ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦୁନିଆର ସବୁଠାରୁ ଅଦ୍ଭୁତ ଦେଶ: ୧୨ କିଲୋମିଟର ଲମ୍ବା ଏବଂ ୨୦୦ ମିଟର ଚଉଡ଼ା, ତଥାପି ରହିଛି ଖାସ୍

Published By : Harapriya Biswal | October 26, 2024 4:16 PM

ନୂଆଦିଲ୍ଲୀ,୨୬।୧୦: ଦୁନିଆର ଅନେକ ଦେଶ ଅଛି, ଯାହାକି ନିଜର ଭିନ୍ନ ଭିନ୍ନ ପରିଚୟ ରଖେ। କିନ୍ତୁ ଆଜି ଯେଉଁ ଦେଶ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ବାସ୍ତବରେ ଖୁବ୍ ଖାସ୍। ଏହି ଦେଶ ମାତ୍ର ୧୨ କିଲୋମିଟର ଲମ୍ବା ଓ ୨୦୦ ମିଟର ଚଉଡା । ସେଠାରେ ରହିଛି ମାତ୍ର ଗୋଟିଏ ଏୟାରପୋର୍ଟ, ହସ୍ପିଟାଲ ଓ ପୋଲିସ୍ ଷ୍ଟେସନ୍। ଏହି ଦେଶର ନାଁ ହେଉଛି ତୁଭାଲୁ।

ତୁଭାଲୁ ହେଉଛି ଏକ ଦ୍ବୀପ ଦେଶ। ଯାହାକି ପ୍ରଶାନ୍ତ ମହାସାଗର ଓ ଅଷ୍ଟେ୍ରଲିଆ ମଧ୍ୟରେ ରହିଛି। ତା’ର ରାଜଧାନୀ ହେଉଛି ଫାନାଫୁଟି। ସେଠାରେ ତୁଭାଲୁଆନ୍‌ ଓ ଅଷ୍ଟେ୍ରଲୀୟ ଡଲାର କରେନ୍ସିର ପ୍ରଚଳନ ରହିଛି। ପଡୋଶୀ ଦେଶ ଭାବରେ ଅଛନ୍ତି କିରିବାତି ଓ ଫିଜି। ଏହି ଦେଶ ମୋଟ ୯ଟି ଛୋଟ ଛୋଟ ଆଇ୍ୟାଣ୍ଡ ମିଶ୍ରଣରେ ତିଆରି ହୋଇଛି। ସେଠାରେ ମୋଟ ଜନସଂଖ୍ରା ରହିଛି ୧୨,୩୭୩। ୨୦୨୧ ନଭେମ୍ବର ୯ ରେ ସେଠାର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସିମୋନ କୋଫେ ଆଣ୍ଠୁଏ ପାଣିରେ ଠିଆ ହୋଇ ଭାଷଣ ଦେଇଥିଲେ। ଏହା ସହ ତୁଭାଲୁ ଖୁବ୍ ଶୀଘ୍ର ସମୁଦ୍ରରେ ମିଶିଯିବ ବୋଲି କହି ନିଜର ଦୁଃଖ ଜଣାଇଥିଲେ।

ବଢୁଥିବା ସମୁଦ୍ରର ଜଳସ୍ତର ତୁଭାଲୁ ପାଇଁ ବଡ଼ ବିପଦର କାରଣ। ନାସାର ଅନୁମାନ ଅନୁସାରେ, ୨୦୫୦ ସୁଦ୍ଧା ସେଠାର ବହୁ ଅଂଶ ସମୁଦ୍ରରେ ବୁଡିଯିବ। ସମୁଦ୍ର ପାଣି କାରଣରୁ ଫସଲ ଖରପ ହେବାରେ ଲାଗିଛି। ଏହି କାରଣରୁ ଲୋକଙ୍କ ଆଗରେ ଖାଦ୍ୟ ସଙ୍କଟ ସୃଷ୍ଟି ହେଇଛି। ଆଗକୁ ବିପଦ ଥିବାରୁ ଏବେଠାରୁ ବିଭିନ୍ନ ପ୍ରକାର ସୁରକ୍ଷା ଉପାୟ ଗ୍ରହଣ କରାଯାଉଛି। ଚାଷ ଯୋଗ୍ୟ ଜମିକୁ ପ୍ରୋତ୍ସାହନ ଦିଆଯାଉଛି। ତୁଭାଲୁ ପାଇଁ ସବୁଠାରୁ ବଡ଼ ଆଶାର କିରଣ ହେଉଛି ଅଷ୍ଟେ୍ରଲିଆ, ଯାହାକି ତାଙ୍କ ପାଇଁ ପ୍ରବାସର ରାସ୍ତା ତିଆରି କରୁଛି। 

ପ୍ରାକୃତିକ ଦୃଶ୍ୟ ଓ ଚାରିପଟେ ଘେରି ରହିଥିବା ସମୁଦ୍ର ସମସ୍ତଙ୍କ ମନ ମୋହୁଛି। ଏହାପରେ ବି ସେଠାକୁ ପର୍ଯ୍ୟଟକ ଖୁବ୍ କମ୍ ଆସନ୍ତି। ପ୍ରତି ବର୍ଷ ହାରାହାରି ୨ହଜାର ଟୁରିଷ୍ଟ ତୁଭାଲୁ ପହଁଞ୍ଚନ୍ତି। ସେଠାକୁ କମ୍ ଲୋକ ଆସିବାର ସବୁଠାରୁ ବଡ଼ କାରଣ ହେଉଛି ତାଜା ପାଣିର ଅଭାବ। ତାଜା ପାଣିର ସବୁଠାରୁ ବଡ଼ ସ୍ରୋତ ହେଉଛି ବର୍ଷା। ଖାଇବା ପାଇଁ ମାଛ ମିଳିଥାଏ। ‌ଯଦି କେହି ଶାକାହାରୀ ସେଠାକୁ ଯାଆନ୍ତି ତେବେ ତାଙ୍କ ପାଇଁ ବଡ଼ ସମସ୍ୟା ହେବ ଖାଦ୍ୟ। ଜାତିସଂଘର ବିଶ୍ବ ପର୍ଯ୍ୟଟନ ସଂଗଠନର ରିପୋର୍ଟ ଅନୁସାରେ, ୨୦୧୬ରେ ୨ ହଜାର ଲୋକ ତୁଭାଲୁ ଯାତ୍ରା କରିଥିଲେ। ୨୦୧୪ ରେ ଯାତ୍ରା କରିଥିବା ଲୋକଙ୍କ ସଂଖ୍ୟା ଥିଲା ମାତ୍ର ୧ ହଜାର।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.