କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନରେ ବୁଧବାର ଅନ୍ତିମ ପର୍ଯ୍ୟାୟର ଭୋଟିଂ ହେବ। ମେ ମାସ ୪ ତାରିଖରେ ଭୋଟ୍ ଗଣତି ସହ ନିର୍ବାଚନୀ ହୋ ହାଲ୍ଲା ଥମିଯିବ। ପୂରା ନିର୍ବାଚନ ପ୍ରଚାର ବେଳେ ପିଏମ୍ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ଅମିତ ଶାହ , ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବିଜେପି ନେତାମାନେ ଖୁବ୍ ରାଲି କରିଛନ୍ତି, ଅନ୍ୟପଟେ ତୃଣମୂଳ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କର ଭଣଜା ଅଭିଷେକ ବାନାର୍ଜୀ ମଧ୍ୟ ନିଜର ବଳ ଦେଖାଇବାର ନଜର ଆସିଥିଲେ। ଏହି ନିର୍ବାଚନୀ ମାହୋଲରେ ତୃଣମୂଳ କଂଗ୍ରେସର ବାହୁବଳୀ ନେତା ଅନୁବ୍ରତ ମଣ୍ଡଳ ସଂପୂର୍ଣ୍ଣ ରୂପେ ଅଜଣା ଅଶୁଣା ନଜର ଆସିଥିଲେ। ଅନୁବ୍ରତ ମଣ୍ଡଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଞ୍ଚ ସେୟାର କରିବା ନଜର ଆସି ନାହାନ୍ତି କି ତୃଣମୂଳ କଂଗ୍ରେସ ପାଇଁ ପ୍ରଚାର କରି ନାହାନ୍ତି।

  • ଫେକ୍ ଭାଇରାଲ ଭିଡ଼ିଓ କାରଣରୁ ସେ ଚର୍ଚ୍ଚାରେ –

ପଶ୍ଚିମବଙ୍ଗ ନିର୍ବାଚନ ବେଳେ ବାହୁବଳୀ ନେତା ଅନୁବ୍ରତ ମଣ୍ଡଳ କେବଳ ଏକ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ପ୍ରକୃତ କଥା ଯେ, ଗତ କିଛି ଦିନରେ ସୋସିଆଲ ମିଡ଼ିଆରେ ପ୍ରଥମ ପର୍ଯ୍ୟାୟର ବମ୍ପର ଭୋଟିଂ ପରେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା , ଯେଉଁଥିରେ ଦାବି କରାଯାଇଛି ଯେ, ଅନୁବ୍ରତ ମଣ୍ଡଳ କହୁଛନ୍ତି , ଏତେ ଅଧିକ ଭୋଟିଂ ପ୍ରତିଶକ ହେବା ପରେ ପ୍ରଥମ ପର୍ଯ୍ୟାୟର ୧୫୨ରେ ତୃଣମୂଳ କଂଗ୍ରେସ ପ୍ରାୟ ୧୫-୨୦ ସିଟ୍ ଜିତି ପାରିବ। ହେଲେ ଏହି ଭିଡ଼ିଓ ସଂପୂର୍ଣ୍ଣ ଫେକ୍ ଥିଲା। ଅନୁବ୍ରତ ମଣ୍ଡଳ ବମ୍ପର ଭୋଟିଂ ପରେ ଟିଏମସି ନୁହେ ବରଂ ବିଜେପିକୁ ପ୍ରାୟ ୧୫-୨୦ ସିଟ୍‌ରେ ସୀମିତ ରହିବା କଥା କହିଥିଲେ। ପଶ୍ଚିମବଙ୍ଗର ଦୈନିକ ଖବରକାଗଜର ୱେବସାଇଟ୍ ଅମୃତ ବଜାର ପତ୍ରିକା ଭାଇରାଲ ଭିଡ଼ିଓର ସତ୍ୟତା ପ୍ରକାଶ କରିଥିଲା। 

  • ଅନୁବ୍ରତ ମଣ୍ଡଳ କାହିଁକି ବଙ୍ଗଳା ନିର୍ବାଚନରୁ ଦୂରେଇ ରହିଲେ?

