ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୩୪ ବର୍ଷିୟା ମାୟା ଟାଟାଙ୍କର ହେଉଛି ଖୁବ୍ ଚର୍ଚ୍ଚା : ଜାଣନ୍ତୁ, ଟାଟା ଗ୍ରୁପ୍‌ରେ ତାଙ୍କର କଣ ରହିଛି ଦାୟିତ୍ୱ

Published By : Prameya | October 14, 2024 10:20 PM

ନୂଆଦିଲ୍ଲୀ – ରତନ ଟାଟାଙ୍କ ନିଧନ ପରେ ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନ ତାଙ୍କର ସାବତ ଭାଇ ନୋଏଲ ଟାଟା ହୋଇଛନ୍ତି। ରିପୋର୍ଟ ମୁତାବିକ, ମୁମ୍ୱାଇରେ ହୋଇଥିବା ବୈଠକରେ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ ଆପଣ ମାୟା ଟାଟାଙ୍କୁ ଜାଣନ୍ତି ? ରତନ ଟାଟାଙ୍କ ନିଧନ ପରେ ,ଯାହାଙ୍କ ଚର୍ଚ୍ଚା ତାଙ୍କର ଉତ୍ତରାଧିକାରୀ ପାଇଁ ଜୋର ଧରିଥିଲା। କହି ରଖୁଛୁ କି, ମାୟା ପରିବାରର ସଦସ୍ୟ ହେବା ସହ ଟାଟା ଗ୍ରୁପ୍‌ରେ ମଧ୍ୟ ଅନେକ ପ୍ରମୁଖ ଭୂମିକା ତୁଲାଇ ସାରିଛନ୍ତି।

ମାୟା ଟାଟା, ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନ ହୋଇଥିବା ନୋଏଲ ଟାଟା ଓ ଆଲୁ ମିସ୍ତ୍ରୀଙ୍କ ଝିଅ ଏବଂ ଦିବଙ୍ଗତ ରତନ ଟାଟାଙ୍କର ଭାଣିଜୀ। ୩୪ ବର୍ଷିୟ ମାୟା ଟାଟା ବିଦେଶରୁ ନିଜର ପାଠପଢା ପୂରା କରିଛନ୍ତି ଏବଂ ଏହାପରେ ଟାଟା ଗ୍ରୁପ୍‌ରେ ମଧ୍ୟ ପ୍ରମୁଖ ଦାୟିତ୍ୱ ସବୁ ତୁଲାଇଛନ୍ତି। ରିପୋର୍ଟ ଅନୁସାରେ, ରତନ ଟାଟାଙ୍କ ନିଧନ ପରେ ମାୟାଙ୍କୁ ହିଁ ତାଙ୍କର ସମ୍ଭାବିତ ଉତ୍ତରାଧିକାରୀ ମନେକରାଯାଉ ଥିଲା। ହେଲେ, ବୋର୍ଡର ବୈଠକରେ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ଚେୟାରମ୍ୟାନ ନିଯୁକ୍ତ କରାଯାଇଛି। 

ମାୟା ଟାଟାଙ୍କ ବିଷୟରେ ବିସ୍ତୃତରେ କହିବାକୁ ଗଲେ, ତାଙ୍କର ପାଠପଢା ପ୍ରସିଦ୍ଧ ବ୍ରିଟିଶ ବିଜନେସ ସ୍କୁଲ,ବେୟସ ବିଜନେସ ସ୍କୁଲରେ ହୋଇଛି, ସେଠାରେ ୱାରୱିକ୍‌ ୟୁନିଭର୍ସିଟିରୁ ମଧ୍ୟ ସେ ଡିଗ୍ରୀ ହାସଲ କରିଛନ୍ତି। ହେଲେ ବିଦେଶରୁ ପାଠପଢା ପରେ ମାୟା ନିଜର କ୍ୟାରିୟରର ଆରମ୍ଭ ପାରିବାରିକ ଟାଟା ଗ୍ରୁପ୍‌ ସହ କରିଥିଲେ। ସେ ଟାଟା କ୍ୟାପିଟାଲର ସବସିଡିଆରୀ କମ୍ପାନୀ ଟାଟା ଅପର୍ଚୁନିଟିଜ୍‌ ଫଣ୍ଡରୁ ଆରମ୍ଭ କରି ଥିଲେ। 

ଟାଟା ଗ୍ରୁପ୍‌ରେ ମାୟା ଟାଟା ନିଜର ଆରମ୍ଭରୁ ହିଁ ଦକ୍ଷତା ଦେଖାଇଛନ୍ତି ଏବଂ ମ୍ୟାନେଜମେଣ୍ଟ ଓ ଇନଭେଷ୍ଟମେଣ୍ଟ ସହ ଜଡ଼ିତ ଅନେକ ଦାୟିତ୍ୱକୁ ଖୁବ୍‌ ତୁଲାଇଛନ୍ତି। କହି ରଖୁଛୁ କି, ଟାଟା ଗ୍ରୁପ୍‌ର ଟାଟା ନ୍ୟୁ ଆପ୍‌ ଲଞ୍ଚ କରିବାରେ ମଧ୍ୟ ତାଙ୍କର ବଡ଼ ଭୂମିକା ଅଛି। ଏହାପରେ ଯେବେ ଟାଟା ଅପର୍ଚୁନିଟିଜ୍ ଫଣ୍ଡକୁ ବନ୍ଦ କରାଗଲା , ତ ପରେ ମାୟା ଟାଟା ଟାଟା ଡିଜିଟାଲରେ କାମ ଆରମ୍ଭ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.