ନୂଆଦିଲ୍ଲୀ,୨୨/୦୫; ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦେଶରେ ବେକାର ଯୁବକ ଯୁବତୀମାନଙ୍କୁ ଅସରପା (କକ୍ରୋଚ୍) ସହ ତୁଳନା କରିବା ପରେ ରାଜନୀତିରେ ଏବେ କମ୍ପନ ସୃଷ୍ଟି କରିଛନ୍ତି ଯୁବପିଢି । ସିଜେଆଇଙ୍କ ମନ୍ତବ୍ୟ ପରେ କକ୍ରୋଚ୍ ଜନତା ପାର୍ଟି ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ସୋସିଆଲ ମିଡ଼ିଆରେ କେବଳ କକ୍ରୋଚ୍ ଜନତା ପାର୍ଟି କଥା । ଏହି ପାର୍ଟି ଇନଷ୍ଟାଗ୍ରାମରେ ବିଜେପି ଏବଂ କଂଗ୍ରେସକୁ ପଛରେ ପକାଇ ଦେଇଛି । ଭାରତରେ ଏହାର ଏକ୍ସ ହ୍ୟାଣ୍ଡେଲକୁ ବ୍ଲକ କରିବା ପରେ ଏହାର ଆଉ ଏକ ଆକାଉଣ୍ଟ ତିଆରି ହୋଇଥିଲା । ଯାହା ନାମ ଦିଆଯାଇଥିଲା କକ୍ରୋଚ୍ ଇଜ୍ ବ୍ୟାକ । ଭାରତରେ ଏହାର ପୁରୁଣା ଏକ୍ସ ହ୍ୟାଣ୍ଡେଲ ବ୍ୟାନ୍ ହୋଇଥିଲେ ବି ଅନ୍ୟ ଦେଶରେ ସକ୍ରିୟ ରହିଛି । ଏହାର ସ୍କ୍ରିନସଟ୍ ସେୟାର କରାଯାଉଛି ।

ଭାରତରେ X ହ୍ୟାଣ୍ଡେଲ କାହିଁକି ବ୍ୟାନ୍ ? ରିପୋର୍ଟ ଅନୁଯାୟୀ ଗୁରୁବାର ଆଇବି ସରକାରଙ୍କୁ ସୂଚନା ପ୍ରଦାନ କରିଥିଲା ଯେ ଆକାଉଣ୍ଟଟି ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ । ଇଣ୍ଡିଆନ୍ସ ଏକ୍ସପ୍ରେସ୍ ରିପୋର୍ଟ କରିଛି ଯେ, କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ଆଇନ ୨୦୦୦ର ଧାରା ୬୯ (ଏ) ଅନୁଯାୟୀ ଆକାଉଣ୍ଟଟିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି । ମନ୍ତ୍ରଣାଳୟକୁ ଇଣ୍ଟେଲିଜେନ୍ସ ବ୍ୟୁରୋଠାରୁ ସୂଚନା ମିଳିଛି ଯେ, କକ୍ରୋଚ୍ ଜନତା ପାର୍ଟି ହ୍ୟାଣ୍ଡେଲ ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଛି । ଆଇବି ରିପୋର୍ଟରେ କୁହାଯାଇଛି କି, ଆକାଉଣ୍ଟରୁ ଉତ୍ତେଜନାମୂଳକ ବିଷୟବସ୍ତୁ ପୋଷ୍ଟ କରାଯାଉଛି । ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ । ଆଇଟି ଆଇନର ଧାରା ୬୯ (ଏ) ଅନୁଯାୟୀ, ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଯେକୌଣସି ସାମଗ୍ରୀ ପ୍ରସାରଣକୁ ଅବରୋଧ କରାଯାଇପାରିବ ।


