ନୂଆଦିଲ୍ଲୀ,୧୯/୦୪; ମଧ୍ୟପ୍ରାଚ୍ୟର ଏକ ଅସ୍ଥିର ଜଳପଥ ହୋର୍ମୁଜ ପ୍ରଣାଳୀରେ ଦୁଇଟି ଭାରତୀୟ ପତାକାଯୁକ୍ତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି । ଏହା ପରେ ଭାରତ ଏବଂ ଇରାନ ମଧ୍ୟରେ କୂଟନୈତିକ ଉତ୍ତେଜନା ଚରମସାମୀରେ ପହଞ୍ଚିଛି । ଭାରତ ଶନିବାର ଏହି ଗମ୍ଭୀର ଘଟଣାରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଇରାନୀ ରାଷ୍ଟ୍ରଦୂତଙ୍କୁ ଡକାଇ ପ୍ରତିବାଦ କରିଛି । ରିପୋର୍ଟ ଅନୁଯାୟୀ, ଓମାନର ଉତ୍ତରରେ ଇରାନୀ ନୌସେନା ଦ୍ୱାରା ଦୁଇଟି ଟ୍ୟାଙ୍କର, ଜଗ୍ ଅର୍ଣ୍ଣଭ ଏବଂ ସାନମାର ହେରାଲ୍ଡ ଉପରେ ଗୁଳିବର୍ଷା ହୋଇଛି । ଏହି ଜାହାଜଗୁଡିକ ଇରାନୀ ତୈଳ ପରିବହନ କରୁଥିଲେ । ଏହି ଆକ୍ରମଣ ବିଶ୍ୱବ୍ୟାପୀ ଅଶୋଧିକ ତୈଳ ଯୋଗାଣ ଏବଂ ମୂଲ୍ୟ ଉପରେ ଚିନ୍ତା ବଢାଇଛି । ଭାରତୀୟ ଜାହାଜ ଉପରେ ଇରାନ ଆକ୍ରମଣ କରିଛି ସେପଟେ ଭାରତ ସହ ଭଲ ସମ୍ପର୍କ ଥିଲା କହିଛି । ସେପଟେ ହୋର୍ମୁଜରେ ଦୁଇ ଭାରତୀୟ ଜାହଜ ଉପରକୁ ଗୁଳି ମାଡ଼ ନେଇ ଉଦବେଗ ପ୍ରକାଶ କରିଛି ଭାରତ । ନୂଆଦିଲ୍ଲୀରେ ଅବସ୍ଥାପିତ ଇରାନ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛି ବୈଦେଶିକ ମନ୍ତ୍ରାଳୟ ।

ବୈଦେଶିକ ମନ୍ତ୍ରଣାଳୟ ଶନିବାର ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲିଙ୍କୁ ସମନ କରିଛି । ବୈଦେଶିକ ସଚିବ ଏହି ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତ ବାଣିଜ୍ୟ ଜାହାଜ ଏବଂ ନାବିକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି । ଇରାନ ପୂର୍ବରୁ ଭାରତକୁ ଆସୁଥିବା ଜାହାଜ ପାଇଁ ସୁରକ୍ଷିତ ପଥ ପ୍ରଦାନ କରିଛି । ହୋର୍ମୁଜ ପ୍ରଣାଳୀ ଦେଇ ଭାରତକୁ ଆସୁଥିବା ଜାହାଜ ପାଇଁ ସୁରକ୍ଷିତ ପତ ପ୍ରକ୍ରିୟାକୁ ଯଥାସମ୍ଭବ ପୁନଃସ୍ଥାପିତ କରିବାକୁ ଅନୁରୋଧ କରିଛୁ ବୋଲି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ।

​​​​​​​ଇରାନ କହିଲା-ଭାରତ ସହିତ ଦୃଢ ସମ୍ପର୍କ; ଏହି ସମୟରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଅବଦୁଲ ମାଜିଦ ହାକିମ ଏଲାହି ଘଟଣା ବିଷୟରେ ଅଜ୍ଞତା ପ୍ରକାଶ କରିଛନ୍ତି । ଘଟଣା ବାବଦରେ କିଛି ଜାଣିନଥିବା କହିଛନ୍ତି । ଭାରତ ଏବଂ ଇରାନ ମଧ୍ୟରେ ସମ୍ପର୍କ ୫ ହଜାର ବର୍ଷ ପୁରୁଣା ଏବଂ ବହୁତ ମଜବୁତ୍ । ଇରାନ ସହିତ ସମ୍ପର୍କରୁ ଭାରତ ଲାଭବାନ ହୋଇଛି । ବିଶେଷ କରି ହୋର୍ମୁଜ ପ୍ରଣାଳୀ ଦେଇ ତୈଳ ଟ୍ୟାଙ୍କରଗୁଡିକର ଯାତାୟତ ହୋଇଛି । ଶାନ୍ତିର ସମର୍ଥନ କରି ସେ କହିଛନ୍ତି, ଇରାନ ଯୁଦ୍ଧ ସପକ୍ଷରେ ନୁହେଁ ଏବଂ ଆଶା କରୁଛି କି, ଆଲୋନଚା ମାଧ୍ୟମରେ ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଅବଦୁଲ ମାଜିଦ ହାକିମ ।

