ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କପିଳେଶ୍ୱରଙ୍କ ପୀଠରେ ବଢୁଛି ଚୋରି ଓ ଛିନତାଇ, ସୁରକ୍ଷା ପ୍ରତି ଦୃଷ୍ଟି ଦେଉନି ମନ୍ଦିର ପ୍ରଶାସନ କିମ୍ବା ଏଏସଆଇ

Published By : Rasmita Pradhan | November 13, 2024 11:04 AM

ଭୁବନେଶ୍ୱର,୧୩/୧୧ : ଏକାମ୍ର କ୍ଷେତ୍ରର ଏକ ଗୁରୁତ୍ୱ ଶୈବ ପୀଠ ଭାବେ କପିଳେଶ୍ୱର ଜିଉଙ୍କ ସୁଖ୍ୟାତି ରହିଛି । ଏଠାକୁ ଦୈନିକ ଓ ପର୍ବପର୍ବାଣୀରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଏହି ପୀଠର ଗୁରୁତ୍ୱ କେଉଁକାଳରୁ ରହିଛି। ହେଲେ ଏହାର ସୁରକ୍ଷା ପ୍ରତି ନା ମନ୍ଦିର ପ୍ରଶାସନ କିମ୍ବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନ (ଏଏସଆଇ) ଦୃଷ୍ଟିଦେଉନାହିଁ । ଫଳରେ ଏବେ ଲଗାତର ଏଠାରେ ଛୋଟମୋଟ ଚୋରି, ଛିନତାଇ ଭଳି ଅଘଟଣ ଶୁଣିବାକୁ ମିଳୁଛି । ଯାହାକୁ ନେଇ ସବୁ ମହଲରେ ଅସନ୍ତୋଷ ।  

ସୂଚନା ଅନୁଯାୟୀ, ଗତ ମାସ ୨୮ ତାରିଖର ଏଠାରେ ଭିଡ ଭିତରେ ଜଣେ ମହିଳାଙ୍କ ଓଜନିଆ ସୁନା ଚେନ ହଜିଥିଲା। ଯାହା ଅନେକ ଖୋଜାଖୋଜି ପରେ ଏବଂ ପୋଲିସ ହସ୍ତକ୍ଷେପ କରିବାରୁ ତାଙ୍କୁ ବହୁ କଷ୍ଟରେ ମିଳିଥିଲା । ଏହା ବ୍ୟତିତ କିଛି ଅସାମାଜିକ ସାଇକେଲ ରିମ ସ୍ପୋକରେ(ଖାଡି)ଅଠା ଲଗାଇ ଦାନ ବାକ୍ସରୁ ଟଙ୍କା ବାହାର କରି ନେଇ ଯାଉଥିବା ସେବାୟତ ମାନେ ଲଗାତାର ଅଭିଯୋଗ କରୁଛନ୍ତି । ସେମାନେ କହିଛନ୍ତି ଯେ, ଏବେ ଠାକୁରଙ୍କ ନୀତି କରିବାକୁ ଟଙ୍କା ନଅଣ୍ଟ । ଏଣେ ଚୋର ଚୋରି କରି ଟଙ୍କା ନେଇ ଯାଉଛନ୍ତି । ସେହିପରି ଅନେକ ଯାନିଯାତରାରେ ଏହି ପୀଠର ଅଧିଷ୍ଠାତ୍ରୀ ମା’ଦକ୍ଷିଣକାଳୀଙ୍କୁ ସୁନା ମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାରରେ ଆଭୂଷିତ କରିବାର ବିଧି ବ୍ୟବସ୍ଥା ରହିଛି । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହି ସବୁ ଅଳଙ୍କାର ଦେବସେବାରେ ବ୍ୟବହାର ହୋଇ ପାରୁନି। ଫଳରେ ଆମ ଇଷ୍ଟ ଠାକୁରାଣୀଙ୍କ ଗଳା ଏବଂ ମସ୍ତକ ଖାଲି ରହୁଛି । ବାଧ୍ୟ ହୋଇ ସେସବୁ ମୂଲ୍ୟବାନ ଅଳଙ୍କାର ଅନ୍ୟ ସ୍ଥାନରେ ରଖାଯାଉଛି । ଏ ସମସ୍ତ ଦିଗକୁ ବିଚାରକୁ ନେଲେ ଏଠାରେ ଆବଶ୍ୟକ ସଂଖ୍ୟକ ସିସି କ୍ୟାମେରା ବ୍ୟବସ୍ଥା କରାଯିବା ଲାଗି ରାମଚନ୍ଦ୍ର ମଲିଆ,ରୋହିତ ପଣ୍ଡା,ନୀଳମଣି ମଲିଆ,ଅଚ୍ୟୁତାନନ୍ଦ ମଲିଆଙ୍କ ସମେତ ଅନେକ ସେବାୟତ ଦାବି କରିଛନ୍ତି । 

ଏହି ସେବାୟତମାନଙ୍କ ସମେତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ମଧ୍ୟ ସମାନ ଦାବି କରିଛନ୍ତି । ଏ ବାବଦରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନ(ଏଏସଆଇ)ଭୁବନେଶ୍ୱର ଚାପଟର ସୁପରିଟେଣ୍ଡେଣ୍ଟ ନନ୍ଦ କିଶୋର ସ୍ୱାଇଁ କହିଛନ୍ତି ଯେ, ଆମେ ଅଳ୍ପ ଦିନ ପୂର୍ବେ ଏହି ମନ୍ଦିରର ସମସ୍ତ ଆବଶ୍ୟକ ଥିବା କାର୍ଯ୍ୟ ଗୁଡିକୁ ଅନୁଧ୍ୟାନ କରି ମୂଖ୍ୟାଳୟକୁ ଅବଗତ କରିଛୁ । ଏବେ କିନ୍ତୁ ଏହି ଦିଗଟି ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଅନ୍ୟପଟେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଭୁବନେଶ୍ୱର ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ କହିଛନ୍ତି ଯେ ଆମେ ପ୍ରତିଟି ଆବଶ୍ୟକତାକୁ ଗୁରୁତର ସହ ବିଚାର କରୁଛୁ । ଯଥା ସମ୍ଭବ ଚେଷ୍ଟା କରିବୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.