ଇନଷ୍ଟାରେ ୧.୮ କୋଟି ଫଲୋର୍ସ- ଯଦିଓ ସିଜେପିର ଏକ୍ସ ହ୍ୟାଣ୍ଡେଲ ଭାରତର ଦେଖିବାକୁ ମିଳୁନାହିଁ । କିନ୍ତୁ ଅନ୍ୟ ଦେଶରୁ ସେୟାର କରାଯାଉଥିବା ସ୍କ୍ରିନସଟ୍ ଦର୍ଶାଉଛ ଯେ, ଏହାର ୨୦୦,୦୦୦ରୁ ଅଧିକ ଫଲୋର୍ସ ଅଛନ୍ତି । ଯେତେବେଳେ ହ୍ୟାଣ୍ଡେଲକୁ ବ୍ଲକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେବେ ଏହାର କେବଳ ୯୦, ୦୦୦ ଫଲୋର୍ସ ଥିଲେ । ସିଜେପି ଇନଷ୍ଟାଆକାଉଣ୍ଟରେ ବର୍ତତ୍ମାନ ୧ କୋଟି ୮୦ ଲକ୍ଷ ଫଲୋର୍ସ ଅଛନ୍ତି । ରିପୋର୍ଟ ଆସୁଛି କି, ଭାରତରେ ଏହାର ଇନଷ୍ଟାଗ୍ରାମ ଆକାଉଣ୍ଟ ବି ଖୁବଶୀଘ୍ର ବ୍ୟାନ୍ ହୋଇପାରେ । 
 

ଏହା ବି ପଢନ୍ତୁ...Cockroach Survival: ଡାଇନୋସର ନାହିଁ ତଥାପି ବଞ୍ଚିଛି ଅସରପା, କାହିଁକି ଏ ଚର୍ଚ୍ଚା ?

ଏହା ବି ପଢନ୍ତୁ...cockroach-janta-party :‘କକରୋଜ ଜନତା ପାର୍ଟିର ଅଧା ଫଲୋଅର୍ସ ପାକିସ୍ତାନୀ’,ଡାଟା ସେୟାର କରି ଦାବି କଲେ ବିଜେପି ନେତା…  

କକ୍ରୋଚ୍‌ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ ବ୍ଲକ-   ସାରା ଦେଶରେ ବେଶ୍ ଚର୍ଚ୍ଚାରେ ଥିବା ଡିଜିଟାଲ ସଙ୍ଗଠନ କକ୍ରୋଚ ଜନତା ପାର୍ଟି (ସିଜେପି)ର ଏକ୍ସ ଆକାଉଣ୍ଟ ବ୍ଲକ୍ କରିଦିଆଯାଇଛି । ‘ଲିଗାଲ ଡିମାଣ୍ଡ’ ଯୋଗୁ ଏକ୍ସ ଏହି ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରିଛି । କୌଣସି ଅଧିକୃତ ସଂସ୍ଥାଠାରୁ ଆଇନଗତ ଭାବେ ନିବେଦନ ଗ୍ରହଣ କରାଗଲେ ଏଭଳି ପଦକ୍ଷେପ ନିଆଯାଇଥାଏ ବୋଲି ଏକ୍ସ ପକ୍ଷରୁ କୁହାଯାଇଛି । ଯାହା ଆଶା କରାଯାଉଥିଲା ତାହା ହିଁ ଘଟିଛି ବୋଲି ଏକ୍ସ ଆକାଉଣ୍ଟ ବ୍ଲକ ହେବା ପରେ କକ୍ରୋଚ ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି । ବ୍ଲକ୍ ହେବାର କିଛି ସମୟ ପରେ କକ୍ରୋଚ ପାର୍ଟି ଆଉ ଏକ ନୂଆ ଆକାଉଣ୍ଟ ବନାଇଛି । ଏହାର ନାଁ ରଖାଯାଇଛି ‘କକ୍ରୋଚ ଇଜ୍ ବ୍ୟାକ୍’ । ଏହାର ବାୟୋରେ ଲେଖାଯାଇଛି ‘କକ୍ରୋଚ ଡୋଣ୍ଟ୍ ଡାଏ’ । ଅର୍ଥାତ କକ୍ରୋଚ ମରନ୍ତିନି । ଗୁରୁବାର ଅପରାହ୍ନ ୨ଟା ୨୯ରେ ନୂଆ ଆକାଉଣ୍ଟରୁ ପ୍ରଥମ ପୋଷ୍ଟ କରାଯାଇଥିଲା । ସନ୍ଧ୍ୟା ସୁଦ୍ଧା ଏହାର ଫଲୋଅର୍ସଙ୍କ ସଂଖ୍ୟା ୫୦ ହଜାର ପାର୍ କରିଯାଇଥିଲା । ସିଜେଆଇ ସୂର୍ଯ୍ୟକାନ୍ତଙ୍କ ‘କକ୍ରୋଚ’ ବୟାନ ବିରୋଧରେ ବନିଥିବା ଏହି ପାର୍ଟିର ପୁରୁଣା ଏକ୍ସ ଆକାଉଣ୍ଟରେ ୧.୯୩ ଲକ୍ଷରୁ ଅଧିକ ଫଲୋଅର୍ସ ଥିଲେ ।