ନୂଆଦିଲ୍ଲୀ,୨୮/୦୫; ଫେସବୁକ୍, ଇନଷ୍ଟା, ସ୍କ୍ରଲ୍ କଲେ ଗୋଟିଏ ଖବର । ପ୍ରେସମିଟ୍ରେ ଜଣେ ଆଇପିଏସ ଅଧିକାରୀଙ୍କ ଠୋ ଠୋ ହସ । ଖାଲି ହସ ନୁହେଁ ନଖ ଘଷିବାଠୁ ସାଥୀ ଅଫିସରଙ୍କୁ ଚାହିଁ ହସି ହସି ବେଦମ ହୋଇଯାଉଛନ୍ତି । ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଡୁଆରେ ପଡିଛନ୍ତି ମହିଳା ଆପିଏସ ଏଧିକାରୀ । ସୋସିଆଲ ମିଡିଆ ୟୁଜର ତାଙ୍କୁ ସମାଲୋଚନା କରିଛନ୍ତି । ତାମିଲନାଡୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା ଝିଅକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କିନ୍ତୁ ତାମିଲନାଡୁ ପୁଲିସ ଏହି ସମ୍ବୋଦନଶୀଳ ମାମଲାରେ ସାମ୍ବାଦିକ ସମ୍ମିଳନୀ ବେଳେ ହସିଥିବାକୁ ନେଇ ବିବାଦରେ ଫସିଛି । ଭାଇରାଲ ଭିଡିଓରେ, ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ କିଛି ବରିଷ୍ଠ ପୁଲିସ ଅଧିକାରୀ ହସୁଛନ୍ତି । ଏହି ଅଧିକାରୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଆଇପିଏସ ଆର.ଭି. ରାମ୍ୟା ଭାରତୀ । ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ସମ୍ବେଦନଶୀଳତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସମ୍ବେଦଶୀଳ ମାମଲାରେ ଅଫିସରଙ୍କ ଏହି ହସକୁ ନେଇ ବିବାଦ ବଢିବାରେ ଲାଗିଛି । ଆସନ୍ତୁ ଜାଣିବା କିଏ ଏହି ରାମ୍ୟା ଭାରତୀ ।
IPL ଆର.ଭି. ରଆମ୍ୟା ଭାରତୀ କିଏ ? ଆର. ଭି. ରାମ୍ୟା ଭାରତୀ ତାମିଲନାଡୁ କ୍ୟାଡରର ୨୦୦୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ । ସେ ସିଭିଲ୍ ସର୍ଭିସେସ୍ ପରୀକ୍ଷା ମାଧ୍ୟମରେ ଆଇପିଏସ୍ ଅଧିକାରୀ ହୋଇଥିଲେ । ରାମ୍ୟା ଭାରତୀ ସେପ୍ଟେମ୍ବର ୧, ୨୦୦୮ରେ ଆଇପିଏସ୍ ସେବାରେ ଯୋଗ ଦେଇଥିଲେ । ସେ ସମାଜଶାସ୍ତ୍ରରେ ବିଏ ଏବଂ ସାଇବର ଫରେନସିକ୍ସରେ ଏମଏସ୍ସି କରିଛନ୍ତି । ପ୍ରାୟ ୧୭ ରୁ ୧୮ ବର୍ଷର କ୍ୟାରିୟରରେ, ରମ୍ୟା ଭାରତୀ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ସେ ବିମାନ ସୁରକ୍ଷା ସହିତ ଜଡ଼ିତ ଅନେକ ମଞ୍ଚରେ ଭାରତକୁ ନେତୃତ୍ବ ଦେଇଥିବା ଜଣାଡିଛି । ସେ କୋଏମ୍ବାଟୁର, ତିରୁବନ୍ନାମଲାଇ ଏବଂ ମାଦୁରାଇ ଭଳି ଜିଲ୍ଲାରେ ପୋଲିସ ଅଧିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି। ଏହା ସହିତ, ଭାରତୀ ଚେନ୍ନାଇରେ ଯୁଗ୍ମ କମିଶନର ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଭାରତୀ କୋଲକାତାର ଡେପୁଟି କମିଶନର ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି । ୧୦ ବର୍ଷୀୟ ଝିଅକୁ ଅପରହଣ, ଦୁଷ୍କର୍ମ ଏବଂ ହତ୍ୟା ସହିତ ଜଡ଼ିତ ମାମଲାରେ ପ୍ରେସ୍ମିଟରେ ରାମ୍ୟା ଭାରତୀ ଅନ୍ୟ ସାଥୀ ଅଫିସରଙ୍କ ସହ ହସୁଥିବା ନେଇ ବିବାଦରେ ପଡିଛନ୍ତି । ତେବେ ଭିଡ଼ିଓରେ ସତ୍ୟତା ଜଣାନାହିଁ ।
How can anyone be so insensitive? 😰
— Satish Acharya (@satishacharya) May 25, 2026
10-year old girl was sexually assulted & brutally killed.
And these police officers were cracking jokes & laughing hysterically at the press briefing. pic.twitter.com/UfPzxC4k0z
ସତୀଶ ଆଚାର୍ଯ୍ୟ ନାମକ ଜଣେ ଏକ୍ସ ୟୁଜର ଭିଡ଼ିଓ ସୋୟାର କରି ଲେଖିଛନ୍ତି, '' ଏମିତି ଜଣେ ସମ୍ବେଦନହୀନ କିପରି ହୋଇପାରିବ ? ୧୦ ବର୍ଷର ଝିଅଟିକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ପୁଲିସ ଅଧିକାରୀମାନେ ପ୍ରେସ୍ ବ୍ରିଫିଂରେ ମଜା କରୁଛନ୍ତି ଏବଂ ଆନନ୍ଦ ମନରେ ହସୁଛନ୍ତି ।''
ଏହା ବି ପଢନ୍ତୁ...Karnataka CM news: ବ୍ରେକ୍ଫାଷ୍ଟରେ କର୍ଣ୍ଣାଟକ ନାଟକରେ ବ୍ରେକ୍; ସିଏମ୍ ପଦ ଛାଡିବା ନେଇ ସିଦ୍ଦରମୈୟାଙ୍କ ଘୋଷଣା, ୩ଟାରେ ଦେବେ ଇସ୍ତଫା
ବିବାଦ କ'ଣ ? ଏହି ମାମଲାଟି ୧୦ ବର୍ଷୀୟ ଝିଅକୁ ଅପରହଣ, ଦୁଷ୍କର୍ମ ଏବଂ ହତ୍ୟା ସହିତ ଜଡ଼ିତ । ଝିଅଟରି ମୃତଦେହରେ ଅନେକ କ୍ଷତ ଚିହ୍ନ ରହିଥିଲା । ମେ ୨୨ ତାରିଖରେ ସୁଲୁରର କନ୍ନମପାଲୟମ ହ୍ରଦ କୂଳରେ ମିଳିଥିଲା । ୨୩ ମେରେ ଜିଲ୍ଲୁ ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଥିଲା । ମୁଖ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ପରିବାରର ପଡୋଶୀ ୩୩ ବର୍ଷୀୟ କେ. କାର୍ତ୍ତି ଭାବେ ଚିହ୍ନଟ ହୋଇଛି । ଅନ୍ୟ ସନ୍ଦିଗ୍ଧଙ୍କ ନାମ ଆର. ମୋହନ ବୋଲି ଜଣାପଡିଛି ।