ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରେମର ସେତୁ ସାଜିଲା ସୋସିଆଲ ମିଡିଆ, ସାତ ଦିରିଆ ପାର କରି କୋରିଆନ୍‌ ପୁଅଙ୍କ ହାତ ଧରିଲେ ଓଡ଼ିଆ ଝିଅ..

ଭୁବନେଶ୍ୱର,୧୩/୦୨: କୁହାଯାଏ ପ୍ରେମର ସୀମା ମାପିହୁଏନି । ସାତଦରିଆ ପାର ହୋଇ ମନର ମିଳନ ହୋଇଥାଏ । ଏକଦା ଓଡ଼ିଶାର ଏକ ଉପାନ୍ତ ଗ୍ରାମର ପ୍ରଦ୍ୟୁମ୍ନ ମହାନନ୍ଦିଆ ନିଜ ପ୍ରେମ ପାଇବାକୁ ସାଇକେଲରେ ସ୍ୱିଡେନ୍‌ ଯାଇଥିଲେ । ସେଠାରେ ଚାର୍ଲୋଟ୍‌ ନାମକ ଜଣେ ଯୁବତୀଙ୍କୁ ନିଜର ଜୀବନସାଥୀଭାବେ ବାଛିଥିଲେ । ଏହି ୭୦ଦଶକର ଚର୍ଚ୍ଚିତ ପ୍ରେମ କାହାଣୀ ସାରା ବିଶ୍ୱବାସୀଙ୍କ ହୃଦୟକୁ ଛୁଇଁଥିଲା । ଏହାର ଅନେକ ବର୍ଷ ପରେ ସେହିଭଳି ଏକ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ଏ କାହାଣୀ ହେଉଛି  ଜଣେ ଓଡ଼ିଆ ଝିଅ ଓ ଆଉ ଜଣେ କୋରିଆର ଯୁବକ । ଉଭୟେ ପରସ୍ପରକୁ ହୃଦୟ ଦେଇ ବସିଥିଲେ । ଏଥିସହ ହାତ ଧରି ଖୁସିରେ ଜୀବନ ବିତାଉଛନ୍ତି ।

ନିମାପଡ଼ା ଅଞ୍ଚଳର ମୋନାଲିସା ଦାସ । ଉଚ୍ଚଶିକ୍ଷା ଅବସରରେ ସେ ଏକ ରିସର୍ଚ୍ଚ ପାଇଁ କାମ କରୁଥିଲେ । ବିଶେଷକରି କୋରିଆନ୍‌ ସଂସ୍କୃତି ଉପରେ ତାଙ୍କର ଗବେଷଣା ବିଷୟ ରହିଥିଲା । ତେଣୁ ସେଠିକାର ଭାଷା ଜାଣିବା ମୋନାଲିସାଙ୍କ ମଧ୍ୟରେ ଏକ ଇଚ୍ଛାଶକ୍ତି ଜନ୍ମିଥିଲା । ଏହି ସମୟରେ କୋରିଆର ୟୋଙ୍ଗ୍‌ ଚାନ୍‌ଙ୍କ ସହ ସୋସିଆଲ ମିଡିଆରେ ସାକ୍ଷାତ ହୋଇଥିଲା । ସୋସିଆଲ ମିଡିଆ ମାଧ୍ୟମରେ ଉଭୟେ ଭାବ ଆଦାନପ୍ରଦାନ କରିବା ସହ ୟୋଙ୍ଗ ତାଙ୍କୁ କୋରିଆନ୍‌ ଭାଷାରେ ତାଲିମ୍‌ ଦେଉଥିଲେ । ୟୋଙ୍ଗଙ୍କ କଥା ପ୍ରଥମେ ସେ ବୁଝିପାରୁନଥିବା ବେଳେ କେବଳ ଇଂରାଜୀରେ ହିଁ ମେସେଜ କରୁଥିଲେ । ପରସ୍ପର ନିଜ ନିଜ ଦେଶର ସଂସ୍କୃତି ଓ ପରମ୍ପରା ବିଷୟରେ ମଧ୍ୟ କଥାବାର୍ତ୍ତା ହେଉଥିଲେ । ଏମିତି କଥା ହେଉ ହେଉ ଧୀରେ ଧୀରେ ମୋନା ଓ ୟୋଙ୍ଗ ପ୍ରେମରେ ପଡ଼ିଯାଇଥିଲେ । ପ୍ରେମ ପରେ ଉଭୟେ ବିବାହ ପାଇଁ ମଧ୍ୟ ନିଷ୍ପତ୍ତି ନେଲେ । ସବୁଠିକ୍‌ ଥିଲା, କିନ୍ତୁ ଜଣେ ବିଦେଶୀ ପିଲା ହାତରେ ନିଜ ଝିଅକୁ କେମିିତି ଟେକିଦେବେ ତାକୁ ନେଇ ମୋନାଙ୍କ ପରିବାର ଲୋକେ ଅମଙ୍ଗ ହେଉଥିଲେ । 

ତଥାପି ମୋନା ନିଜ ପରିବାର ଲୋକଙ୍କୁ ବୁଝାସୁଝା କରାଇ ୟୋଙ୍ଗଙ୍କୁ ଓଡ଼ିଶା ଡାକିଥିଲେ । ମୋନାଙ୍କ କଥା ମାନି ୟୋଙ୍ଗ ଭୁବନେଶ୍ୱର ଆସି ପ୍ରେମିକାଙ୍କ ପରିବାରଲୋକଙ୍କୁ ଭେଟିଥିଲେ । ତେବେ ପ୍ରଥମ ଦେଖାରେ ହିଁ ୟୋଙ୍ଗ ମୋନାଙ୍କ ପରିବାରଲୋକଙ୍କୁ ପସନ୍ଦ ଆସିଥିଲେ । ଏହାପରେ ମୋନା ୟୋଙ୍ଗକୁ ନେଇ ଭୁବନେଶ୍ୱର ଓ କେତେକ ପର୍ଯ୍ୟଟନସ୍ଥଳୀ ବୁଲାଇଥିଲେ । କିଛିଦିନ ପରେ ୟୋଙ୍ଗ କୋରିଆ ଫେରିଯାଇଥିଲେ । ତେବେ ଗତବର୍ଷ ଉଭୟ ପାରମ୍ପରିକ ଓଡ଼ିଆ ରୀତିନୀତିରେ ବିବାହ କରିଛନ୍ତି । ଏବେ ମୋନା କୋରିଆରେ ନିଜ ସ୍ୱାମୀଙ୍କ ସହ ରହୁଛନ୍ତି । ସମୟ ପାଇଲେ ଦୁହେଁ ସେମାନଙ୍କ ପ୍ରେମ କାହାଣୀ ୟୁଟ୍ୟୁବ୍‌ ଓ ସୋସିଆଲ ମିଡିଆରେ କହୁଛନ୍ତି । ଏହି ଇଣ୍ଟର କଣ୍ଟ୍ରି ଲଭ୍‌ ମ୍ୟାରେଜ୍‌ କଥା ସମସ୍ତଙ୍କ ପସନ୍ଦ ଆସିଛି । ଏଥିସହ ମୋନା ଏବେ ଓଡ଼ିଆ ଝିଅ କୋରିଆନ୍‌ ବୋହୂର ମାନ୍ୟତା ପାଇଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.