବା ବୃଦ୍ଧ- ବୃଦ୍ଧାଙ୍କୁ ବହୁ ଜୋରରେ ଧକ୍କା ଦେଇଥିଲା । । ଫଳରେ ଉଭୟେ ବହୁ ଜୋରରେ ଛିଟିକି ହୋଇ ରାସ୍ତା କଡ଼ରେ ଥିବା ବିଲ ମଝିରେ ପଡ଼ି ଯାଇଥିଲେ । 

ଟାଟା ଏସିଟି ମଧ୍ୟ ରାସ୍ତା ତଳକୁ ଯାଇ ବିଲ ମଝିରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ଦେଖି ଆଖପାଖ ଲୋକ ଦୌଡ଼ି ଆସି ବୃଦ୍ଧ ଓ ବୃଦ୍ଧାଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ବାରିପଦା ପଣ୍ତିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ । ମେଡ଼ିକାଲ ଯିବା ରାସ୍ତାରେ ପ୍ରତାପ ତୁଙ୍ଗଙ୍କ ମୃତ୍ୟୁ ଘଟିଛି ଓ ପ୍ରତାପଙ୍କ ପତ୍ନୀ ବାସମଣିଙ୍କ ଗୁରୁତର ଭାବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଘଟଣା ଟି ଶୁଳିଆପଦା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାସ୍ଥଳରେ ଶୁଳିଆପଦା ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.