୨୦୨୬ ବଙ୍ଗଳା ନିର୍ବାଚନରୁ ଅନୁବ୍ରତ ମଣ୍ଡଳ କାହିଁକି ନିଜକୁ ଦୂରେଇ ରଖିଲେ ସେ ବିଷୟରେ ରାଜନୈତିକ ମହଲରେ ନିରନ୍ତର ଆଲୋଚନା ଚାଲିଛି। କୁହାଯାଉଛି ଯେ ଅନୁବ୍ରତ ମଣ୍ଡଳଙ୍କ ସମର୍ଥକମାନେ ଆଶା କରିଥିଲେ ଯେ ମମତା ବାନାର୍ଜୀ ଏହି ନିର୍ବାଚନରେ ସେମାନଙ୍କ ନେତାଙ୍କୁ ପ୍ରାର୍ଥୀ କରିବେ, କିନ୍ତୁ ତାହା ହୋଇ ନଥିଲା। କୁହାଯାଉଛି ଯେ ବିଜେପି ଏହି ନିର୍ବାଚନରେ ଅପରାଧ ଏବଂ ଗୁଣ୍ଡାଗିରି ପ୍ରସଙ୍ଗରେ ଅନୁବ୍ରତ ମଣ୍ଡଳଙ୍କୁ ଲଗାତାର ଆକ୍ରମଣ କରୁଛି, ଯାହା ଦ୍ୱାରା ଅନୁବ୍ରତ ମଣ୍ଡଳଙ୍କୁ ନେଇ ଆଉ କୌଣସି ବଦନାମ ନହେଉ , ଏଥିପାଇଁ ତାଙ୍କୁ ଲାଇମଲାଇଟ୍‌ରୁ ଦୂରେଇ ରହିବାକୁ କୁହାଯାଇ ଥିଲା।

୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିର ପରିବର୍ତ୍ତନର ଏକ ଅଂଶ ସ୍ୱରୂପ, ତାଙ୍କୁ ତାଙ୍କର ସାଂଗଠନିକ ପଦବୀରୁ କାଢ଼ି ନିଆଯାଇ ଥିଲା ଏବଂ ବୀରଭୂମ ୟୁନିଟ୍‌କୁ ବର୍ତ୍ତମାନ ଏକ କୋର୍ କମିଟିକୁ ଦିଆଯାଇଛି। ଏହି ସମୟରେ ବିଜେପି, ଜଣେ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ଅନୁବ୍ରତଙ୍କ ଗିରଫ ଦାବି କରି ପ୍ରତିବାଦ ଆରମ୍ଭ କରିଥିଲା।

କହି ରଖୁଛୁ କି , ଅନୁବ୍ରତ ମଣ୍ଡଳ ବୀରଭୂମର ଜଣେ ଶକ୍ତିଶାଳୀ ବ୍ୟକ୍ତି ଭାବରେ ଜଣାଶୁଣା। ସେ ସର୍ବଦା ଏହି ଜିଲ୍ଲାରେ ପ୍ରଭାବ ବିସ୍ତାର କରି ଆସିଛନ୍ତି। ତଥାପି, ଅନେକ ମାମଲା ଯୋଗୁଁ ତାଙ୍କୁ ବାରମ୍ବାର ଜେଲ ଯିବା ଦ୍ୱାରା ତାଙ୍କର ପ୍ରତିଷ୍ଠା ବହୁତ କ୍ଷତି ହୋଇଛି। କୁହାଯାଏ ଯେ ପୂର୍ବତନ ସାଂସଦ ଏବଂ ମାଫିଆ ନେତା ଅତିକ୍ ଅହମ୍ମଦ ଯେପରି ଉତ୍ତର ପ୍ରଦେଶର ଆହ୍ଲାବାଦ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଭାବ ବିସ୍ତାର କରିଥିଲେ, ଅନୁବ୍ରତ ମଣ୍ଡଳଙ୍କର ବୀରଭୂମ ଅଞ୍ଚଳରେ ସମାନ ପ୍ରଭାବ ରହିଛି।

  • ତାଙ୍କର କ୍ରାଇମ୍‌ କୁଣ୍ଡଳୀ ଯାଞ୍ଚ କରି ପୁଲିସ ଥକି ଯାଏ -

ଅନୁବ୍ରତ ମଣ୍ଡଳଙ୍କ ଅପରାଧ ରେକର୍ଡ ବହୁତ ଲମ୍ବା। କୁହାଯାଏ ଯେ ଏହା ଏତେ ଲମ୍ବା ଯେ ପୁଲିସ ଅଧିକାରୀମାନେ ନିଜକୁ କ୍ଳାନ୍ତ କରିଦିଅନ୍ତି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ସିବିଆଇ ଏବଂ ଇଡି ଅନୁଯାୟୀ, ସେ ଅନେକ ବଡ଼ ଦୁର୍ନୀତି ଏବଂ ହିଂସାତ୍ମକ ଘଟଣାର ମୁଖ୍ୟ ଅଭିଯୁକ୍ତ।