ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଆଇସିସି ରାଙ୍କିଂରେ ଖେଳାଳିଙ୍କ ଦବଦବା, ହେଲେ ନିର୍ଣ୍ଣାୟକ ଟୁର୍ଣ୍ଣାମେଣ୍ଟରେ ଦଳ ଫେଲ୍; ରଣନୀତି ଅଭାବ ନା ଚାପରେ ଚେପା ପ୍ଲେୟାର

Published By : Manash Sahoo | August 1, 2025 7:38 PM

ମୁମ୍ବାଇ,୦୧/୦୭: ଆଇସିସି ରାଙ୍କିଂରେ ଭାରତୀୟଙ୍କ ରେକର୍ଡ । ଅଧିକାଂଶ ଫର୍ମାଟରେ ପ୍ରଥମ ସ୍ଥାନ। ୫ ଖେଳାଳିଙ୍କ ବିଶ୍ବ କ୍ରିକେଟରେ ଦବଦବା । ହେଲେ ନିର୍ଣ୍ଣାୟକ ଟୁର୍ଣ୍ଣମୋଣ୍ଟରେ ଦଳ ଫେଲ୍ । ବରିଷ୍ଠଙ୍କ ପରେ ସମ୍ଭାଳି ପାରୁନାହାନ୍ତି ଯୁବ । ଇଣ୍ଟର ନ୍ୟାଶନାଲ କ୍ରିକେଟ୍ କାଉଁସିଲ ଖେଳାଳିଙ୍କ ସଦ୍ୟ ରାକିଂ ତାଲିକା ଜାରି କରିଛି । ଏଥିରେ ଭାରତୀୟ ଖେଳାଳି ଦବଦବା ଜାହିର କରିଛନ୍ତି । ତିନୋଟି ଫର୍ମାଟରେ ଅନେକ ଯୁବ ପ୍ଲେୟାର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି । ଟିମ୍ ଇଣ୍ଡିଆର ଟେଷ୍ଟ ଅଧିନାୟକ ଶୁବମନ ଗିଲ୍ ଦିନିକିଆରେ ସର୍ବଶ୍ରେଷ୍ଠ ବ୍ୟାଟର ଭାବେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ସେହିପରି ଟି-୨୦ରେ ଅଷ୍ଟ୍ରେଲିଆର ଦୁର୍ଦ୍ଦଶ ଓପନର ଟ୍ରାବିସ୍ ହେଡଙ୍କୁ ପଛରେ ପକାଇ ଅଭିଷେକ୍ ଶର୍ମା ଶୀର୍ଷକୁ ଉଠିଛନ୍ତି । ୟର୍କର କିଂଗ ଯଶୁପ୍ରୀତ୍ ବୁମରାଙ୍କୁ ମିଳିଛି ନମ୍ବର ଓ୍ବାନ୍ ଟେଷ୍ଟ୍ ବୋଲର ଟ୍ୟାଗ୍ । ସାର୍ ରବିନ୍ଦ୍ର ଜାଡେଜା ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ହୋଇଥିବା ବେଳେ ହାର୍ଦ୍ଦିକ୍ ପାଣ୍ଡ୍ୟା ଟି-୨୦ ଶୀର୍ଷ ଅଲରାଉଣ୍ଡର ଭାବେ ବିବେଚିତ ହୋଇଛନ୍ତି । ଆଇସିସିର ଏହି ରାକିଂ ବିଶ୍ବ କ୍ରିକେଟରେ ଭାରତୀୟ ଖେଳିଳାଙ୍କ ଦବଦବାକୁ ଜାହିର କରୁଛି । ହେଲେ ଟିମ୍ ଇଣ୍ଡିଆରେ ଷ୍ଟାର ଖେଳାଳି ଥିବା ସତ୍ତ୍ବେ ଦଳ ବଡ଼ ଆଇସିସି ଟ୍ରଫି ହାତେଇବାରେ ବିଫଳ ।


ଆଇସିସି ଟୁର୍ଣ୍ଣାମେଣ୍ଟରେ ଆଣ୍ଠେଇ ପଡ଼ୁଛି ଭାରତ । ଦିନିକିଆ ବିଶ୍ବକପ୍‌ରେ ହାତେଇବାରେ ବିଫଳ । ଟିମ୍ ଇଣ୍ଡିଆ ଫେଲ୍ ମାରିବାର କାରଣ କ’ଣ ? ଚାପରେ ଚେପା ହେଉନି ତ ଦଳ ? ନା ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ ଖରପ ରହୁଛି । ଏଭଳି କିଛି ପ୍ରଶ୍ନ ମନରେ ଉଙ୍କିମାରୁଥିବା ବେଳେ କ୍ରିକେଟ୍ ବିଶେଷଜ୍ଞ ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଟିମ୍ ଚୟନରେ ବୋର୍ଡର ଟାଳଟୁଳ ନୀତି, ଆଗୁଆ ରଣନୀତି ଅଭାବ ଏବଂ କୋଚଙ୍କ ମନମାନି, ଟିମ୍ ଇଣ୍ଡିଆ ବିଫଳତା ପଛର ବଡ଼ ଫ୍ୟାକ୍ଟର ବୋଲି କହିଛନ୍ତି । ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ୍ ମ୍ୟାଚରେ ଅନ୍ୟ ଟିମ୍ ଯେଉଁ ନୀତି ଆପଣାନ୍ତି, ତାକୁ ଚେକ୍ ଦେବା ଭଳି ରଣନୀତି ପ୍ରସ୍ତୁତ ହେଉନାହିଁ ବୋଲି କୁହାଯାଉଛି । ସେହିପରି ବଡ଼ ମ୍ୟାଚରେ ମାନସିକ ଚାପ ପାଇଁ ଖେଳାଳି ଫେଲ୍ ମାରୁଥିବା ସମୀକ୍ଷକ କୁହନ୍ତି । 

ବଡ଼ ଫର୍ମାଟ୍ ମ୍ୟାଚରେ ଆହତ ସମସ୍ୟା ଏକ ମୁଖ୍ୟ କାରଣ । ଶାରିରୀକ ଅସୁସ୍ଥତା ଖେଳାଳିଙ୍କ ମାନସିକ ଚାପ ବଢ଼ାଇଏ ଏବଂ ଟିମ୍ ଇଣ୍ଡିଆକୁ ବ୍ୟାକ୍ ଫୁଟକୁ ଠେଳି ଦେଇଥାଏ । ଅନ୍ୟପଟେ ବିପକ୍ଷ ଟିମ୍ ରଣନୀତି ଓ ଆନାଲିସିସ୍ କରିବାରେ ସଫଳ ହେଉନାହିଁ ଦଳ । ତେଣୁ ବ୍ୟକ୍ତିଗତ ପ୍ରଦର୍ଶନଠୁ ଦୂରରେ ରହି ଭାରତ ଖେଳି ପାଇଁ ଖେଳିବାକୁ ପଡ଼ିବ । ବଡ଼ ମ୍ୟାଚରେ ଚାପ ସହିବା ଓ ଅନୁଭବ ଅନୁସାରେ ରଣନୀତି ପ୍ରସ୍ତୁତ କଲେ ବିଜୟ ନିଶ୍ଚିତ ବୋଲି ମତ ସମୀକ୍ଷକ ମତ ଦେଇଛନ୍ତି ।...

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.