ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କୋରିଆନ୍‌ ଗ୍ଲାସ ସ୍କିନ୍‌ ପଛର ରହସ୍ୟ କ’ଣ? ଭିଡିଓ ସେୟାର କରି ସତ ଜଣାଇଲେ ବିୟୁଟି ବ୍ଲଗର୍‌

Published By : Krishna Priya | January 31, 2025 2:12 PM

ନୂଆଦିଲ୍ଲୀ ୩୧/୦୧: ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାଁନ୍ତି। ଏଥିପାଇଁ ଲୋକେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ଚର୍ଚ୍ଚା କରୁଥିବାର ଦେଖାଯାଉଛି। ବର୍ତ୍ତମାନ ସମୟରେ କେତେକ ମହିଳା କୋରିଆନ୍‌ ଟ୍ରିଟମେଣ୍ଟକୁ ଅଧିକ ଅନୁସରଣ କରୁଥିବାର ଦେଖାଯାଉଛି। ଯେଉଁଥିରୁ ଏକ ଉଜ୍ଜଳ, ଚିକ୍କଣ ଓ ଚମକଯୁକ୍ତ ତ୍ୱଚା ମିଳିଥାଏ। ତେଣୁ ଏହାକୁ ସମସ୍ତେ ପସନ୍ଦ କରୁଛନ୍ତି। କିନ୍ତୁ ଏହା ବାସ୍ତବରେ ସତ କି ମିଛ, ଏହାକୁ ନେଇ ନିକଟରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଜଣେ ବିୟୁଟି ବ୍ଲଗର କୋରିଆନ୍‌ ଗ୍ଲାସ ସ୍କିନ୍‌ ପଛର ରହସ୍ୟ ଲୋକମାନଙ୍କୁ ଜଣାଇଛନ୍ତି। ତେବେ ଏହାର ସତ୍ୟତା ଦେଖାଇବା ପାଇଁ ମହିଳା ଜଣଙ୍କ ଏକ ଭିଡିଓ ସେୟାର କରି ନିଜର ପ୍ରତିକ୍ରିୟା ଦେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ବିୟୁଟି ବ୍ଲଗରଙ୍କ ଗ୍ଲାସ୍‌ ସ୍କିନ୍‌ ଦେଖିବାକୁ ଯେତିକି ସୁନ୍ଦର ତଥା ଉଜ୍ଜ୍ୱଳ, ଏହା ପଛର ସତ୍ୟତା ସେତିକି ଭୟଙ୍କର। ଭିଡିଓରେ ମହିଳା ଜଣଙ୍କ ପ୍ରାକୃତିକ ଆଲୋକରେ ଛିଡା ହୋଇଥିବାବେଳେ, ତାଙ୍କ ତ୍ୱଚା ସଫା ଦେଖାଯାଇଥିଲା। କିନ୍ତୁ ଯେତେବେଳେ କ୍ୟାମେରା ଆଡକୁ ନିଜ ମୁହଁ ନେଇଥିଲେ, ତାଙ୍କ ତ୍ୱଚାରେ ଛୋଟ ଛୋଟ ଲୋମଛିଦ୍ର ଥିବା ଦେଖିବାକୁ ମିଳିଥିଲା। ଯାହାକୁ ସେ ମେକଅପ୍‌ ଲଗାଇ ଲୁଚାଇଥିଲେ। ତେବେ ଦୂରରୁ ଦେଖିଲେ ସମସ୍ତେ ଏପରି ଉଜ୍ଜ୍ୱଳ ତଥା କାଚ ପରି ତ୍ୱଚା ପାଇବାକୁ ପସନ୍ଦ କରିବେ। କିନ୍ତୁ ଏହା ପଛର ସତ୍ୟତା ଜାଣିଲେ, ଯେ କେହି ଆଚମ୍ବିତ ହେବେ। ଏହା ଏପରି ଏକ କୌଶଳ, ଯାହାକୁ ସବୁ ଇନଫ୍ଲୁଏନ୍ସରମାନେ ଆପଣାଇଥାନ୍ତି। ତେବେ ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି। ଏହା ସାମାଜିକ ଗଣମାଧ୍ୟମରେ ଝଡ ସୃଷ୍ଟି କରିଥିବାବେଳେ ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.