ପ୍ରମୂଖ ଖବର
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ଭାରତର ତାଲିବାନ ସହିତ ଉଚ୍ଚସ୍ଥରୀୟ ବୈଠକ; ସବୁ ଦିଗରୁ ପାକିସ୍ତାନକୁ ଘେରି ରହିବାକୁ ଆରମ୍ଭ ହେଲା କି ପ୍ରସ୍ତୁତି?

Published By : Prameya | April 28, 2025 11:18 PM

Image source: NBT

ନୂଆଦିଲ୍ଲୀ,୨୮/୦୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଘେରି ରହିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଭାରତ କେବଳ ବିଦେଶୀ କୂଟନୀତିଜ୍ଞଙ୍କୁ ଡାକି ଏହି ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତିର ପ୍ରମାଣ ଦେଖାଇଛି ତାହା ନୁହେଁ ବରଂ ବିଶ୍ବର ମହାଶକ୍ତି ସହ ମଧ୍ୟ କଥା ହୋଇଥିଲା। ଏହି ସମୟରେ ଭାରତ ଏବଂ ତାଲିବାନ ମଧ୍ୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି ଯେଉଁଥିରେ ଉଭୟ ଦେଶର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। ଏହି ବୈଠକ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ତାଲିବାନ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନୁହେଁ। ତାଲିବାନ ମଧ୍ୟ ପହଲଗାମ ଆକ୍ରମଣକୁ ନିନ୍ଦା କରିବା ସହ ଭାରତକୁ ସମର୍ଥନ ଜଣାଇଛି।

ବରିଷ୍ଠ ଭାରତୀୟ କୂଟନୀତିଜ୍ଞ ତଥା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଆନନ୍ଦ ପ୍ରକାଶ ଏବଂ ପିଏଆଇ (ପାକିସ୍ଥାନ, ଆଫଗାନିସ୍ତାନ ଏବଂ ଭାରତ ଡିଭିଜନ୍) ର ଚାର୍ଜ ଡି’ଆଫେୟାର ରବିବାର ଦିନ କାବୁଲରେ କାର୍ଯ୍ୟରତ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକିଙ୍କୁ ଭେଟିଛନ୍ତି। ମଧ୍ୟବର୍ତ୍ତୀ ଆଫଗାନିସ୍ତାନ ସରକାରଙ୍କ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ ଆଫଗାନିସ୍ତାନରେ ସ୍ଥଗିତ ପଦକ୍ଷେପକୁ ପୁନଃ ଜୀବିତ କରିବ ବୋଲି ତାଲିବାନ ଅଧିକାରୀଙ୍କୁ ଭାରତ କହିଛି ଏବଂ ଦେଶ ସହ ଜାରି ରହିଥିବା ସହଯୋଗ ପାଇଁ ଭାରତର ପ୍ରତିବଦ୍ଧତାକୁ ମଧ୍ୟ ନିଶ୍ଚିତ କରିଛି।

ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁଟାକି ଭାରତ ସହ କୂଟନୈତିକ ତଥା ଅର୍ଥନୈତିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଧିକନ୍ତୁ, ମୁଟାକି ଭାରତୀୟ ନିବେଶକମାନଙ୍କୁ ଆଫଗାନିସ୍ତାନରେ ଉପଲବ୍ଧ ଅନୁକୂଳ ବିନିଯୋଗ ସୁଯୋଗର ଲାଭ ଉଠାଇବାକୁ ଅନୁରୋଧ କରିଛନ୍ତି। ଏହି ବୈଠକରେ ଦ୍ୱିପାକ୍ଷିକ ରାଜନୈତିକ ସମ୍ପର୍କ, ବାଣିଜ୍ୟ, ଗମନାଗମନ ଏବଂ "ସାମ୍ପ୍ରତିକ ଆଞ୍ଚଳିକ ରାଜନୈତିକ ବିକାଶ" ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.