ଭୁବନେଶ୍ୱର ୨୬/୦୮: ଆଗାମୀ ପାର୍ବଣ ଋତୁରେ ଟ୍ରେନଗୁଡ଼ିକରେ ଯାତ୍ରୀ ଭିଡ଼ ହ୍ରାସ କରିବା ପାଇଁ ଭାରତୀୟ ରେଳ ମନ୍ତ୍ରଣାଳୟ ସ୍ୱତନ୍ତ୍ର ପଦକ୍ଷେପ ନେଇଛି । ଏଣିକି ପାଟନା ଏବଂ  ପୁରୀ ମଧ୍ୟରେ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ । ପୂର୍ବତଟ ରେଳପଥ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆସନ୍ତା  ୨୮ ତାରିଖରୁ ଡିସେମ୍ୱର ୨୫ ତାରିଖ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଚଳାଚଳ କରିବ ।

ସେହିପରି ପୁରୀରୁ ଆସନ୍ତା ୨୯  ତାରିଖରୁ ଡିସେମ୍ୱର ୨୬ ପର୍ଯ୍ୟନ୍ତ ପ୍ରତି  ଶୁକ୍ରବାର ଚଳାଚଳ କରିବ । ଏହି ପାଟନା-ପୁରୀ ଏକ୍ସପ୍ରେସରେ  ଗୋଟିଏ ଦ୍ୱିତୀୟ ଶ୍ରେଣୀ ଏସି କୋଚ୍‌, ୨ଟି ତୃତୀୟ ଶ୍ରେଣୀ  ଏସି କୋଚ୍‌, ୯ଟି ସ୍ଲିପର ଶ୍ରେଣୀ କୋଚ୍‌, ୬ଟି ଦ୍ୱିତୀୟ ଶ୍ରେଣୀ  ସିଟିଂ କୋଚ୍‌ ଓ ୨ଟି ଲଗେଜ୍‌ ଭ୍ୟାନ୍‌-କମ୍‌-ଦିବ୍ୟାଙ୍ଗଜନ  ଅନୁକୂଳ ସୁବିଧା ସହ ଦ୍ୱିତୀୟ ଶ୍ରେଣୀ କୋଚ୍‌ ରହିବ । ଏହି  ଟ୍ରେନ୍‌ ଉଭୟ ଦିଗରୁ ଯିବା ଆସିବା ବେଳେ ବଖତିଆରପୁର,  ବାରହ, ମୋକାମେହ, କିଉଲ, ଝୋଝା, ଜସିଡିହ, ମଧୁପୁର,  ଚିତ୍ତରଂଜନ, ଆସାନସୋଲ, ଦୁର୍ଗାପୁର, ବର୍ଦ୍ଧମାନ, ଡାନକୁନି,  ଅଣ୍ଡୁଲ, ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼ ଓ ସାକ୍ଷୀଗୋପାଳରେ ରହିବ ।