ଭୁବନେଶ୍ୱର ୧୮/୦୮: ଗୋଟିଏ ପାଦ଼ରେ କଳା ସୂତା ବାନ୍ଧିବା ଆଜିକାଲି ଏକ ଫ୍ୟାଶନ୍ରେ ପରିଣତ ହୋଇଛି । ତେବେ ଏହି କଳାସୂତା ବାନ୍ଧିବା ପଛରେ ରହିଛି ଜ୍ୟୋତିଷୀ ମାନ୍ୟତା । ଜ୍ୟୋତିଷ ଶାସ୍ତ୍ର ମତରେ କଳାସୂତା ବାନ୍ଧିବା ଶୁଭପ୍ରଦ । ଏ ସମ୍ପର୍କରେ ସବିଶେଷ ତର୍ଜମା ଏଠାରେ..
-କଳାସୂତା ବାନ୍ଧିବା ଦ୍ୱାରା ନଜର ଦୋଷରୁ ରକ୍ଷା ମିଳିଥାଏ । କାରଣ କଳା ସୂତା ନକାରାତ୍ମକତାକୁ ଶୋଷଣ କରିନିଏ । ଏଥିପାଇଁ ଖାସ୍ କରି ଛୋଟପିଲାଙ୍କ ପାଦରେ କଳାସୂତା ବନ୍ଧା ଯାଇଥାଏ ।
-ଜ୍ୟୋତିଷ ଶାସ୍ତ୍ର କହେ ଯେ ଅନେକ ଗ୍ରହ ଦୋଷରୁ ମଣିଷ ହଇରାଣ ହରକତ ହୋଇଥାଏ । କଳାସୂତା ଏଥିରେ ବାଧା ଦିଏ । ବିଶେଷ କରି କଳାସୂତା ବାନ୍ଧିବା ଦ୍ୱାରା ଶନିଙ୍କ କ୍ରୁର ନଜରରୁ ଅନେକାଂଶରେ ରକ୍ଷା ମିଳିଥାଏ ।
-କଳା ସୂତା ବ୍ୟକ୍ତିର ଆତ୍ମବିଶ୍ୱାସ ବଢ଼ାଏ । ଏଣୁ ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବାରେ ସେ ଦୃଢ଼ ହୋଇପାରିଥାଏ ।
କେବେ ପିନ୍ଧିବେ,କେଉଁ ପାଦରେ: ବାମ ପାଦରେ କଳାସୂତା ବାନ୍ଧିବା ଆବଶ୍ୟକ । କଳାସୂତା ବାନ୍ଧିବାର ସବୁଠୁ ଭଲ ଦିନ ଶନିବାର । ଅନ୍ୟ ଦିନ ମଧ୍ୟ ବାନ୍ଧିପାରିବେ । ତେବେ ଗୁରୁବାରକୁ ଛାଡ଼ିବେ ।
ସତର୍କତା: କଳାସୂତା ସହିତ ଲାଲ୍, ହଳଦି କିମ୍ବା ଅନ୍ୟରଙ୍ଗର ସୂତା ମିଶାଇ ବାନ୍ଧନ୍ତୁ ନାହିଁ । ଏହାକୁ ବାନ୍ଧିବା ପୂର୍ବରୁ ଏହାକୁ ମନ୍ତ୍ର ସିଦ୍ଧ କଲେ ଭଲ । ଭୈରବ ପୂଜା ପାଉଥିବା ମନ୍ଦିରରେ ପୂଜାର୍ଚ୍ଚନା କରି କଳାସୂତା ବାନ୍ଧିଲେ କଳାସୂତାର ପ୍ରଭାବ ସବୁଠୁ ଫଳଦାୟକ ହୋଇପାରିଥାଏ ।