ନୂଆଦିଲ୍ଲୀ,୧୦/୯ : ଭାରତର ପୂର୍ବତନ ବ୍ୟାଟର କୋଚ୍ ସଞ୍ଜୟ ବାଙ୍ଗର ସେହି ଖେଳାଳୀଙ୍କ ବିଷୟରେ କଥା ହୋଇଛନ୍ତି ଯାହାଙ୍କ ଅନ୍ଦାଜ ବିରେନ୍ଦ୍ର ସେହଓ୍ବାଗଙ୍କ ଭଳି ଅଟେ । ପୂର୍ବତନ କୋଚ୍ ଏକ ଶୋରେ ଉକ୍ତ ଖେଳାଳୀଙ୍କ ବିଷୟରେ କଥା ହୋଇଛନ୍ତି । ପ୍ରକାଶ ଯେ, ଶୋରେ ସଞ୍ଜୟ ବାଙ୍ଗରଙ୍କୁ ପଚରାଯାଇଥିଲା କି ଆଜିର ସମୟରେ ସବୁଠାରୁ ଭଲ କଟ୍ ଶଟ କିଏ ମାରୁଛନ୍ତି । ଏହି ପ୍ରଶ୍ନ ଉପରେ ପୂର୍ବତନ ବ୍ୟାଟର କୋଚ ରିଆକ୍ଟ କରିଥିଲେ ଏବଂ କହିଥିଲେ କି, ଆଜିର ସମୟରେ ସବୁଠାରୁ ଭଲ କଟ୍ ଶଟ ଯିଏ ସେହଓ୍ବାଗଙ୍କ ଭଳି ମାରିଥାନ୍ତି ସେ ଆଉ କେହି ନୁହନ୍ତି ବରଂ ୟଶସ୍ବୀ ଜୟସଓ୍ବାଲ ଅଟନ୍ତି ।
ସଞ୍ଜୟ ବାଙ୍ଗର ଜୟସଓ୍ବାଲଙ୍କୁ ବିଶ୍ବ କ୍ରିକେଟର ଦ୍ବିତୀୟ ବିରେନ୍ଦ୍ର ସେହଓ୍ବାଗର ଟ୍ୟାଗ ଦେଇଛନ୍ତି । ପୂର୍ବତନ ଭାରତୀୟ କୋଚ୍ କହିଛନ୍ତି କି, ସ୍କ୍ବାୟର ଅଫ ଦ ଓ୍ବିକେଟ ଶଟ ସବୁଠାରୁ ଭଲ ଏହି ସମୟରେ ଜୟସଓ୍ବାଲ ମାରୁଛନ୍ତି । ବହୁତ ସୁନ୍ଦର ଭାବେ ଖେଳୁଛନ୍ତି । ବାମ ହାତୀର ବ୍ୟାଟର ହେବା କାରଣରୁ ତାଙ୍କୁ ଅଫ ସାଇଡରେ ବହୁତ ବଲ୍ ମିଳିଥାଏ ଯାହା ଉପରେ ସେ କଟ୍ ସର୍ଟ ମାରିଥାନ୍ତି ।
ପ୍ରକାଶ ଯେ, ସେହଓ୍ବାଗ ବିଶ୍ବ କ୍ରିକେଟରେ ସବୁଠାରୁ ଭଲ କଟ ସଟ ମାରିଥିବା ବ୍ୟାଟର ଅଟନ୍ତି । ଏଭଳି ସ୍ଥଳେ ସଞ୍ଜୟ ବାଙ୍ଗର ଆଜିର ସମୟରେ ଜୟସଓ୍ବାଲଙ୍କୁ ଭଲ କଟ ସଟ ମାରିଥିବା ବ୍ୟାଟର କହିଛନ୍ତି । ଯିଏ ପୂରା ସେହଓ୍ବାଗଙ୍କ ଭଳି ଖେଳୁଛନ୍ତି । ପ୍ରକାଶ ଯେ, ଜୟସଓ୍ବାଲ ଟେଷ୍ଟରେ ଭାରତ ଲାଗି ଓପନିଂ କରିଥାନ୍ତି ଏବଂ ଦ୍ରୁତଗତିରେ ରନ୍ କରିବାରେ ମାହିର ଅଟନ୍ତି ।
ଜୟସଓ୍ବାଲ ଏବେ ପର୍ଯ୍ୟନ୍ତ ନିଜ କ୍ୟାରିୟରରେ ୨୪ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ୨୨୦୯ରନ କରିବାରେ ସଫଳତା ହାସଲ କରିଛନ୍ତି । ସେହିଭଳି ଟେଷ୍ଟରେ ଯୁବ ଜୟସଓ୍ବାଲଙ୍କ ନାରେ ୬ଶତକ ଏବଂ ୧୨ଅର୍ଦ୍ଧଶତକ ରହିଛି । ଜୟସଓ୍ବାଲ ଟେଷ୍ଟରେ ୬୬.୨୧ର ଷ୍ଟ୍ରାଇକ ରେଟରେ ରନ କରିବାରେ କମାଲ୍ ଦେଖାଇଛନ୍ତି । ୟଶସ୍ବୀ ଜୟସଓ୍ବାଲ ବାରମ୍ବାର ବହୁତ ଭଲ ଖେଳ ଦେଖାଉଛନ୍ତି ଏବଂ ସେ ଭାରତୀୟ କ୍ରିକେଟର ସୁପରଷ୍ଟାର ବୋଲି କୁହାଯାଉଛି ।