ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣାର ପର୍ଦ୍ଦାଫାସ: ବନ୍ଧାହେଲେ ଶଳା ଓ ଭିଣୋଇ, ଭାତହାଣ୍ଡିରେ ଲୁଚାଇଥିଲେ ବନ୍ଧୁକ..

Published By : Prameya | December 14, 2024 10:00 AM

ବଣାଇଁ,୧୪/୧୩: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅଧୀନ ଝିର୍ଡାପାଲୀ ଗ୍ରାମରେ ୭ ମାସର  ଗର୍ଭବତୀ ସୌମ୍ୟାମୟୀ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ୍‌ । ପରକୀୟା ପ୍ରୀତିରୁ ସ୍ୱାମୀ ଦେବେନ ବେହେରା ହିଁ ହତ୍ୟା କରିଥିବା  ଜଣାପଡ଼ିଛି । ଏଥିରେ ସହଯୋଗ  କରିଥିଲେ ତାଙ୍କ ଶଳା ତଥା ପୁଲିସ୍‌  ଏଏସ୍‌ଆଇ ସତ୍ୟ ନାରାୟଣ ବେହେରା । ପୁଲିସ୍‌ ଶଳା ଓ ଭିଣୋଇଙ୍କୁ ଗିରଫ କରିବା ସହ ଘର ଭିତରେ ଭାତହାଣ୍ଡିରେ ଲୁଚାଇ  ରଖାଯାଇଥିବା ବନ୍ଧୁକକୁ ଜବତ କରିଛି ।  ଦେବେନର ଅନ୍ୟ ଏକ ଯୁବତୀଙ୍କ ସହ  ସମ୍ପର୍କ ଥିବା ସ୍ତ୍ରୀ ଜାଣିବା ପରେ ସବୁ  ବେଳେ ଉଭୟଙ୍କ ମଧ୍ୟରେ ଲାଗୁଥିଲା  ଝଗଡ଼ା । ବୁଧବାର ବିଳମ୍ବତ ରାତିରେ ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିଥିଲା ଦେବେନ । ହେଲେ ହତ୍ୟା ପରେ ମିଛ ନାଟକ କରୁଥିଲା । ଲୁଟ୍‌ ପାଇଁ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀକୁ ହତ୍ୟା  କରିଥିବା ପୁଲିସ୍‌କୁ ଅଭିଯୋଗ କରିଥିଲା । ରାଉରକେଲା ଜିଲ୍ଲା ପୁଲିସ  ମୁଖ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର  ରାୟ ଓ ଏସ୍‌ପି ନିତେଶ ୱାଧୱାନୀ 

ସୂଚନା  ଦେଇଥିଲେ ଯେ, ଝିର୍ଡାପାଲି ଗ୍ରାମରେ  ଜଣେ ଗର୍ଭବତୀଙ୍କୁ ଗୁଳି  କରି ହତ୍ୟା କରାଯାଇଥିବା  ଖବର ପାଇବା ପରେ  ଟିକାୟତପାଲି ପୁଲିସ୍‌  ଘଟଣା ସ୍ଥଳରେ  ପହଞ୍ଚିଥିଲା । କିଏ ଓ  କଣ ପାଇଁ ହତ୍ୟା କଲା  ତାର ତଦନ୍ତ ଆରମ୍ଭ କରିଥିଲା । ଗୋଟିଏ  ପୁଲିସ ଟିମ୍‌ ଘଟଣା ସ୍ଥଳରେ ଛାନ୍‌ଭିନ୍‌  ଆରମ୍ଭ କରିଥିବା ବେଳେ ଅନ୍ୟ ଟିମ୍‌  ମୃତ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟମାନଙ୍କୁ  ପଚରାଉଚରା ଚଳାଇଥିଲା । ଦେବେନ  ପୁଲିସ୍‌କୁ କହିଥିଲା ବିଳମ୍ବିତ ରାତିରେ  ତାଙ୍କ ଘରକୁ ଚୋରି କରିବାକୁ ଆସିଥିବା  ଲୁଟେରାମାନେ ତାଙ୍କ ସ୍ତ୍ରୀକୁ ଗୁଳି କରି  ପଳାଇ ଯାଇଥିଲେ । ସେ କେମିତି ଏକଥା  ଜାଣି ପାରିଲେ ନାହିଁ ବୋଲି ପୁଲିସ୍‌  ପଚାରିବାରୁ ଦେବେନ ଏପଟସେପଟ  କଥା କହିଥିଲା । ଦେବେନ ଉପରେ  ପୁଲିସ୍‌ର ସନ୍ଦେହ ହୋଇଥିଲା ଓ ଅଧିକ  ଜେରା ପରେ ସେ ସବୁ କଥା ମାନିଥିଲା ।   

