ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଅମିତାଭ ବଚ୍ଚନଙ୍କ ଠାରୁ ବି କ୍ୟାମିଓ ପାଇଁ ଅଧିକ ଦରମା ନେଉଥିଲେ ଏହି ହାସ୍ୟ ଅଭିନେତା, ଜାଣନ୍ତୁ କିଏ...  

Published By : Anindita Ratha | April 26, 2025 2:42 PM

ମୁମ୍ବାଇ,୨୬/୦୪:୬୦ ରୁ ୭୦ ଦଶକ ମଧ୍ୟରେ ଯେତେବେଳେ ବଲିଉଡ଼ରେ ସୁପରଷ୍ଟାରଙ୍କ ଚମକ ଶୀର୍ଷରେ ଥିଲା। ସେହି ସମୟରେ ଏଭଳି କିଛି ହାସ୍ୟ ଅଭିନେତା ଥିଲେ,ଯେଉଁମାନେ କେବଳ ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନ ବନାଇ ନ ଥିଲେ ବରଂ ଭାରତରେ ସର୍ବାଧିକ ଦରମା ନେଉଥିବା ଅଭିନେତା ମଧ୍ୟ ଥିଲେ । ଏପରିକି ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରାଜେଶ ଖାନ୍ନାଙ୍କ ତୁଳନାରେ ଅଧିକ ଫିସ୍ ନେଇଥିଲେ। ତେବେ ସେହି ହାସ୍ୟ ଅଭିନେତାଙ୍କ ମଧ୍ୟରୁ ସବୁଠୁ ଶୀର୍ଷରେ ଥିଲେ  ମେହମୁଦ । 

ମେହମୁଦ ୧୯୪୦ ଦଶକରେ ଜଣେ ଶିଶୁ କଳାକାର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। କିନ୍ତୁ ସେ ୧୯୫୦ ଦଶକରେ ଜଣେ ହାସ୍ୟ ଅଭିନେତା ଭାବରେ ପରିଚିତି ପାଇଥିଲେ। ସେ ସିଆଇଡ଼ି ଏବଂ ପ୍ୟାସା ଭଳି ଚଳଚ୍ଚିତ୍ରରେ  ସହାୟକ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ୧୯୬୦ ଦଶକର ଶେଷ ଭାଗରେ ମେହମୁଦ ଅନେକ ସୁପରହିଟ୍ ଚଳଚ୍ଚିତ୍ରର ନେତୃତ୍ୱ ନେଇଥିଲେ। ପଡୋସନ,ଭୂତ୍ ବଙ୍ଗଳା, ଏବଂ ବମ୍ବେ ଟୁ ଗୋଆ ଭଳି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ସ୍ମରଣୀୟ ଥିଲା। ଏହି ଚଳଚ୍ଚିତ୍ରଗୁଡ଼ିକ ସହିତ ସେ ହାସ୍ୟରତ କ୍ଷେତ୍ରରେ ତାଙ୍କର ଶ୍ରେଷ୍ଠତାକୁ ଆହୁରି ସୁଦୃଢ଼ କରିଥିଲେ।  ସେହି ସମୟରେ ମେହମୁଦ ଭାରତରେ ସବୁଠାରୁ ଅଧିକ ଦରମା ପାଉଥିବା  ହାସ୍ୟ ଅଭିନେତା ଥିଲେ । 

ମହମୁଦ ମାତ୍ର ଦୁଇ ସପ୍ତାହର କ୍ୟାମିଓ ପାଇଁ ୭.୫ ଲକ୍ଷ ଟଙ୍କା ନେଉଥିଲେ। ସେହି ସମୟରେ ଯେତେବେଳେ ସୁନୀଲ ଦତ୍ତ, ଧର୍ମେନ୍ଦ୍ର, ଶମ୍ମି କପୁର ଏବଂ ରାଜେନ୍ଦ୍ର କୁମାରଙ୍କ ଭଳି ଅଭିନେତାମାନେ ଏକ ସମ୍ପୂର୍ଣ୍ଣ ଫିଲ୍ମ ପାଇଁ ୫ଲକ୍ଷ ଟଙ୍କାରୁ କମ୍ ଚାର୍ଜ କରୁଥିଲେ। ଏହା ବ୍ୟତୀତ ରାଜେଶ ଖାନ୍ନା ଏବଂ ଅମିତାଭ ବଚ୍ଚନଙ୍କ ଭଳି ସୁପରଷ୍ଟାର ମଧ୍ୟ ୭୦ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ୭.୫ ଲକ୍ଷ ଟଙ୍କା ଅତିକ୍ରମ କରିପାରି ନଥିଲେ। 

୮୦ ଦଶକରେ, ମେହମୁଦଙ୍କ ଫିଲ୍ମ କ୍ୟାରିଅର ଟିକେ ଧୀର ହୋଇଯାଇଥିଲା, କିନ୍ତୁ ତାଙ୍କର ଅନ୍ଦାଜ ଅପନା ଅପନା ଏବଂ ଗୁଡ୍ଡୁ ଭଳି କିଛି ଗୁରୁତ୍ୱପୂର୍ଣ୍ଣ ଫିଲ୍ମରେ କ୍ୟାମିଓ କରିଥିଲେ। ସେ ୧୯୯୬ ମସିହାରେ ତାଙ୍କର ଶେଷ ଚଳଚ୍ଚିତ୍ର ଦୁଷ୍ମନ୍ ଦୁନିଆ କା ର  ନିର୍ଦ୍ଦେଶନା ଦେଇଥିଲେ। ଏହା ପରେ ୧୯୯୮ ମସିହାରେ,ସେ ତାଙ୍କର ଶେଷ ଅନସ୍କ୍ରିନ୍ ଭୂମିକାରେ ଅଭିନୟ କରିଥିଲେ। ୨୦୦୪ ମସିହାରେ ମହମୁଦ ମୁମ୍ବାଇରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.