ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଯଦି ସୂର୍ଯ୍ୟକୁମାର ଆଉଟ୍ ହୁଅନ୍ତି... ଏସିଆ କପ୍‌ରେ କିଏ ନେବେ ନେତୃତ୍ୱ ? ରେସ୍‌ରେ ଏହି ୩ ଖେଳାଳି

Published By : Ankita S | August 10, 2025 11:15 AM

ନୂଆଦିଲ୍ଲୀ,୧୦/୦୮: ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ଏସିଆ କପ୍ । ଏଥର ଟି-୨୦ ଫର୍ମାଟରେ ଖେଳାଯିବ ଏସିଆ କପ୍ । ୟୁଏଇର ଦୁଇଟି ସହର ଆବୁଧାବି ଏବଂ ଦୁବାଇରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ କ୍ରିକେଟ ଟିମ୍‌ ଏସିଆ କପ୍‌ରେ ପାକିସ୍ତାନ, ଓମାନ ଏବଂ ୟୁଏଇ ସହିତ ଗ୍ରୁପ-ଏରେ ରହିଛି । ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ହକଂକଙ୍ଗ ଗ୍ରୁପ-ବିରେ ରହିଛନ୍ତି । ଏସିଆ କପ୍‌ରେ ଭାରତୀୟ କ୍ରିକେଟ ଟିମ୍‌ ପାଇଁ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଟି-୨୦ କ୍ୟାପ୍‌ଟେନ୍ ସୂର୍ଯ୍ୟକୁମାର ଯାଦବ ଏଯାଏଁ ଫିଟ୍ ହୋଇନାହାନ୍ତି । ସୂର୍ଯ୍ୟକୁମାରଙ୍କ କିଛି ଦିନ ତଳେ ଜର୍ମାନୀରେ ହାର୍ନିଆ ସର୍ଜରୀ ହୋଇଥିଲା । ବର୍ତ୍ତମାନ ସେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ପୁନର୍ବାସରେ ଅଛନ୍ତି । ଯଦି ଏସିଆ କପ୍‌ରୁ ସେ ବାଦ୍ ପଡନ୍ତି ତେବେ ତାଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆରେ ନେତୃତ୍ୱ କିଏ ନେବ ? ଏହି ରେସ୍‌ରେ ୩ ଜଣ ପ୍ଲେୟାର ରହିଛନ୍ତି ।

କୁହାଯାଉଛି କି,ସୂର୍ଯ୍ୟକୁମାର ଯାଦବ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଫିଟ୍‌ ହୋଇଯିବେ । ଯଦି ସମୟ ପୂର୍ବରୁ ଟି-୨୦ ସ୍ପେସାଲିଷ୍ଟ ସୂର୍ଯ୍ୟ ଫିଟ୍ ନ ହୁଅନ୍ତି ତେବେ ଏସିଆ କପରେ କିଏ ହେବ କ୍ୟାପ୍ଟେନ୍  ? ଏହାକୁ ନେଇ ନ୍ଦ୍ବନ୍ଦ ଉପୁଜିଛି । ଯଦି ସୂର୍ଯ୍ୟ ଏସିଆ କପ ନଖେଳନ୍ତି ତେବେ ତାଙ୍କ ସ୍ଥାନରେ ଶୁବମନ ଗିଲ, ଅକ୍ଷର ପଟେଲ୍ କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣେ ଦଳର ନେତୃତ୍ୱ ନେଇପାରନ୍ତି ।


ଶୁବମନ ଗିଲ୍- ଏଥିରେ ନାମ ଟେଷ୍ଟ ଟିମ୍‌ କ୍ୟାପ୍ଟେନ୍ ଶୁବମନ ଗିଲଙ୍କର ରହିଛି । ରୋହିତ ଶର୍ମା ଟି-ଟ୍ୱେଣ୍ଟି କ୍ରିକେଟରୁ ସନ୍ନ୍ୟାସ ନେବା ପରେ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ସୂର୍ଯ୍ୟକୁମାର ଯାଦବ ଟିମ୍ ଇଣ୍ଡିଆର କ୍ୟାପ୍ଚେନ୍ ହୋଇଥିଲେ । ଶୁବମନ ଗିଲ ଉପ-ଅଧିନାୟକ ହୋଇଥିଲେ । ସେ ଜିମ୍ବାୱେ ଗସ୍ତରେ ଭାରତୀୟ ଟିମ୍‌ର ଅଧିନାୟକ ଥିଲେ । 

ଅକ୍ଷର ପଟେଲ- ବାମହାତୀ ଅଲରାଉଣ୍ଡର ଅକ୍ଷର ପଟେଲ ବି ଏହି ରେସ୍‌ରେ ଅଛନ୍ତି । ଇଂଲଣ୍ଡ ବିପକ୍ଷ ଘରୋଇ ଟି-୨୦ ସିରିଜରେ ଅକ୍ଷର ଉପ-ଅଧିନାୟକ ଥିଲେ । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍ଟେନ ଅଛନ୍ତି ଅକ୍ଷର । ତାଙ୍କ ନେତୃତ୍ୱରେ ଚଳିତବର୍ଷ ଦିଲ୍ଲୀ ପ୍ଲେ-ଅଫ୍‌ରେ ପହଞ୍ଚିଥିଲା । ଅକ୍ଷର ବୋଲିଂ, ବ୍ୟାଟିଂ ସବୁଥିଲେ କମାଲ କରିବାର ଦକ୍ଷତା ରଖନ୍ତି ।

ହାର୍ଦ୍ଦିକ ପାଣ୍ଡ୍ୟା- ଅଲରାଉଣ୍ଡର  ହାର୍ଦ୍ଦିକ ପାଣ୍ଡ୍ୟା ହ୍ୱାଇଟ୍ ବଲ କ୍ରିକେଟରେ ଭାରତୀୟ କ୍ରିକେଟ ଟିମ୍‌ ପାଇଁ ବଲ ଏବଂ ବ୍ୟାଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ହାର୍ଦ୍ଦିକ ଟି-୨୦ ବିଶ୍ୱକପ ୨୦୨୪ରେ ଟିମ୍ ଇଣ୍ଡିଆର ଉପଅଧିନାୟକ ଥିଲେ । ରୋହିତ ଶର୍ମା ଅବସର ନେବା ପରେ ତାଙ୍କୁ ଅଧିନାୟକ କରାଯାଇଥିଲା । ହାର୍ଦ୍ଦିକ ଆଇପିଏଲରେ ଗୁଜରାଟର ନେତୃତ୍ୱ ନେଇ ଦଳକୁ ଚମ୍ପିଅନ କରାଇଛନ୍ତି । ବର୍ତ୍ତମାନ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଅଛନ୍ତି । ସୂର୍ଯ୍ୟକୁମାର ତାଙ୍କ ଅଧୀନରେ ଖେଳୁଛନ୍ତି । ଯଦି ସୂର୍ଯ୍ୟ ଏସିଆ କପ ନ ଖେଳନ୍ତି ତେତେ ହାର୍ଦ୍ଦିକ ଅଧିନାୟକ ହୋଇପାରନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.