ନୂଆଦିଲ୍ଲୀ: ପ୍ରେମ, କେତେବେଳେ ଆଉ କାହା ସାଥିରେ ହୋଇଥାଏ ତାହା ଜଣାନଥାଏ । ଏହାର ଅନେକ ଉଦାହରଣ ଆପଣ ପୂର୍ବରୁ ଖବରକାଗଜ ପଢ଼ିଥିବେ କିମ୍ବା କାହାଣୀରେ ଶୁଣିଥିବେ ନିଶ୍ଚୟ । ଦିଲ୍ଲୀର ଏକ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ ଅଫିସର ଜଣଙ୍କ ପ୍ରେମରେ ପଡ଼ିଥିଲେ । ଆଉ ଏହି ପ୍ରେମ ଯେବେ ବ୍ରେକଅପରେ ପରିଣତ ହେଲା ଯୁବତୀ ଜଣକ ଭାଙ୍ଗିପଡ଼ିଥିଲେ । ତଥାପି ସେ ଭାଙ୍ଗି ନପଡ଼ି ଆଗକୁ ବଢ଼ିଥିଲେ ଆଉ ଏଥିରୁ କେମିତି ମୁକୁଳିଥିଲେ ସେ ସମ୍ପର୍କରେ ପ୍ରକାଶ କରିଛନ୍ତି ।

ଯୁବତୀ ଜଣକ ପ୍ରକାଶ କରିଛନ୍ତି କି, ପ୍ରଥମେ ମୁଁ କେବଳ ତାଙ୍କ ସହ ନିଜର କାମ ସମ୍ପର୍କରେ ଆଲୋଚନା କରୁଥିଲି । ଆମର କେବଳ ଅଫିସିଆଲ କଥାବାର୍ତ୍ତା ହେଉଥିଲା । କିନ୍ତୁ ପରେ ଧିରେ ଧିରେ ବନ୍ଧୁତା ବଢ଼ିଲା ଆଉ ବ୍ୟକ୍ତିଗତ କଥା ଆରମ୍ଭ ହେଲା । ସୁଖ ଦୁଃଖ କଥା ହେବାବେଳେ କେତେବେଳେ ଯେ ପ୍ରେମରେ ପଡ଼ିଯାଇଥିଲି ମୁଁ ନିଜେ ମଧ୍ୟ ଜାଣିପାରିନଥିଲି । ଅଫିସରେ ସାଙ୍ଗ ହୋଇ ଚା’ ପିଇବାକୁ ଯାଉ, ସାଙ୍ଗ ହୋଇ ଖାଉ । ଏମିତି ମିଳାମିଶାରେ ପ୍ରେମ ଗାଡ଼ି ଆଗକୁ ବଢ଼ିଥିଲା । ପ୍ରଥମେ ପ୍ରଥମେ ଅଫିସ ଯିବାକୁ ଭଲ ଲାଗୁନଥିଲା । କିନ୍ତୁ ଯେବେ ପ୍ରେମରେ ପଡ଼ିଲି ପ୍ରତିଦିନ ଅଫିସ ଆସିଲି ।

ସବୁ କାହାଣୀରେ ଯେଭଳି ଅନ୍ତଥାଏ ଆମ ପ୍ରେମରେ ମଧ୍ୟ ସମାପ୍ତ ହୋଇଥିଲା । ବ୍ରେକଅପ ପରେ ମୁଁ ପ୍ରଥମେ ଭାଙ୍ଗିପଡ଼ିଲି । ଯେତେବେଳେ ସେ ଅଫିସରେ ଅନ୍ୟ ମହିଳାଙ୍କ କଥା ହେଉଥିଲେ ସେତେବେଳେ କଷ୍ଟ ଅଧିକ ବଢ଼ିଯାଉଥିଲା । ତଥାପି ନିଜକୁ ସମ୍ଭାଳିବା ଆରମ୍ଭ କଲି । ଘରକୁ ଯିବାପରେ କାନ୍ଦିବା ବଦଳରେ ପୁରୁଣା କାମ ଆରମ୍ଭ କଲି । ଏହି ଦୁଃଖକୁ ଭୁଲି ନିଜର କାମରେ ଧ୍ୟାନ ଦେଲି । ମୁଁ ବହି ପଢ଼ିବା ଆରମ୍ଭ କଲି । ନିଜ ପ୍ରିୟ ଜନଙ୍କ କଥାହେଲି ଆଉ ଦୁଃଖକୁ ଭୁଲିବା ପାଇଁ ଚେଷ୍ଟା କଲି ।

ଧୀରେ ଧୀରେ ମୋର ଧ୍ୟାନ ମୋ କ୍ୟାରିୟରକୁ ଫେରି ଆସିଲା। ମୁଁ ନୂଆ କୌଶଳ ଶିଖିବା ଆରମ୍ଭ କଲି, କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କଲି ଏବଂ ନିଜ ପାଇଁ ନୂଆ ଲକ୍ଷ୍ୟ ସ୍ଥିର କଲି। ମୁଁ ଯେତେ ଅଧିକ ନିଜ ଉପରେ ଧ୍ୟାନ ଦେଲି, ମୋର ଆତ୍ମବିଶ୍ୱାସ ସେତେ ଫେରି ଆସିଲା।

ଏହାସହ ପଢ଼ନ୍ତୁ : ପୁଣି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ ଦାମ, ଜାଣନ୍ତୁ କେତେ ବଢ଼ିବ ?