ଟାଙ୍ଗୀ ୩୧/୦୦୫: ମହିଳାଙ୍କୁ ହତ୍ୟା ପରେ ବସ୍ତାରେ ବାନ୍ଧି କେନାଲ କୂଳରେ ପୋତି ଦେବା ଘଟଣା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗାତରୁ ଗଳିତ ମୃତଦେହକୁ ବାହାର କରାଗଲା। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଚଳାଇଛି। ଏହି ଘଟଣାରେ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚାର କରୁଛି ଟାଙ୍ଗୀ ଥାନା ପୁଲିସ।

ସୂଚନା ଅନୁଯାୟୀ, ଚୌଦ୍ୱାର - ଟାଙ୍ଗୀ ଥାନା ଭଟିମୁଣ୍ଡା ପଞ୍ଚାୟତ ଟିକରା ଗ୍ରାମ ନିକଟରେ ଥିବା କେନାଲ କୂଳରେ ଜଣେ ମହିଳାଙ୍କ ମୃତଦେହ ପୋତା ହୋଇଥିବା ବେଳେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରର ଖୋଳି ବାହାର କରିଛି। ମୃତ ମହିଳା ଜଣକ ହେଲେ ଜଗସିଂପୁର ବାଲିକୁଦାର ଅନିତା ସେଠୀ । ଏହି ଘଟଣାରେ ପୁଲିସ ମୃତ ମହିଳାଙ୍କ ସ୍ୱାମୀକୁ ଅଟକ ରଖିଛି l ମୃତ ଅନିତା ୫ଦିନ ହେବ ନିଖୋଜ ଥିଲେ । ଏନେଇ ମହିଳାଙ୍କ ମାଆ ଟାଙ୍ଗୀ ଥାନାରେ ଗତ ଶନିବାର ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ପୁଲିସ ଛାନ୍ଭିନ କରୁଛନ୍ତି । ମୃତ ମହିଳାଙ୍କ ସହ ସ୍ୱାମୀ ସ୍ଥାନୀୟ ଏକ ଘରୋଇ କଲେଜରେ ସୁଇପର ଭାବେ କାର୍ଯ୍ୟକରୁଥିଲେ l

ଅଧିକ ପଢ଼ନ୍ତୁ :- Crime News: ମହିଳାଙ୍କ ସହ ଭାବ ଦୋସ୍ତି ବଢାଇ ଅଶ୍ଲୀଳ ଭିଡିଓ ରେକର୍ଡ, ଟଙ୍କା ପାଇଁ ବ୍ଲାକ୍ମେଲ କରି ଯୁବକ ଗିରଫ