ଭୁବନେଶ୍ଵର, ୧୪/୦୪ : ପରିସ୍ରା ପୋଡ଼ା ହେଉଛି କି ? ଜ୍ଵର ଆସୁଛି କି ? ତାହେଲେ ପେଟ ଗରମ ଭାବି ଜମାବି ଅବହେଳା କରନ୍ତୁନି। ଆପଣଙ୍କୁ ହୋଇପାରେ ଏହି ରୋଗ... ଖରାପ ଜୀବନଶୈଳୀ ଏବଂ ସ୍ଵଚ୍ଛତା ବଜାୟ ନରଖିବାରୁ ଏବେ ମହିଳାଙ୍କ କ୍ଷେତ୍ରରେ ବଢୁଛି ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ବିପଦ। ପରିସ୍ରା ଦ୍ଵାରରେ ଗମ୍ଭୀର ସଂକ୍ରମଣ ହେବାକୁ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ କୁହାଯାଏ। ସଂକ୍ରମଣ ହେଲେ ଖୁବ୍ ଜୋରରେ କଷ୍ଟ ହୁଏ, ଜ୍ଵର ଆସେ, ପରିସ୍ରା ପୋଡା ହୁଏ। ପ୍ରାୟ ସମୟରେ ମହିଳାମାନେ ପେଟ ଗରମ ହୋଇଥିବା କହି ଏଡାଇ ଦିଅନ୍ତି। ଠିକ୍ ସମୟରେ ଏହି ରୋଗ ଚିହ୍ନି ପାରିଲେ ଗମ୍ଭୀର ବିପଦକୁ ଏଡାଇ ହେବ। ତେବେ ଜାଣନ୍ତୁ ୟୁଟିଆଇର ଲକ୍ଷଣ ଏବଂ ଏହାର ନିରାକରଣ ...

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପୁରୁଷଙ୍କ ତୁଳନାରେ ମହିଳାଙ୍କ ପରିସ୍ରା ଦ୍ଵାର ଛୋଟ। ଯେଉଁଥି ପାଇଁ ବ୍ୟାକ୍ଟେରିଆଙ୍କୁ ୟୁରିନ ଟ୍ୟାକ୍ଟ ଯାଏଁ ପହଞ୍ଚିବାକୁ ଖୁବ୍ କମ୍ ସମୟ ଲାଗେ। ବ୍ୟାକ୍ଟେରିଆ କାରଣରୁ ୟୁଟିଆଇ ହୁଏ। ୟୁଟିଆଇ ଇନଫେକ୍ସନ ୩ ପ୍ରକାରର ହୋଇଥାଏ।

୧-ବ୍ଲାଡର ଇନଫେକ୍ସନ

୨-ୟୁରେଥ୍ରା ଇନଫେକ୍ସନ

୩-କିଡନୀ ଇନଫେକ୍ସନ

ଲକ୍ଷଣ

-ପରିସ୍ରା କରିବା ସମୟରେ କଷ୍ଟ ଅନୁଭବ କରିବା

-ପରିସ୍ରାରୁ ଦୁର୍ଗନ୍ଧ ଆସିବା

-ବାରମ୍ଵାର ପରିସ୍ରା ଲାଗିବା

-ପରିସ୍ରାରେ ରକ୍ତ ପଡ଼ିବା

-ଜ୍ଵର ଆସିବା, ଅଣ୍ଟା-ପିଠିରେ କଷ୍ଟ ଅନୁଭବ କରିବା

ନିରାକରଣ

ସ୍ଵଚ୍ଛତା ରଖିଲେ ୟୁଟିଆଇ ହେବ ନାହିଁ। ପବ୍ଲିକ ଟଏଲେଟ୍ ବ୍ୟବହାର କରିବା ସମୟରେ ସଫା ସୁତରା ରକ୍ଷା କରିବା। ୮ ରୁ ୧୦ ଗ୍ଲାସ୍ ପାଣି ପିଇବା। ଅଧିକ ସମୟ ଯାଏଁ ପରିସ୍ରା ଚାପି ନରଖିବା। ଟଏଲେଟ୍ କିମ୍ଵା ଯୌନ ସମ୍ଵନ୍ଧ ରଖିବା ପରେ ପରିଷ୍କାର ପରିଚ୍ଛନତା ରକ୍ଷା କରିବା। ଜ୍ଵର ଆସିଲେ ଡାକ୍ତରଙ୍କ ପରାମର୍ଶ କରିବା। ଯଦି ଠିକ୍ ସମୟରେ ଏହି ରୋଗର ନିରାକରଣ କରାଯାଏ ତାହେଲେ ଇନଫେକ୍ସନ କିଡନୀ ଯାଏଁ ପହଞ୍ଚିଯିବ।

ଏହି ଖବରଟିକୁ ପଢନ୍ତୁ-କଳିଯୁଗରେ ଗୁପ୍ତ ନିବାସ କରୁଛନ୍ତି ହନୁମାନ, ପ୍ରାର୍ଥନା ଶୁଣିବା ମାତ୍ରେ ସଂକଟ ହରିବାକୁ ଧାଇଁ ଆସନ୍ତି ସଙ୍କଟ ମୋଚକ