ନୂଆଦିଲ୍ଲୀ: ସବୁଠି ଏବେ ଗୋଟିଏ ଚର୍ଚ୍ଚା । ସିଜେପି-କକରୋଜ ଜନତା ପାର୍ଟି । ଯୁବପୀଢ଼ୀଙ୍କ ପସନ୍ଦ ପାଲଟି ସାରିଲାଣି । ରାତାରାତି ବଡ଼ ବଡ଼ ରାଜନୈତିକ ଦଳଙ୍କୁ ଫଲୋର୍ସରେ ପକାଇଥିବା ଏହି ସୋସିଆଲ ମିଡିଆର ଏକ୍ସ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ତଥାପି ଏବେ ଆଉ ଏକ ପେଜ୍ ଖୋଲାଯାଇଛି । ଆଉ ଏଥିରେ ଲେଖା ଅଛି ଅସରପା କେବେ ମରେ ନାହିଁ । ଯାହାକୁ ନେଇ ଚର୍ଚ୍ଚା ପୁଣି ବଢ଼ିବାରେ ଲାଗିଛି । ୧୫ ମିଲିୟନ ପାର କରିଥିବାବେଳେ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି । କେବଳ ଭାରତ ନୁହେଁ ଏବେ ସାରା ବିଶ୍ବରେ ଏହାକୁ ସମର୍ଥନ ବଢ଼ିବାରେ ମଧ୍ୟ ଲାଗିଛି ।
ଜିଦିଆ ହୋଇଥାଏ ଅସରପା
ବୈଜ୍ଞାନିକମାନେ କୁହନ୍ତି କି, ଅସରପା ବହୁ ପୁରାତନ ଯୁଗରୁ ରହିଛନ୍ତି । ଡାଇନୋସର ସମୟରୁ ଅଛନ୍ତି । ଏହି ଜନ୍ତୁର ମୁଣ୍ଡ କଟିଗଲେ ମଧ୍ୟ ଏମାନେ ବଞ୍ଚିଯାଆନ୍ତି । ୩୦୦ ନିୟୁତ ବର୍ଷ ହେବ ଏମାନେ ରହିଛନ୍ତି । ଡାଇନୋସର ଏବେ ନାହାନ୍ତି କିନ୍ତୁ ଏହି ଅସରପାମାନେ ଅଛନ୍ତି । ସେମାନଙ୍କ ମୁଣ୍ଡ କଟିଲେ ମଧ୍ୟ ଗୋଟିଏ ସପ୍ତାହ ବଞ୍ଚିପାରନ୍ତି । ଏଥିରୁ ସେମାନେ କେତେ ଜିଦିଆ ତାହା ଜଣାପଡ଼ୁଛି । ଏମାନେ ସବୁ ଖାଉଥିବାବେଳେ ସବୁ ପରିବେଶରେ ଖାପ ଖୁଆଇ ଚଳନ୍ତି । କାଗଜ, ଅଠା, ଚମଡ଼ାଠାରୁ ଆରମ୍ଭ କରି ସବୁ ପ୍ରକାର ଖାଦ୍ୟ ଖାଇଥାନ୍ତି । ଆଉ ଏହାକୁ ମଧ୍ୟ ସେମାନେ ହଜମ କରିଦିଅନ୍ତି ।
ସବୁଠାରୁ ବଡ଼ କଥା ହେଉଛି କି, ଅସରପାମାନଙ୍କ ପାଖରେ ଅଧିକ ସହନଶୀଳତା ଶକ୍ତି ରହିଛି । ଏମାନେ ଖାଦ୍ୟ ବିନା ଗୋଟିଏ ମାସ ଏବଂ ପାଣି ବିନା ୨ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି । ସେମାନେ କୀଟନାଶକ ଏବଂ ବିଷାକ୍ତ ରାସାୟନିକ ପଦାର୍ଥ ପ୍ରତି ମଧ୍ୟ ଦ୍ରୁତଗତିରେ ପ୍ରତିରୋଧ ବିକଶିତ କରନ୍ତି । ପାଣି ଭିତରେ ବଞ୍ଚିବାରେ ମଧ୍ୟ ବହୁତ ପାରଙ୍ଗମ।ସେମାନେ ୪୦ ମିନିଟ ପର୍ଯ୍ୟନ୍ତ ପାଣି ଭିତରେ ନିଶ୍ୱାସ ବନ୍ଦ କରିପାରନ୍ତି। ଏହା ସେମାନଙ୍କ ବୁଡ଼ିଯିବାର ଆଶଙ୍କା ହ୍ରାସ କରେ। ଏଥିରୁ ଜଣାପଡ଼େ ଅସରପା କେତେ ଜିଦିଆ ।
ଏହାସହ ପଢ଼ନ୍ତୁ : MS Dhoni: ଆଇପିଏଲ ଇତିହାସରେ ପ୍ରଥମ, ଭାଙ୍ଗିଲା ୧୮ ବର୍ଷର ପରମ୍ପରା…