ନୂଆଦିଲ୍ଲୀ,୩୧/୧୨: ୟମନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କେରଳର ଜଣେ ନର୍ସ ନିମିଷା ପ୍ରିୟା । ୟମନ ରାଷ୍ଟ୍ରପତି ରସଲ ଅଲ ଆଲିମ ନିମିଷାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଅନୁମତି ପ୍ରଦାନ କରିଛନ୍ତି । ନିମିଷାଙ୍କୁ ବଞ୍ଚାଇବାକୁ ତାଙ୍କ ପରିବାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି । ହେଲେ ୟମନ ରାଷ୍ଟ୍ରପତି ମୃତ୍ୟୁ ଦଣ୍ଡାଦେଶକୁ ଅନୁମତି ପ୍ରଦାନ କରିବା ପରେ ପରିବାର ଆଶା ମଉଳି ଯାଇଛି । ତେବେ କିଏ ଏହି ନିମିଷା ପ୍ରିୟା । ତାଙ୍କୁ ବଞ୍ଚାଇବାକୁ ନେଇ କଣ କହିଲେ ଭାରତ ସରକାର ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

କିଏ ନର୍ସ ନିମିଷା ? ୟମନରେ ଜଣେ ନାଗରିକଙ୍କୁ ହତ୍ୟା ମାମଲାରେ ଆସନ୍ତା ମାସ ମଧ୍ୟରେ ନିମିଷାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ସମ୍ଭାବନା ରହିଛି । ପୂର୍ବରୁ ପୀଡିତ ପରିବାର ସହିତ ନିମିଷାଙ୍କ ପରିବାର ବୁଝାମଣା ପାଇଁ ଆଲୋଚନା କରିଥିଲେ । ୫ମାସ ହେବ ନିମିଷାଙ୍କ ମାଆ ପ୍ରେମା କୁମାରୀ କଥାବାର୍ତ୍ତା ହୋଇଥିଲେ । ମାତ୍ର ଏଥିରେ କୌଣସି ସୁଫଳ ମିଳି ନଥିଲା । ନିମିଷାଙ୍କ ମୃତ୍ୟୁଦଣ୍ଡକୁ ୟମନ ରାଷ୍ଟ୍ରପତି ଅନୁମତି ଦେଇଛନ୍ତି । ଏବେ କେବଳ ନିମିଷାଙ୍କ ପାଇଁ ଶେଷ ଆଶା ଗୋଟିଏ ରହିଛି ଯଦି ପୀଡିତଙ୍କ ପରିବାର ତାଙ୍କୁ କ୍ଷମା କରିଦିଅନ୍ତି । ତେବେ ତାଙ୍କ ଦଣ୍ଡ କୋହଳ ହେବ ସେ ବଞ୍ଚି ପାରିବେ ।

୨୦୨୦-୧୧ ମସିହାରେ ଚାକିରି ସନ୍ଧାନରେ ନିମିଷା ୟମନ ଯାଇଥିଲେ । ସେଠାରେ ନର୍ସ ଚାକିରି କରିଥିଲେ । ସ୍ବାମୀ ଓ ଝିଅଙ୍କ ସହ ସେଠାରେ ହିଁ ରହୁଥିଲେ ନିମିଷା । ସେଠାରେ ୨୦୧୫ରେ ତଲାଲ ଓବଦା ମେହଦି ନାମକ ୟମନ ନାଗରିକଙ୍କ ସହ ମିଶି ନିମିଷା ଏକ ହସ୍ପିଟାଲ ଖୋଲିଥିଲେ । କିଛି ଦିନ ପରେ ସେମାନଙ୍କ ମଧ୍ୟରେ ଫାଟ ଦେଖା ଦେଇଥିଲା । ତିକ୍ତତା ଏତେ ବଢିଲା ଯେ ସ୍ଥିତି ସାଂଘାତିକ ହୋଇଥିଲା । ଉତ୍ୟକ୍ତ ହୋଇ ନିମିଷା ତଲାଲଙ୍କୁ ନିଶା ଇଞ୍ଜେକ୍ସନ ଦେଇ ହତ୍ୟା କରିଥିଲେ । ଘଟଣାର ୪ ଦିନ ପରେ ନିମିଷାଙ୍କୁ ପୋଲିସ ଗିରଫ କରିଥିଲା । ଏହାକୁ ବିରୋଧ କରି ନିମିଷା ବିରୋଧ କରି କୋର୍ଟରେ ଆବେଦନ କରିଥିଲେ । ମାତ୍ର ଏହା ଖାରଜ ହୋଇଥିଲା ।

କଣ କହିଲା ଭାରତ-  ଘଟଣାକୁ ନେଇ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିମିଷାଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ ବୋଲି କୁହାଯାଇଛି । ବୈଦେଶିକ ବ୍ୟାପର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲଙ୍କ ଦ୍ବାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ୟମନରେ ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡାଦେଶ ବିଷୟରେ ଆମେ ଅବଗତ ଅଛୁ । ତାଙ୍କ ପରିବାର ନିମିଷାକୁ ବଞ୍ଚାଇବା ପାଇଁ ବିକଳ୍ପ ଖୋଜୁଛନ୍ତି । ସରକାର ପରିବାରକୁ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି ।