ନୂଆଦିଲ୍ଲୀ,୨୯।୧୦:  ମହାକାଶରେ ପୁଣି ଭାରତ ରଚିବ ଇତିହାସ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ୨ ନଭେମ୍ବରରେ ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ନିଜର ବହୁ ପ୍ରତୀକ୍ଷିତ ସାଟେଲାଇଟ୍ ଲଞ୍ଚ କରିବାକୁ ଯାଉଛି। ସବୁଠାରୁ ଭାରି କମ୍ୟୁନିକେସନ୍ ଆଣ୍ଡ ମଲ୍ଟିମଡିଆ ସାଟେଲାଇଟ୍- 03 (CMS-03) ଲଞ୍ଚ ହେବ। ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧବନ ମହାକାଶ କେନ୍ଦ୍ରରୁ ଲଞ୍ଚ ହେବାପରେ ଏହି ସାଟେଲାଇଟ୍ କମ୍ୟୁନିକେସନ୍‌ର ଭବିଷ୍ୟତକୁ ନୂଆ ଦିଗ ଦେବ। ଏହାଦ୍ବାରା ଭାରତର ଯାନ୍ତ୍ରିକ ଶକ୍ତି ବଢିବ। ଦେଶର କୋଟି କୋଟି ନାଗରିକଙ୍କ ଜୀବନରେ ଡିଜିଟାଲ କ୍ରାନ୍ତିର ନୂଆ ଆରମ୍ଭ ହେବ। ଆସନ୍ତୁ ଜାଣିବା ଭାରତର ସବୁଠାରୁ ଓଜନିଆ ସାଟେଲାଇଟ୍ CMS-03 ର ଲଞ୍ଚିଂରୁ କ’ଣ କ’ଣ ଫାଇଦା ମିଳିବ ଓ ଏହା କିଭଳି କାମ କରିବ ?

CMS-03 ଏକ ମଲ୍ଟି ବ୍ୟାଣ୍ଡ ମିଲିଟାରୀ କମ୍ୟୁନିକେସନ୍‌ ସାଟେଲାଇଟ୍। ଯାହାକୁ GSAT-7R ନାମରେ ଜଣାଯାଏ। ଏହା ଦେଶର ସବୁଠାରୁ ଶକ୍ତିଶାଳୀ ରକେଟ୍ ଲଞ୍ଚ ଭେଇକିଲ୍‌ ମାର୍କ 3(LVM3) ଜରିଆରେ ଲଞ୍ଚ କରାଯିବ। ୪୪୦୦ କିଲୋଗ୍ରାମ୍‌ର ଏହି ସାଟେଲାଇଟ୍‌ ଇସ୍ରୋର ସବୁଠାରୁ ଓଜନିଆ ସାଟେଲାଇଟ୍ ହେବ। ଯାହାକୁ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟ(ଜିବିଟି)ରେ ଭାରତ ମାଟିରୁ ଲଞ୍ଚ କରଯିବ। CMS-03 ଇସ୍ରୋର ଜିସାଟ୍‌ ସିରିଜର ଅଂଶ ରହିବ। ଯାହାକୁ ଖାସ୍ ଭାବରେ ଦେଶର ବଢୁଥିବା କମ୍ୟୁନିକେସନ୍‌ର ଆବଶ୍ୟକତାକୁ ପୁରା କରିବା ପାଇଁ ପ୍ରସ୍ତୁତି କରାଯାଇଛି।

