ନୂଆଦିଲ୍ଲୀ, ୩/୭ : ଜୁନ୍ ୨୬ରୁ ସଟଡାଉନ୍ ଥିବା ଇପିଏଫଓ ପୋର୍ଟାଲ ଆଜିଠାରୁ ପୁଣି ଆରମ୍ଭ ହୋଇଛି। ପିଏଫ୍ ଗ୍ରାହକମାନେ ସେମାନଙ୍କର ଅଟକିଥିବା କାମ ପୁଣି କରିପାରିବେ। ତେବେ ପିଏଫ୍ ର ପାସବୁକ୍ ୱେବସାଇଟ୍ ଏବେବି ଡାଉନ୍ ଅଛି। ଏମିତିରେ ପିଏଫ୍ ଖାତାଧାରକଙ୍କ ମନରେ ଗୋଟିଏ ପ୍ରଶ୍ନ ୟୁପିଆଇ ଏବଂ ଏଟିଏମ୍ ମାଧ୍ୟମରେ କେବେଠୁ ହୋଇପାରିବ ଟଙ୍କା ଉଠାଣ ?
ୟୁପିଆଇ ଏବଂ ଏଟିଏମ୍ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଣ ଘୋହଣା ପରଠୁ ଗ୍ରାହକମାନେ ଖୁବ୍ ଉତ୍ସାହିତ ଅଛନ୍ତି। ଏହି ସର୍ଭିସ୍ ପାଇଁ ଅପେକ୍ଷା କରି ରହିଛନ୍ତି। ଆଜିଠୁ ପିଏଫ୍ ପୋର୍ଟାଲ ଚାଲୁ ହୋଇଥିବାରୁ ଖୁବଶୀଘ୍ର ଏସି ସୁବିଧା ଆରମ୍ଭ ହୋଇଯିବ ବୋଲି କୁହାଯାଉଛି। ତେବେ ଏନେଇ କୌଣସି ଔପଚାରିକ ଘୋଷଣା ହୋଇ ନାହିଁ। ତେବେ ୱେବସାଇଟ୍ ଆରମ୍ଭ ହେବାର ୭ ରୁ ୧୦ ଦିନ ମଧ୍ୟରେ ଅର୍ଥାତ୍ ୧୫ ଜୁଲାଇ ସୁଦ୍ଧା ଏହି ସୁବିଧା ଆରମ୍ଭ ହୋଇଯିବ ବୋଲି ଅନୁମାନ କରାଯାଉଛି।
UPI ଉଠାଣ ମଡ୍ୟୁଲ୍ ସକ୍ରିୟ ହେବା ପରେ, ଗ୍ରାହକମାନଙ୍କୁ EPFO ପୋର୍ଟାଲ୍ ରେ ଯାଇ ସେମାନଙ୍କର ସେଭିଂ ବ୍ୟାଙ୍କ ଆକାଉଣ୍ଟ ସହିତ UPI ଆକ୍ଟିଭେଟ କରିବାକୁ ପଡିବ। ଏହାପରେ UPI ବ୍ୟବହାର କରି PF ପାଣ୍ଠିକୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିପାରିବେ। ନିକଟସ୍ଥ ATM ରେ ଆପଣଙ୍କର ATM କାର୍ଡରୁ PF ପାଣ୍ଠି ଉଠାଇ ପାରିବେ।
ଆହୁରି ପଢନ୍ତୁ- ଧର୍ମ ପରିବର୍ତ୍ତନ ପାଇଁ ଶବକୁ ମିଳୁନି ଶ୍ମଶାନ, ୨୪ ଘଣ୍ଟା ହେବ ପଡ଼ି ରହିଛି ମୃତଦେହ
୧୦ ଦିନ ମଧ୍ୟରେ PF ସୁଧ
EPF ଆକାଉଣ୍ଟରେ ସୁଧ ପୂର୍ବ ଅପେକ୍ଷା ବହୁତ ଶୀଘ୍ର ଆସିବ ବୋଲି ଆଶା କରାଯାଉଛି। ସରକାରୀ ସୂତ୍ର ଅନୁଯାୟୀ ସୁଧ ହାର ସ୍ଥିର ହେବାର ମାତ୍ର ୧୦ ଦିନ ମଧ୍ୟରେ ଆକାଉଣ୍ଟରେ ଜମା ହୋଇଯିବ। ପୂର୍ବରୁ, ଅକ୍ଟୋବର-ନଭେମ୍ବର ସୁଦ୍ଧା ସୁଧ ଆସୁଥିଲା କିନ୍ତୁ ଏବେ ଏହା ଶୀଘ୍ର ଆସିବ।