ନୂଆଦିଲ୍ଲୀ : ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶର ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ (ଆଇସିଟି) ଗତ ବର୍ଷ ଛାତ୍ର ଆନ୍ଦୋଳନ ବେଳେ ହୋଇଥିବା ହିଂସା ଓ ମୃତ୍ୟୁ ନେଇ ମାନବତା ବିରୋଧରେ ଅପରାଧରେ ଦୋଷୀ କରାଯାଇଛି ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି। ଏହି ନିଷ୍ପତ୍ତି ପରେ କେବଳ ଶେଖ ହସିନା ନୁହେଁ , ବରଂ ତାଙ୍କର ପାର୍ଟି ବାଂଲାଦେଶ ଆୱାମୀ ଲିଗ୍ର ମଧ୍ୟ ରାଜନୀତିକ ଅସ୍ତିତ୍ୱ ଉପରେ ବିପଦ ଛାଇ ଯାଇଛି। ପ୍ରଶ୍ନ ସୃଷ୍ଟି ହୋଇଛି ଯେ, ହସିନା ଓ ତାଙ୍କର ପାର୍ଟି ନିକଟରେ ନିଜର ରାଜନୀତିକ ଭବିଷ୍ୟତକୁ ରକ୍ଷା କରିବା ପାଇଁ କଣ ବିକଳ୍ପ ରହିଛି।
ଏମିତି ଭାବେ ଶେଖ୍ ହସିନାଙ୍କ ନିକଟରେ ଆଇସିଟି ଦ୍ୱାରା ଶୁଣାଯାଇ ଥିବା ମୃତ୍ୟୁଦଣ୍ଡ ବିରୋଧରେ ଅପିଲର ରାସ୍ତା ବୈଷୟିକ ଭାବେ ଖୋଲା ରହିଛି, କିନ୍ତୁ ଏଥିପାଇଁ ସର୍ତ୍ତ ବହୁତ କଠିନ। ଆଇସିଟି ଆଇନର ଧାରା ୨୧ ଅନୁସାରେ , ମୃତ୍ୟୁଦଣ୍ଡ ପାଇଥିବା ଜଣେ ଦୋଷୀଙ୍କୁ ରାୟ ତାରିଖରୁ ୩୦ ଦିନ ମଧ୍ୟରେ ଗିରଫ କରାଯିବା ଆବଶ୍ୟକ କିମ୍ୱା କୋର୍ଟରେ ଆତ୍ମସମର୍ପଣ କରାଯିବ ଆବଶ୍ୟକ। ସେତେବେଳେ ବାଂଲାଦେଶ ସୁପ୍ରିମକୋର୍ଟଙ୍କର ଅପିଲେଟ୍ ଡିଭିଜନରେ ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲର ରାୟ ବିରୋଧରେ ଅପିଲ ଦାଖଲ କରାଯାଇ ପାରେ।
ଶେଖ ହସିନାଙ୍କ ମାମଲାରେ ଏହା ଶେଷ ତାରିଖ ୧୭ ଡିସେମ୍ୱର ୨୦୧୫। ଯଦି ସେ ଏହି ତାରିଖ ସୁଦ୍ଧା ବାଂଲାଦେଶର କୌଣସି କୋର୍ଟରେ ଆତ୍ମସମର୍ପଣ ନକରନ୍ତି କିମ୍ୱା ଗିରଫ ହୁଅନ୍ତି ନାହିଁ, ତ ଅପିଲର ଆଇନଗତ ଅଧିକାର ଆପଣାଛାଏଁ ସମାପ୍ତ ହୋଇଯିବ ଏବଂ ମୃତ୍ୟୁଦଣ୍ଡ ଚୂଡ଼ାନ୍ତ ହୋଇଯିବ। ବାଂଲାଦେଶର ସୁପ୍ରିମକୋର୍ଟଙ୍କୁ ଅପିଲ ଉପରେ ୬୦ ଦିନ ଭିତରେ ନିଷ୍ପତ୍ତି ଶୁଣାଇବା ଅନିବାର୍ଯ୍ୟ, ଅର୍ଥାତ୍ ହସିନାଙ୍କ ମାମଲାରେ ଏହି ତାରିଖ ସର୍ବାଧିକ ୧୫ ଫେବ୍ରୁଆରୀ ୨୦୨୬ ସୁଦ୍ଧା ହୋଇ ପାରେ।
ଶେଖ ହସିନା ଆଇସିଟିକୁ ‘ନକଲି ଓ ମିଛ କୋର୍ଟ’ ବୋଲି କହିଛନ୍ତି ଏବଂ ଭାରତରେ ଆଶ୍ରୟ ନେଉଛନ୍ତି , ଏଥିରେ ଏହି କଥାର ସମ୍ଭାବନା ବହୁତ କମ୍ ଯେ,ସେ ବାଂଲାଦେଶ ଯିବେ ,କୌଣସି କୋର୍ଟରେ ଆତ୍ମସମର୍ପଣ କରିବେ ଏବଂ ଯଦି ଏମିତି ନହୁଏ ତ ହସିନାଙ୍କର ରାଜନୀତିକ ପ୍ରତ୍ୟାବର୍ତ୍ତନ କେବଳ ଅସମ୍ଭବ ହୋଇ ଯିବନି, ଏହାସହ ପୂରା ଆୱାମୀ ଲିଗ୍ରେ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ ଦେବାର ଆଇନଗତ ରାସ୍ତା ମଧ୍ୟ ସବୁଦିନ ପାଇଁ ବନ୍ଦ ହୋଇଯିବ, ଅର୍ଥାତ୍ ଆଗାମୀ ୩୦ ଦିନ ହସିନା ଓ ଆୱାମୀ ଲିଗ୍ର ରାଜନୀତିକ ଅସ୍ତିତ୍ୱ ପାଇଁ ପ୍ରମୁଖ ହେବ।
ଶେଖ ହସିନା ବାଂଲାଦେଶର ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ ଦ୍ୱାରା ଶୁଣାଯାଇଥିବା ମୃତ୍ୟୁଦଣ୍ଡକୁ ପକ୍ଷପାତପୂର୍ଣ୍ଣ , ରାଜନୀତିକ ରୂପେ ପ୍ରେରିତ ଓ ଅବୈଧ ଦର୍ଶାଇଛନ୍ତି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ଏକ ‘ନକଲି ଓ ତଥାକଥିତ କୋର୍ଟ’ର ଯାହାକୁ କୌଣିସ ଜନାଦେଶ ପ୍ରାପ୍ତ ହୋଇ ନାହିଁ। କହି ରଖୁଛୁ କି, ଛାତ୍ର ଆନ୍ଦୋଳନ ହିଂସାତ୍ମକ ହେବା ଯୋଗୁଁ ଆୱାମୀ ଲିଗ୍ ମୁଖ୍ୟଶେଖ୍ ହସିନାଙ୍କୁ ୫ ଅଗଷ୍ଟ ୨୦୨୪ରେ ବାଂଲାଦେଶ ଛାଡ଼ିବାକୁ ବାଧ୍ୟ କରାଯାଇ ଥିଲା । ସେବେଠାରୁ ସେ ଭାରତରେ ଅଛନ୍ତି।