ଏହା ପୃଥିବୀଠାରୁ ପ୍ରାୟ ୩୬ ହଜାର କିଲୋମିଟର ଉଚ୍ଚତାରେ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟ(ଜିଟିଓ) ରେ ସ୍ଥାପିତ କରାଯିବ। ଏହି ଉଚ୍ଚତାରେ ସାଟେଲାଇଟ୍ ପୃଥିବୀର ସମାନ କ୍ଷେତ୍ର ଉପରେ ରହିଥାଏ। ଏହି କାରଣରୁ ବିନା କୌଣସି ସମସ୍ୟାରେ ସଞ୍ଚାର ଦେବା ପ୍ରଦାନ କରାଯାଏ। କ୍ରୁ-ବ୍ୟାଣ୍ଡ ଓ ସି –ବ୍ୟାଣ୍ଡ ଟ୍ରାନ୍ସପୋଡରରେ ସୁସଜ୍ଜିତ ଏହି ସାଟେଲାଇଟ୍ ଜରିଆରେ ସଞ୍ଚାର ସେବା ଆହୁରି ମଜବତୁ ହେବ। ଉଚ୍ଚ ଗୁଣବତ୍ତା ଲାଇଭ ଟେଲିକାଷ୍ଟ ଓ ହାଇସ୍ପିଡ୍ ଇଣ୍ଟରନେଟ୍ ସେବା ସମ୍ଭବ ହୋଇପାରିବ।

GSAT-7R କୁ ବିଶେଷ ଭାବରେ ଭାରତୀୟ  ନୌସେନା ପାଇଁ ଡିଜାଇନ୍ କରାଯାଇଛି। ଯାହାକି ୨୦୧୩ ରେ ଲଞ୍ଚ କରାଯାଇଥିବା GSAT-7R ରୁକମଣୀ ସାଟେଲାଇଟ୍‌ର ସ୍ଥାନ ନେବ। ଅପଗ୍ରେଡ୍‌ ପେଲୋଡ୍‌ ସହ GSAT-7R କୁ ଭାରତୀୟ ନୌସେନା ପାଇଁ ସୁରକ୍ଷିତ ଓ ମଲ୍ଟିବ୍ରାଣ୍ଡ ସଞ୍ଚାର ସେବା ପାଇଁ ତିଆରି କରାଯାଇଛି, ଯାହାକି ନୌସେନାକୁ ସଶକ୍ତ କରି ସମୁଦ୍ର ଅଭିଯାନରେ ଏହାର ଉପସ୍ଥିତି ବଢାଇବ। CMS-03ର ପେଲୋଡସ୍‌ରେ ସାମିଲ ସି, ଏକ୍ସଟେଣ୍ଟେଡ ସିଂ ଓ କ୍ରୁ ବ୍ୟାଣ୍ଡ ଭଏସ୍, ଡାଟା ଓ ଭିଡିଓ ଲିଙ୍କରେ ସହାୟକ ହେବ। ଏହି ସାଟେଲାଇଟ୍ ନୌସେନାର ସଞ୍ଚାର ବ୍ୟବସ୍ଥାକୁ ମଜବୁତ ପ୍ରଦାନ କରିବ। ଏହା ସହ ଏହି ଉଚ୍ଚ କ୍ଷମତାର ବ୍ୟାଣ୍ଡଓ୍ବିଥ୍‌ ପ୍ରଦାନ କରିବ। ଯାହାଦ୍ବାରା ସୁଦୂର କ୍ଷେତ୍ରରେ ମଧ୍ୟ ଡିଜିଟାଲ ଉପସ୍ଥିତି ପହଁଞ୍ଚି ସାରିଛି। ଏହା ନାଗରିକ ଏଜେନ୍ସିଙ୍କୁ ମଧ୍ୟ ସାହାର୍ଯ୍ୟ କରିବ। ଏହି ସାଟେଲାଇଟ୍ ପ୍ରାକୃତିକ ବିପଦ ବାତ୍ୟା ଓ ଭୂକମ୍ପ ବିଷୟରେ ସଠିକ୍ ଡାଟା ଦେବା ସହ ସଞ୍ଚାର ବ୍ୟବସ୍ଥା ବଜାୟ ରଖିବ।CMS-03କୁ ଇସ୍ରୋ ନିଜର ସବୁଠାରୁ ଭାରି ଓ ଶକ୍ତିଶାଳୀ ରକେଟ୍ LVM-3 ରୁ ଲଞ୍ଚ କରିବ। ଯାହାକି ଚନ୍ଦ୍ରଯାନ-୩ ଭଳି ଗୁରୁତ୍ବପୂର୍ଣ୍ଣ ମିଶନ୍‌କୁ ସଫଳ କରିସାରିଛି।