ନୂଆଦିଲ୍ଲୀ, ୦୯/୦୩ : ରବିବାର ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଥିଲା ଗୌରବର ଦିନ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ଧୂଳି ଚଟାଇ ଟି-୨୦ ବିଶ୍ଵକପ୍ ହାତେଇଲା ଭାରତ। ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଲା ଦେଶ। ଖୁସିରେ ଝୁମିଲେ ଟିମ୍ ଇଣ୍ଡିଆର ସବୁ ପ୍ଲେୟାର୍। ସୋସିଆଲ ମିଡିଆରେ ଛାଇଗଲା ସେଲିବ୍ରେସନର ଭିଡିଓ। ତ୍ରିରଙ୍ଗା ଧରି ଖୁସିରେ ନାଚିଲେ ଷ୍ଟାର କ୍ରିକେଟର ଈଶାନ କିଷନ। ଏତିକି ବେଳେ ମଇଦାନକୁ ଧାଇଁ ଆସିଥିଲେ ଇଶାନଙ୍କ ଗର୍ଲଫ୍ରେଣ୍ଡ୍। ଆଉ ଖୁସିରେ ସମ୍ଭାଳି ନପାରି ପ୍ରେମିକାଙ୍କୁ ଜାବୁଡ଼ି ଧରିଥିଲେ ଈଶାନ। ଯାହାର ଫଟୋ ଏବଂ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏବେ ଚର୍ଚ୍ଚାରେ କିଏ ଈଶାନଙ୍କ ଲେଡି ଲଭ୍ ? ଯିଏ କରିଛନ୍ତି ତାଙ୍କ ମନ ଚୋରି...

ଈଶାନ କିଷାନଙ୍କ ଗର୍ଲଫ୍ରେଣ୍ଡ୍ ହେଉଛନ୍ତି ଜୟପୁରର ଅଦିତି ହୁଣ୍ଡିଆ। ସେ ଜଣେ ମଡେଲ୍ ଏବଂ ଉଦ୍ୟୋଗୀ। ଅଦିତି ଜୟପୁର ସେଣ୍ଟ ଜାଭିଅର୍ସ କଲେଜରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି। କଲେଜ ସମୟରୁ ସେ ମଡେଲିଂ କରୁଛନ୍ତି। ବିଭିନ୍ନ ଫ୍ୟାସନ ସୋ'ରେ ଭାଗ ନେଉଛନ୍ତି। ୨୦୧୭ରେ ସେ ମିସ୍ ଇଣ୍ଡିଆରେ ଭାଗ ନେଇଥିଲେ ଏବଂ ଫାଇନାଲିଷ୍ଟ ହୋଇଥିଲେ। ଏହାର ଏକ ବର୍ଷ ପରେ ସେ ମିସ୍ ଡିଭା ସୁପରନ୍ୟାସନାଲ ତାଜ୍ ପିନ୍ଧିଥିଲେ। ମିସ୍ ସୁପର ନ୍ୟାସନାଲ ୨୦୧୯ରେ ସେ ଭାରତକୁ ପ୍ରତିନିଧିତ୍ଵ କରିଥିଲେ। 

​​​​​​​

ଅଦିତି ଏବେ ଫ୍ୟାସନ ମଡେଲିଂ କରୁଛନ୍ତି। କିଛି ବର୍ଷ ତଳେ ସେ ନିଜର ଫ୍ୟାସନ ଏବଂ ମେକଅପ୍ ଲେବଲ ଲଞ୍ଚ କରିଥିଲେ। ଏବେ ସେନେଇ ସେ ଆଗକୁ ବଢୁଛନ୍ତି। ତାଙ୍କର ଲକ୍ଷ୍ୟ ସ୍ଥିର ଅଛି। ତେବେ ଇନଷ୍ଟ୍ରାଗ୍ରାମରେ ଅଦିତିଙ୍କର 350k ରୁ ଅଧିକ ଫଲୋୟର୍ସ ଅଛନ୍ତି। ସୋସିଆଲ ମିଡିଆରେ ସେ ଜଣେ କଣ୍ଟେଣ୍ଟ କ୍ରିଏଟର ଏବଂ ଇନଫ୍ଲୁଏନ୍ସର। କିଛି ବର୍ଷ ତଳେ ଈଶାନଙ୍କ ସହ ଅଦିତିଙ୍କର ଦେଖା ସାକ୍ଷାତ ହୋଇଥିଲା। ଏହା ପରେ ଦୁହିଁଙ୍କ ମଧୟରେ ବନ୍ଧୁତା ଗଢ଼ି ଉଠିଥିଲା । ବହୁ ସମୟରେ ଦୁହିଁଙ୍କୁ ଏକାଠି ଡେଟିଂ କରୁଥିବା ଦେଖିବାକୁ ମିଳେ। ବିଶ୍ଵକପ୍ ରେ ତାଙ୍କ ଉପସ୍ଥିତି ଏକପ୍ରକାର ସଫ୍ଟ ଲଞ୍ଚ ବୋଲି ଫ୍ୟାନ୍ସ କହୁଛନ୍ତି। 

ଏହି ଖବରଟିକୁ ପଢନ୍ତୁ- ହଗ୍ କରି ଜବରଦସ୍ତ ଡ୍ୟାନ୍ସ କଲେ; ଟି-୨୦ ବିଶ୍ୱକପ୍ ଜିତିବା ପରେ ଗାର୍ଲଫ୍ରେଣ୍ଡଙ୍କ ସହ ଝୁମିଲେ ହାର୍ଦ୍ଦିକ ପାଣ୍ଡ୍ୟା