ନୂଆଦିଲ୍ଲୀ,୧୧/୦୨; ଜନ୍ମ-ମୃତ୍ୟୁ ଏକ ସ୍ୱାଭାବିକ ପ୍ରକ୍ରିୟା । ଜନ୍ମ ଥିଲେ ମୃତ୍ୟୁ ନିଶ୍ଚିନ୍ତ । କଣ ଆପଣ ଜାଣିଛନ୍ତି କି, ମଣିଷର ମୃତ୍ୟୁ ପରେ ଶରୀରରେ ସବୁ ଅଙ୍ଗ ଏକାସଙ୍ଗେ କାମ କରିବା ବନ୍ଦ କରିନଥାଏ । ମୃତ୍ୟୁ ପରେ ଧୀରେ ଧୀରେ ଅଙ୍ଗ କାମ କରିବା ବନ୍ଦ ହୁଏ । କିଛି ଅଙ୍ଗ ତ ମିନିଟରେ ଅଚଳ ହୁଏ ଆଉ କିଛି ଦିନ ସମୟ ନିଏ । ମୃତ୍ୟୁ ପରେ କର୍ନିଆ ୧୪ ଦିନ ଯାଏ ଅକ୍ଷତ ରହିଥାଏ । ଚର୍ମ,ହାଡ଼ ଅନେକ ଦିନ ଯାଏ ଆକ୍ଟିଭ ଥାନ୍ତି । ଏହାର ଅର୍ଥ ହେଉଛି ପ୍ରତ୍ୟେକ ଅଙ୍ଗକୁ ସଠିକ୍ ସମୟରେ ବାହାର କରି ଦାନ କରିବା ଦ୍ୱାରା ଏକ ଜୀବନ ବଞ୍ଚିପାରେ । ତେବେ କେଉଁ ଅଙ୍ଗ ପ୍ରଥମ କାମ କରିବା ବନ୍ଦ କରିଦିଏ । ବ୍ରେନ୍, ହାର୍ଟ ନା କିଡ଼ନୀ ? ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ମୃତ୍ୟୁ କଣ ଏବଂ ଅଙ୍ଗ କାହିଁକି ବନ୍ଦ ହୁଏ ? ସର୍ବପ୍ରଥମେ ବଝିବା ମୃତ୍ୟୁ କଣ ? ଡାକ୍ତର ମୃତ୍ୟୁ ଘୋଷଣା ସେବେ କରନ୍ତି ଯେବେ ହାର୍ଟବିଟ ଅଟକିଯାଏ ଅର୍ଥାତ୍ ସର୍କୁଲେଟରୀ ଡେଥ୍ । ମସ୍ତିସ୍କ ସମ୍ପୂର୍ଣ୍ଣ କାମ କରିବା ବନ୍ଦ କରିଦିଏ ଅର୍ଥାତ ବ୍ରେନ୍ ଡେଡ୍ । ମୃତ୍ୟୁ ପରେ ଶରୀରରେ ଅକ୍ସିଜେନ ଏବଂ ରକ୍ତ ପ୍ରବାହ ବନ୍ଦ ହୋଇଯାଏ । ଯେଉଁଥି ପାଇଁ ଅଙ୍ଗକୁ ଶକ୍ତି ମିଳେନାହିଁ । ପରିଣାମ ସୂରୁପ ଅଙ୍ଗ ଧୀରେ ଧୀରେ ଅଚଳ ହୋଇଯାଏ । ସବୁ ଅଙ୍ଗ ଏକାସଙ୍ଗରେ କାମ କରିବା ବନ୍ଦ କରିନଥାନ୍ତି । କିଛି ଅଙ୍ଗ ଜଲଦି ଅଚଳ ହୁଏ ତ କିଛି ସମୟ ନେଇଥାନ୍ତି । ଏହି ସମୟରେ ଶୀରରର ତାପାମାତ୍ରା, ମୃତ୍ୟୁର କାରଣ ଏବଂ ଚିକିତ୍ସା ସୁବିଧା ଉପରେ ନିର୍ଭର କରିଥାଏ । ଯଦି ଶରୀର ଥଣ୍ଡା ରୁହେ ତେବେ ଅଙ୍ଗ ଅଧିକ ସମୟ ବଞ୍ଚି ରହିଥାନ୍ତି । ମୃତ୍ୟୁ ପରେ ଅଙ୍ଗ ଗୁଡିକ ଏକ ନିଦ୍ଧିଷ୍ଟ ଉପାୟରେ କାମ କରିବା ବନ୍ଦ କରିଦିଏ । ଯେଉଁ ଅଙ୍ଗ ଅମ୍ଳଜାନ ଉପରେ ସବୁଠାରୁ ଅଧିକ ନିର୍ଭରଶୀଳ ସେମାନେ ପ୍ରଥମେ ଖରାପ ହୋଇଯାଆନ୍ତି ।
 

