ଜୀବନର ଏମିତି କୌଣସି ଗୋଟିଏ ଦିଗ ନାହିଁ, ଯାହା ସମ୍ପର୍କରେ ଭାରତୀୟ ସନାତନ ହିନ୍ଦୁ ଧର୍ମଶାସ୍ତ୍ର ବିଚାରାଲୋଚନା କରିନାହିଁ । ପୁରାଣଶାସ୍ତ୍ର ମଧ୍ୟ ଦମ୍ପତିଙ୍କ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନ ନେଇ ଦିଶା ନିର୍ଦ୍ଦେଶ କରାଯାଇଛନ୍ତି । ବିଷ୍ଣୁ ପୁରାଣର ଏକାଦଶ ଅଧ୍ୟାୟରେ ଏ ସମ୍ପର୍କରେ ଚର୍ଚ୍ଚା ରହିଛି ।

  • ଦିନବେଳେ ପୁରୁଷ-ସ୍ତ୍ରୀ ଯୌନକ୍ରିୟାରୁ ବିରତ ରହିବା  ଉଚିତ । ଏହା ଦ୍ୱାରା ମନୁଷ୍ୟ ପାପଭାଗୀ ହୋଇଥାଏ ।
  • ଭୂମି ଉପରେ ଶୟନ କରିବା ଅବସ୍ଥାରେ ଯୌନ ସମ୍ପର୍କ ରଖିବା ଅନୁଚିତ । ଏହାଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥାରେ ସର୍ବଦା ଅସ୍ଥିରତା ଲାଗି ରହେ ।
  • ଜଳାଶୟରେ ଥାଇ ଯୌନକ୍ରିୟାରେ ଲିପ୍ତ ହେବା ଅମଙ୍ଗଳକାରକ ଅଟେ ।
  • ପୂଜା,ପର୍ବ,ବ୍ରତ ଇତ୍ୟାଦି ବିଶେଷ ଶୁଭ ଦିନରେ ଯୌନକ୍ରିୟା ସମ୍ପର୍କରେ ଭାବିବା ମଧ୍ୟ ଅନୁଚିତ । ଏହି ଦିନଗୁଡ଼ିକରେ ସମ୍ପର୍କ ରଖିଲେ ଧର୍ମ ଏବଂ ଧନ ଉଭୟ ନଷ୍ଟ ହୋଇଥାଏ।
  • ପରସ୍ତ୍ରୀକୁ କାମନାଯୁକ୍ତ ନଜରରେ ଦେଖିବା ମହାପାପ । ଯିଏ ପରସ୍ତ୍ରୀ ସହ ଯୌନସମ୍ପର୍କ  ରଖେ ପରବର୍ତ୍ତୀ ଜୀବନରେ ତାକୁ ମେରୁଦଣ୍ଡ ବିହୀନ କୀଟପତଙ୍ଗ ଯୋନିରେ  ଜନ୍ମ ନେବାକୁ ପଡ଼େ । ସେ କ୍ଷୀଣକାୟ, ରୋଗୀଣା ହେବା ସହିତ ଅଳ୍ପାୟୁ  ହୋଇଥାଏ ।
  • ସୂର୍ଯ୍ୟୋଦୟ-ସୂର୍ଯ୍ୟାସ୍ତ  ସମୟରେ ଯୌନ ସମ୍ବନ୍ଧ  ସ୍ଥାପନ ଅଶୁଭ ଅଟେ । ଏହା ଶରୀରରେ  ରୋଗବ୍ୟାଧି ସୃଷ୍ଟି କରିବା ସହିତ  ମଣିଷକୁ ଅଳ୍ପାୟୁ  କରିଥାଏ ।