ଭାରତୀୟ ଜାହାଜକୁ ହମ୍‌ଲା- ହୋର୍ମୁଜ ପ୍ରଣାଳୀ ଅତିକ୍ରମ କରୁଥିବା ବେଳେ ଭାରତର ଦୁଇଟି ବାଣିଜ୍ୟିକ ଜାହାଜ ଉପରେ ଶନିବାର ଆକ୍ରମଣ ହୋଇଛି । ଇରାନର ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି) ଦୁଇଟି ଗନବୋଟ ଯୋଗେ ଭାରତୀୟ ଟ୍ୟାଙ୍କର ନିକଟକୁ ଆସି ଗୁଳିମାଡ଼ କରିଛି । ଏହାପରେ ଟ୍ୟାଙ୍କର ଦ୍ୱୟ ହୋର୍ମୁଜ ଅତିକ୍ରମ କରି ନ ପାରି ପୁଣି ଫେରିଯାଇଛି । ଘଟଣାରେ ଭାରତ ପକ୍ଷରୁ ଇରାନକୁ ସମନ ଜାରି କରାଯାଇଛି । ଭାରତୀୟ ନୌସେନା ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ଯୋଗାଡ଼ରେ ଲାଗିପଡ଼ିଛି । ହୋର୍ମୁଜ ପ୍ରଣାଳୀରେ ଭାରତର କୌଣସି ଯୁଦ୍ଧପୋତ ନାହିଁ । କିନ୍ତୁ ଓମାନ ଉପସାଗରରେ ଭାରତୀୟ ଯୁଦ୍ଧପୋତ ମୁତୟନ ହୋଇ ରହିଛି । ହୋର୍ମୁଜ ପାର୍ କରୁଥିବା ଭାରତୀୟ ଜାହାଜକୁ ଏମାନେ ସୁରକ୍ଷା ଯୋଗାଇଥାନ୍ତି । ମେରିଟାଇମ୍ ତଥ୍ୟ ଅନୁସାରେ, ନିକଟରେ ୮ଟି ଟ୍ୟାଙ୍କର ଏକସଙ୍ଗେ ହୋର୍ମୁଜ ଅତିକ୍ରମ କରିଥିଲା । ହୋର୍ମୁଜ ସ୍ୱାଭାବିକ ହୋଇଥିବା ନେଇ ଏଥିରୁ ସଙ୍କେତ ମିଳିଥିଲା । କିନ୍ତୁ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ସ୍ଥିତି ବଦଳି ଯାଇଛି ।

ଏହା ବି ପଢନ୍ତୁ...ହର୍ମୁଜରେ ଇରାନୀ ନୌସେନାର ଗୁଳିମାଡ଼, ପଛକୁ ଘୁଞ୍ଚିଲା ଦୁଇ ଭାରତୀୟ ଜାହାଜ  

ଅନ୍ୟପଟେ ଶକ୍ତି ସଙ୍କଟ ଟଳିବା ଆଶା ମଉଳିଛି । ପୁଣି ହୋର୍ମୁଜ ବନ୍ଦ କରିଛି ଇରାନ । ହୋର୍ମୁଜକୁ ଖୋଲାଯିବା ନେଇ ଘୋଷଣା କରିବାର ୨୪ ଘଣ୍ଟା ମଧ୍ୟରେ ଇରାନ ୟୁ-ଟର୍ନ ମାରିଛି । ଏଥିପାଇଁ ଏହା ସିଧାସଳଖ ଆମେରିକାକୁ ଦାୟୀ କରିଛି । ହୋର୍ମୁଜ ପ୍ରଣାଳୀର ପୂର୍ବ ସ୍ଥିତାବସ୍ଥା ଫେରିଥିବା ଇରାନର ମିଲିଟାରୀ କମାଣ୍ଡ ଶନିବାର ଘୋଷଣା କରିଛି । ଆମେରିକା ଯୁଦ୍ଧବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି । ସେପଟେ ଟ୍ରମ୍ପ କହିଛନ୍ତି ଇରାନର ୟୁରାନିୟମ ହାସଲ କରିବୁ ।