ଭୁବନେଶ୍ୱର ୧୯/୦୧:ଶୀତଦିନେ ଚା'ର ଗୋଟିଏ ଢୋକ ଶରୀର ଏବଂ ମନକୁ ଶାନ୍ତି ଦେଇଥାଏ। ଯାହା ଅନ୍ୟ କୌଣସି ପାନୀୟରେ ହୁଏତ ମିଳିନଥାଏ। କପେ ଗରମ ଚା' କେବଳ ଥଣ୍ଡା ଦୂର କରେ ନାହିଁ ବରଂ ମନରେ ଆନନ୍ଦ ମଧ୍ୟ ଆଣିଥାଏ। ଶୀତ ଦିନେ ଲୋକମାନେ କେତେବେଳେ ଅଦା ତ ଆଉ କେବେ ଲବଙ୍ଗ ଭଳି ଭିନ୍ନ ସ୍ୱାଦର ଚା’ ପିଇବାକୁ ପସନ୍ଦ କରନ୍ତି। ଯଦି ଆପଣ ଏସବୁ ଚା’ ପିଇସାରିଛନ୍ତି ଏବଂ କିଛି ସ୍ୱତନ୍ତ୍ର ଚାଖିବାକୁ ଚାହୁଁଛନ୍ତି, ତେବେ ହାଇଦ୍ରାବାଦର ପ୍ରସିଦ୍ଧ ଇରାନୀ ଚା’ ଠାରୁ ଆଉ କିଛି ଭଲ ହୋଇନପାରେ ।

ହାଇଦ୍ରାବାଦର ସଂକୀର୍ଣ୍ଣ ରାସ୍ତାରେ ମହକୁଥିବା ଇରାନୀ ଚା'ର କେବଳ ସୁଗନ୍ଧ ନୁହେଁ ବରଂ ଏହାର ସ୍ୱାଦ ମଧ୍ୟ ଆପଣ ଦିଲ୍ ଖୁସ୍ କରିଦେବ। ଇରାନୀ ଚା'କୁ ଦମ୍ ଚା' ମଧ୍ୟ କୁହାଯାଏ କାରଣ ଏହା ଦମ୍ ବିରିଆନି ପରି ପ୍ରସ୍ତୁତ ହୋଇଥାଏ। ଏହାକୁ ଅଧିକ ଉତ୍ତାପରେ ନୁହେଁ, କମ୍ ଉତ୍ତାପରେ ଫୁଟାଯାଏ, ଯାହା ଦ୍ଵାରା ଚା’ ଏବଂ କ୍ଷୀରର ସ୍ୱାଦ ସମ୍ପୂର୍ଣ୍ଣ ଭାବରେ ମିଶିଯାଏ। ଏହି ପ୍ରସ୍ତୁତ ପଦ୍ଧତି ଏହି ଚା’କୁ ସାଧାରଣ ଚା’ ଠାରୁ ଭିନ୍ନ, ଅଧିକ ସୁଗନ୍ଧିତ ଏବଂ ଅତ୍ୟନ୍ତ ସମୃଦ୍ଧ କରିଥାଏ। ଆସନ୍ତୁ ଜାଣିବା ଇରାନୀ ଚା’ର ସହଜ ରେସିପି, ଯାହା ଆପଣଙ୍କ ଶୀତଦିନର ଉପଭୋଗକୁ ଦ୍ୱିଗୁଣିତ କରିବ।

ଇରାନୀଚା‘ତିଆରି ପାଇଁ ସାମଗ୍ରୀ:

ପାଣି- ପାଖାପାଖି ୧.୫ ଲିଟର୍

ଚା' ଗୁଣ୍ଡ- ୫ ରୁ ୬ ଛୋଟ ଚାମଚ

ଅଟା (ଦମ୍ ଲଗାଇବା ପାଇଁ)

ଫୁଲ୍ କ୍ରିମ୍ ମିଲ୍କ- ୧ ଲିଟର୍

କଣ୍ଡେସ୍‌ଡ ମିଲ୍କ- ୩-୪ ଛୋଟ ଚାମଚ

ଗୁଜୁରାତି- ୩ଟି

ଷ୍ଟେପ୍-୧: କାଢା ପ୍ରସ୍ତୁତ କରନ୍ତୁ :

ପ୍ରଥମେ, କାଢା ପ୍ରସ୍ତୁତ କରନ୍ତୁ। ଏକ ପାତ୍ରରେ ପାଣି ନେଇ ଏହାକୁ ଉଚ୍ଚ ତାପମାତ୍ରାରେ ଗରମ କରନ୍ତୁ। ଏଥିରେ ଚା’ ଏବଂ ଚିନି ମିଶାନ୍ତୁ। ଏହାପରେ ପାତ୍ରକୁ ଘୋଡାଇ ଦିଅନ୍ତୁ। ପାତ୍ରର ଚାରିପାଖରେ ଅଟା ବିଛାଇ ଦିଅନ୍ତୁ। ଏହା ଢାଙ୍କୁଣୀକୁ ଭଲ ଭାବରେ ବନ୍ଦ କରିବ। ଏହାକୁ ୩୦-୪୦ ମିନିଟ୍ ପର୍ଯ୍ୟନ୍ତ କମ୍ ଆଞ୍ଚରେ ଫୁଟାନ୍ତୁ, ଚା’ ଗାଢ ହେବାକୁ ଦିଅନ୍ତୁ। ଏହା ସିଝିଗଲା ପରେ, ଚା’ କୁ ଛାଣି ଅଲଗା ରଖନ୍ତୁ।

ଷ୍ଟେପ୍-୨: କ୍ଷୀର ଫୁଟାନ୍ତୁ :

ଅନ୍ୟ ଏକ ପାତ୍ରରେ କ୍ଷୀର ଢାଳି କମ୍ ଆଞ୍ଚରେ ଫୁଟାନ୍ତୁ। ଏଥିରେ ଗୁଜୁରାତି ଏବଂ କଣ୍ଡେସ୍‌ଡ ମିଲ୍କ ମିଶାନ୍ତୁ। କ୍ଷୀରକୁ ପ୍ରାୟ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ, ଯେପର୍ଯ୍ୟନ୍ତ ଏହା ଗାଢ ନହୋଇଛି।

ଏହାପରେ ପୂର୍ବରୁ ପ୍ରସ୍ତୁତ କରିଥିବା କାଢା ଚା’କୁ କପରେ ଢାଳନ୍ତୁ। ଏହା ଉପରେ ଧୀରେ ଧୀରେ ଗରମ କ୍ଷୀର ମିଶାନ୍ତୁ। ଏହାପରେ ଆପଣଙ୍କ ଇରାନୀ ଚା’ ପ୍ରସ୍ତୁତ।