ଏହା ବି ପଢନ୍ତୁ...ଗଣ ବିବାହର ବିଶ୍ୱ ରେକର୍ଡ, ଛତିଶଗଡ଼ରେ ୬,୪୧୪ ଯୋଡ଼ିଙ୍କ ହାତଗଣ୍ଠି

ବ୍ରେନ୍- ମୃତ୍ୟୁ ପରେ ସର୍ବପ୍ରଥମେ ମସ୍ତିସ୍କର କୋଷର ଡେଡ୍ ହୋଇଥାଏ । ଅକ୍ସିଜେନ ନମିଳିବାରୁ ୪-୫ ମିନିଟରେ ବ୍ରେନ କାମ କରିବା ବନ୍ଦ କରିଦିଏ । ଏହି କାରଣରୁ ବ୍ରେନ ଡେଡ୍ ମୃତ୍ୟୁର ମୁଖ୍ୟ ସଙ୍କେତ କୁହାଯାଏ । ବ୍ରେନ୍ ଟ୍ରାନ୍ସପ୍ଲାଣ୍ଟ କରାଯାଏ ନାହିଁ । ହେଲେ ଏହା ଶରୀର ବାକି ଅଙ୍ଗକୁ ନିୟନ୍ତ୍ରଣ କରିଥାଏ ।

ହାର୍ଟ- ଅକ୍ସିଜେନ ଉପରେ ନିର୍ଭର କଲେ ହାର୍ଟ । ମୃତ୍ୟୁର ୪-୬ ଘଣ୍ଟାରେ ଏହା ଟ୍ରାନ୍ସପ୍ଲାଣ୍ଟ ପରେ ବୃଥା ହୋଇଯାଏ । ହେଲେ ମେସିନ ସପୋର୍ଟରେ (ଯେପରି ବ୍ରେନ ଡେଡ ମାମଲା)ରେ ଏହାକୁ ଅଧିକ ସମୟ ଆକ୍ଟିଭ ରଖାଯାଇପାରେ ।

ଫୁସଫୁସ୍- ହୃଦୟ ପରି ଫୁସଫୁସ୍ ୪-୬ ଘଣ୍ଟାରେ ଖରାପ ହୋଇଯାଏ । ତେଣୁ ମୃତ୍ୟୁ ସହିତ ଏହା କାମ କରିବା କ୍ଷମତା ଦ୍ରୁତ ଗତିରେ ହ୍ରାସ ପାଇଥାଏ ।

ଯକୃତ- ଏହା ଶରୀରର ସବୁଠୁ ବଡ଼ ଅଙ୍ଗ । ବିଷ ବାହାର କରିବାର କାମ କରିଥାଏ ଯକୃତ । ମୃତ୍ୟୁ ୮-୧୨ ଘଣ୍ଟା ପରେ ଏହା ବେକାର ହୋଇଯାଏ । ଲିଭର ବା ଯୁକୃତରେ ଇଜାଇମ ଅଧିକ ରହିଥାଏ । ତେଣୁ ଏହା ଜଲଦୀ ପଚିଯାଏ ।

କିଡନୀ- ମଣିଷ ଶରୀରର ସବୁଠୁ ମଜବୁତ ଅଙ୍ଗ ମଧ୍ୟରୁ ଗୋଟିଏ କିଡନୀ । ମୃତ୍ୟୁର ୨୪-୩୬ ଘଣ୍ଟା ଯାଏ ଏହାକୁ ଟ୍ରାନ୍ସପ୍ଲାଣ୍ଟ କରାଯାଇପାରେ । ଥଣ୍ଡା ବାତାବାରଣରେ ଏହାକୁ ଅଧିକ ସମୟ ଯାଏ ରଖାଯାଇପାରେ ।

​​​​​​​ଅଙ୍ଗଦାନ ମହତ୍ତ୍ୱ-  ମୃତ୍ୟୁ ପରେ ଅଙ୍ଗ ଦାନରୁ ଅନେକ ଜୀବନକୁ ନୂଆ ଜୀବନ ମିଳିଥାଏ । ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଅଙ୍ଗ ଅଚଳରୁ ଆଖି ବୁଜିଥାନ୍ତି । ଯଦି ମୃତ୍ୟୁର ତୁରନ୍ତ ପରେ ମଣିଷ ଶରୀରରୁ ଅଙ୍ଗ ବାହାର କରିଦିଆଯାଏ । ଫୁସଫୁସ୍ ପରି ଅଙ୍ଗ ୪-୬ ଘଣ୍ଟାରେ ଅନ୍ୟ କାହାକୁ ଦାନ କରାଯାଇପାରେ । ବ୍ରେନ୍ ଡେଥ୍ ମାମଲାରେ ମେସିନରେ ଅଙ୍ଗକୁ ସପୋର୍ଟ କରିବା ସମୟ ବଢାଯାଇପାରେ ।