ବଡ଼ବିଲ ୧୫/୦୬: କେନ୍ଦୁଝରର ବଡ଼ବିଲ ନିକଟରେ ଭୟଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।ଘରକୁ ଧକ୍କା ଦେଇ ଓଲଟିଲା ସ୍କୋର୍ପିଓ। ଗାଡ଼ି ତଳେ ଚାପିହୋଇ ଚାଲିଗଲା ଜଣଙ୍କ ଜୀବନ। ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛି। ବିବାହ ଉତ୍ସବ ଯୋଗଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି।
ସୂଚନା ଅନୁଯାଇ, ରବିବାର ଏକ ସ୍କର୍ପିଓରେ ଯାତ୍ରୀମାନେ କରଞ୍ଜିଆରୁ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ । ଡ୍ରାଇଭାର ଜଣ ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ବସିଥିଲେ । ଫଳରେ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛ ଓ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେବା ପରେ ଘରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ଘର ଭିତରେ ଶୋଇଥିବା ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପାଟଣା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଏଥିସହିତ ଗାଡ଼ି ତଳେ ଚାପି ହୋଇ ରହିଥିବା ଜଣେ ମୃତକଙ୍କୁ ଉଦ୍ଧାର କରିବା ସହ ଗୁରୁତରମାନଙ୍କ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ :- Monday Open: ପହିଲି ରଜରେ ନନ୍ଦନକାନନ ବୁଲିଲେ ୩୦ ହଜାର ପର୍ଯ୍ୟଟକ, ସୋମବାରର ବି ଦେଖାଦେବ ପ୍ରବଳ ଭିଡ଼