ଜଣେ ଯୁବତୀଙ୍କ ସହ ଦେବେନଙ୍କ  ସମ୍ପର୍କ ରହିଥିଲା । ଏ ସମ୍ପର୍କରେ  ସୌମ୍ୟାମୟୀ ଜାଣିବା ପରେ ସବୁ  ସମୟରେ ଉଭୟଙ୍କ ମଧ୍ୟରେ ଝଗଡ଼ା  ଲାଗୁଥିଲା । ତେଣୁ ସୌମ୍ୟାମୟୀ  ଅନୁଗୁଳ ଜିଲ୍ଲା ଛେଣ୍ଡିପଦାସ୍ଥିତ ବାପ  ଘରେ ରହୁଥିଲେ । ସ୍ୱାମୀଙ୍କ ଘରକୁ ଯିବା  ଲାଗି ସେ ରାଜି ହେଉନଥିଲେ । ହେଲେ  କିଛି ସପ୍ତାହ ତଳେ ସୌମ୍ୟାମୟୀ ସ୍ୱାମୀଙ୍କ  ଘରକୁ ଆସିଥିଲେ । ସ୍ତ୍ରୀକୁ ସବୁ ଦିନ ପାଇଁ  ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା  ଦେବେନ । ତେଣୁ ସେ ଶଳା ତଥା  ରାଉରକେଲା ଉଦିତନଗର କୋର୍ଟରେ  ଏଏସ୍‌ଆଇ ଭାବେ କାର୍ଯ୍ୟ କରୁଥିବା  ସତ୍ୟ ନାରାୟଣ ବେହେରାଙ୍କ ସହାୟତା  ନେଇଥିଲା । ଯୋଜନା ମୁତାବକ ବୁଧବାର  ବିଳମ୍ବିତ ରାତିରେ ସୌମ୍ୟାମୟୀ ପରିସ୍ରା  ପାଇଁ ଉଠିଥିବା ବେଳେ ବାହାରେ ଲୁଚି  ରହିଥିବା ଦେବେନ ତାଙ୍କ ଉପରକୁ ଏକ  ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲା । ଗୁଳିଟି  ସୌମ୍ୟାମୟୀଙ୍କ ବାମ ପଟ ଛାତିରେ  ବାଜିଥିଲା ଓ ତାଙ୍କର ମୃତ୍ୟୁ ଘଟିଥିଲା ।  ଏହି କାଣ୍ଡ ଭିଆଇବା ପରେ ପୁଲିସ୍‌କୁ  କ’ଣ କହିବାର ଅଛି, କେମିତି  କହିବ, ବନ୍ଧୁକ କେଉଁଠାରେ ଲୁଚାଇବ  ସେ ନେଇ ଦେବେନକୁ ଟିକିନିକି  ବୁଝାଇ ଦେଇଥିଲେ ସତ୍ୟନାରାୟଣ ।  

ପୁଲିସ୍‌ ଘଟଣାର ପର୍ଦ୍ଦାଫାସ କରିବା ପରେ  ଘର ଭିତରେ ଥିବା ଭାତହାଣ୍ଡିରୁ ବନ୍ଧୁକ,  ୩ ରାଉଣ୍ଡ ଗୁଳି, ଗୋଟିଏ ଖୋକା ଓ  ସ୍କ୍ରର୍ପିଓ (ଓଡି୧୪ଏସି ୩୫୩୧)କୁ ଜବତ  କରିଛି । ଦେବେନ ଓ ସତ୍ୟନାରାୟଣଙ୍କୁ  ଗିରଫ କରାଯାଇଛି । ସତ୍ୟନାରାୟଣଙ୍କ  ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବ ବୋଲି ଡିଆଇଜି ଶ୍ରୀ ରାୟ  କହିଛନ୍ତି । ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ  ପୁଲିସ୍‌ ନେଇ ସିନ୍‌ ରିକ୍ରିଏସନ୍‌  କରିଥିଲା । ଶନିବାର ସେମାନଙ୍କୁ  ବଣାଇଁ କୋର୍ଟକୁ ଚାଲାଣ କରାଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.