ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ମୈନପୁରୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏକ ହାଇପ୍ରୋଫାଇଲ ବିବାହ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଏବଂ ଲଜ୍ଜାଜନକ ମୋଡ଼ରେ ପହଞ୍ଚିଛି। ଆଇଆଇଟିରୁ ଏମ୍.ଟେକ୍ କରିଥିବା ଏବଂ ମୁମ୍ବାଇର ଏକ ପ୍ରମୁଖ କମ୍ପାନୀରୁ ମାସିକ ଅଢେଇ ଲକ୍ଷ ଟଙ୍କା ଦରମା ପାଉଥିବା ସ୍ୱାମୀ , ତାଙ୍କ ସ୍ତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ କୁଣ୍ଠିତ ଥିଲେ। ସ୍ୱାମୀଙ୍କ ଠାରୁ ଦୂରତାରେ ଚିନ୍ତିତ ପତ୍ନୀ ବେଡରୁମ୍ ସମେତ ଫ୍ଲାଟରେ ଗୁପ୍ତ କ୍ୟାମେରା ଲଗାଇ ଦେଲେ। ଏହାପରେ ଯେବେ ଫୁଟେଜ୍ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ଗଲେ। ଇଞ୍ଜିନିୟର ସ୍ୱାମୀଙ୍କ ଲଜ୍ଜାଜନକ କାର୍ଯ୍ୟ କେବଳ ପତ୍ନୀଙ୍କୁ ନୁହେଁ ବରଂ ପରିବାରର ଅନ୍ୟ ସଦସ୍ୟଙ୍କର ହୋସ୍ ଉଡ଼େଇ ଦେଇଛି। ମାମଲା ଏବେ ପୁଲିସ ପାଖରେ ପହଞ୍ଚିଛି। ପୁଲିସ ଭିଡ଼ିଓ ଫୁଟେଜ୍ ସହ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି । ପୁଲିସ ଏକ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ଇଞ୍ଜିନିୟର ସ୍ୱାମୀ ଏଟାର ଆୱାଗଡ଼ର ବାସିନ୍ଦା। ସେ ବର୍ତ୍ତମାନ ତାଙ୍କ ସ୍ତ୍ରୀଙ୍କ ସହିତ ଆଗ୍ରାରେ ରହୁଛନ୍ତି।
ମୈନପୁରୀର ବାସିନ୍ଦା ସଂପୃକ୍ତ ମହିଳା ଫେବ୍ରୁଆରୀ ୨୦୨୪ ରେ ଏଟା ବାସିନ୍ଦା ଶିବମ ଗୁପ୍ତାଙ୍କୁ ବିବାହ କରିଥିଲେ। ତାଙ୍କ ବାପା ଖୁବ୍ ଧୁମଧାମରେ ବିବାହ ଆୟୋଜନ କରିଥିଲେ, ବିବାହରେ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରି ଥିଲେ। ଶିବମ ମୁମ୍ବାଇର ଏକ କମ୍ପାନୀରେ ଜଣେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର।ବିବାହ ପରେ, ସେମାନେ ଆଗ୍ରାର ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟକୁ ଚାଲି ଗଲେ।
ବିବାହର କିଛି ମାସ ପରେ ମଧ୍ୟ ଶିବମ୍ ତାଙ୍କ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖୁ ନଥିଲେ। ସ୍ୱାମୀ ପରି ବ୍ୟବହାର ମଧ୍ୟ କରୁ ନଥିଲେ। ସ୍ୱାମୀଙ୍କ ଉଦାସୀନତା ଏବଂ ସନ୍ଦେହଜନକ ଆଚରଣରେ ବିରକ୍ତ ହୋଇ ପତ୍ନୀ ଫ୍ଲାଟରେ ଅନେକ ଗୁପ୍ତ କ୍ୟାମେରା ଲଗାଇ ଥିଲେ। କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓ ଫୁଟେଜ୍ ସ୍ତ୍ରୀ ପାଇଁ ଏକ ବଡ଼ ଝଟକା ଆଣିଥିଲା। ବିଭିନ୍ନ ଫୁଟେଜରେ ସ୍ୱାମୀଙ୍କୁ ବିଭିନ୍ନ ପୁଅମାନଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା । ସ୍ତ୍ରୀଙ୍କ କହିବା ଅନୁଯାୟୀ, ସ୍ୱାମୀ ପୁଅମାନଙ୍କୁ ଟଙ୍କା ଦେଇ ଘରକୁ ଡାକି ଖରାପ କାମ କରୁ ଥିଲେ।
ଯବେ ପତ୍ନୀ ଏହି ଘୃଣ କାର୍ଯ୍ୟର ବିରୋଧ କଲେ ତ ଇଞ୍ଜିନିୟର ସ୍ୱାମୀ ନିଜର ସତକୁ ଲୁଚାଇବା ପାଇଁ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେବା ଆରମ୍ଭ କରିଲେ। ପତ୍ନୀଙ୍କ ଅଭିଯୋଗ ଯେ, ଏହାପରେ ଶ୍ୱଶୂର ଘର ଲୋକେ ତାଙ୍କୁ ନିର୍ଯାତନା ଦେଲେ । କେବଳ ଏତିକି ନୁହେଁ , ୫୦ଲକ୍ଷ ଟଙ୍କା ଯୌତୁକ ଦାବି କଲେ।
ତାଙ୍କ ଶ୍ୱଶୁର ଘର ଲୋକଙ୍କ ଠାରୁ ନିର୍ଯାତନା ବଢ଼ିବା ପରେ, ସ୍ତ୍ରୀ ମୈନପୁରୀ ପୁଲିସ ଷ୍ଟେସନକୁ ଯାଇ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ ଏବଂ ପ୍ରମାଣ ଦେଇଥିଲେ। ପୁଲିସ ଅଭିଯୁକ୍ତ ଶିବମ ଗୁପ୍ତାଙ୍କ ବିରୁଦ୍ଧରେ ଗୁରୁତର ଧାରା ଅନୁଯାୟୀ ମାମଲା ରୁଜୁ କରିଛି। ପୁଲିସ କହିଛି ଯେ, ସେମାନେ ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଯାଞ୍ଚ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆ ଯିବ।