ନୂଆଦିଲ୍ଲୀ,୦୨/୦୨; ଇତିହାସ ସାକ୍ଷୀ ଅଛି, ସବୁ ବେଳେ ରାଜାର ମୃତ୍ୟୁ ଲେଖାଯାଏ, ହେଲେ ଅଙ୍ଗରକ୍ଷୀର କାମ କେବେ ସାମ୍ନାକୁ ଆସିନଥାଏ । ଜଣେ ସିପାହୀର ବି ଘର ଉଜୁଡିଯାଏ । ହେଲେ ତା କଥା କେହି କୁହନ୍ତି ନାହିଁ । ଘଟଣା-ଦୁର୍ଘଟଣାର ଦିନ ଧିରେ ମଳିନ ପଡିଯାଏ । ହେଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା କିଛି ଲୋକ ସବୁଦିନ ବଞ୍ଚି ଯାଆନ୍ତି । ତାଙ୍କର ଉତ୍ସର୍ଗୀକୃତ କାମ ପାଇଁ । ଠିକ୍ ସେମିତି ଥିଲେ ମହାରାଷ୍ଟ୍ର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପିଏସଓ ବା ଅଙ୍ଗରକ୍ଷୀ ବିଦୀପ ଦିଲୀପ ଯାଦବ । ସେ ଅଜିତଙ୍କ ଛାଇ ପରି ଥିଲେ । ବାରାମତୀ ବିମାନ ଦୁର୍ଘଟଣାରେ ଅଜିତଙ୍କ ସହିତ ତାଙ୍କ ପିଏସଓ ବିଜୟ ଦିଲୀପ ଯାଦବଙ୍କର ବି ମୃତ୍ୟୁ ହୋଇଛି । ତାଙ୍କ ୯ ବର୍ଷର ପୁଅ ତାଙ୍କୁ ମୁଖାଗ୍ନି ଦେଇଥିଲା । ସୋସିଆଲ ମିଡିଆରେ ସେ ସେହି ସମୟ ଦୃଶ୍ୟ ସମସ୍ତଙ୍କ ଆଖିଲେ ଲୁହ ଆଣି ଦେଇଥିଲା । ଆଜି ମହାରାଷ୍ଟ୍ର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ତଥା ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ଦିଲୀପଙ୍କ ପରିବାରକୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
କିଏ ଦିଲୀପ ଯାଦବ- ଅଜିତ ପାୱାରଙ୍କ ପିଏସଓ ଥିଲେ ଦିଲୀପ ଯାଦବ। ଛା ଇ ଭଳି ସବୁବେଳେ ଅଜିତ ପାୱାରଙ୍କ ସହିତ ରହୁଥିଲେ ଦିଲୀପ ଯାଦବ। ବାରାମତୀରେ ହୋଇଥିବା ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହିତ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଦିଲୀପ ଯାଦବ ମୁମ୍ବାଇ ପୋଲିସର ୨୦୦୯ ବ୍ୟାଚ୍ର କନଷ୍ଟେବଳ ଥିଲେ । ଯିଏକି ଦୀର୍ଘ ସମୟ ଧରି ଅଜିତ ପାୱାରଙ୍କ ପିଏସଏ ଭାବରେ ନିଯୁକ୍ତ ଥିଲେ । ଅଜିତ ପାୱାର ନିଜ ପିଏସଓଙ୍କୁ ଦିଲୀପ ଯାଦବଙ୍କୁ ଜଣେ ଭାଇ ଭଳି ମାନୁଥିଲେ । ୯ ବର୍ଷର ପୁଅ ନିଜ ପିତା ଦିଲୀପ ଯାଦବଙ୍କୁ ମୁଖାଗ୍ନି ଦେଇଛି । ସେହି ସମୟର ଦୃଶ୍ୟ ସମସ୍ତଙ୍କ ଆଖିଲେ ଲୁହ ଆଣି ଦେଇଥିଲା । ଦୀଲିପଙ୍କ ଘରେ ଏବେ ତାଙ୍କ ପତ୍ନୀ, ୧୪ ବର୍ଷର ଝିଅ ଓ ପୁଅ ସହିତ ବୃଦ୍ଧ ବାପାମାଆ ଅଛନ୍ତି । ବିଦୀପ ଦିଲୀପ ଜଣେ ଭଲ ମଣିଷ ଥିଲେ । ପଡୋଶୀଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିବା ତାଙ୍କର ଜଣେ ଘନିଷ୍ଠ କହିଛନ୍ତି ।
ଏହା ବି ପଢନ୍ତୁ...ସବୁ ଠିକ୍ ଚାଲିଛି ତ ? ମୁମ୍ବାଇ ଆସିଲେ ଶରଦ ପାଓ୍ବାର, ବାରମତୀ ଚାଲିଗଲେ ସୁନେତ୍ରା
ଆଜି ପରିବାରକୁ ଭେଟିବେ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା- ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର ବାରାମତୀ ବିମାନ ଦୁର୍ଘଟଣାରେ ଆଖିବୁଜିଥିବା ଅଜିତ ପାୱାରଙ୍କ ଅଙ୍ଗରକ୍ଷୀ ବିଦୀପ ଦିଲୀପଙ୍କ ପରିବାରକୁ ଭେଟିବେ। ରିପୋର୍ଟ ଅନୁସାରେ, ସୁନେତ୍ରା ପାୱାର ସତାରା ଅଭିମୁଖେ ଯାତ୍ରା କରିଛନ୍ତି । ସୁନେତ୍ରା କରାଡରେ ମହାରାଷ୍ଟ୍ରର ପ୍ରଥମ ମୁଖ୍ୟମନ୍ତ୍ରୀ ଯଶୱନ୍ତରାଓ ଚଭନଙ୍କ ସଙ୍ଗମ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହା ପରେ, ସୁନେତ୍ରା ବିମାନ ଦୁର୍ଘଟଣାରେ ଆଖି ବୁଜିଥିବା ଅଜିତ ପାୱାରଙ୍କ ସୁରକ୍ଷାକର୍ମୀ ବିଦୀପଙ୍କ ପରିବାର ସଦସ୍ୟଙ୍କୁ ଭେଟିବେ । ବିଦୀପଙ୍କ ପରିବାର ସତାରା ଜିଲ୍ଲାର ଫଲଟନ ତାଲୁକାରେ ରୁହନ୍ତି ।