ନୂଆଦିଲ୍ଲୀ : ଏମିତି କ’ଣ ପ୍ରେମ ହୁଏ ? ଅବୈଧ ସମ୍ପର୍କରେ ବାଧକ ସାଜିବାରୁ ବନ୍ଧୁ ସାଜିଲା ବଇରୀ । ୭ ଛୁଆଙ୍କ ମାଆର ପ୍ରେମ ଏତେ ବାୟା କଲା ଯେ ଶେଷରେ ନିଜ ବନ୍ଧୁକୁ ମାରିଦେଲେ । ଦିଲ୍ଲୀରୁ ଆସିଥିବା ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ବନ୍ଧୁ ଏବଂ ତାଙ୍କ ପତ୍ନୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିଛନ୍ତି । ଏହି ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ରସିଦ ଫେରାର ହୋଇଛି । ପୁଲିସ ଅଭିଯୁକ୍ତକୁ ଖୋଜୁଛି ।
ଫହିମଙ୍କ ପତ୍ନୀ ସବନମଙ୍କ ସହ ପଡ଼ୋଶୀ ବା ବନ୍ଧୁ ରସିଦଙ୍କ ପ୍ରେମ ବଢ଼ିଯାଇଥିଲା । ଶବନମଙ୍କ ବୟସ ୩୬ ରହିଥିବାବେଳେ ରସିଦ ତାଙ୍କଠାରୁ ୪ ବର୍ଷ ସାନ । ଶବନମ ୭ ଛୁଆଙ୍କ ମାଆ ହୋଇଥିଲେ ମଧ୍ୟ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ ରସିଦ । ସବୁବେଳେ ତାଙ୍କ ଘରକୁ ଯିବା ଆସିବା କରନ୍ତି । ଏହାସହ ଉଭୟଙ୍କ ମଧ୍ୟରେ ଖରାପ ସମ୍ପର୍କ ରହିଥିବା ମଧ୍ୟ ଦେଖିବାକୁ ପାଇଥିଲେ ପରିବାର ଲୋକେ । ଫହିମ ଏହାକୁ ବିରୋଧ କରୁଥିଲେ । ଶେଷରେ ତାଙ୍କୁ ଉଭୟ ମିଶି ହତ୍ୟା କରିଥିଲେ । ଘଟଣା ଘଟିବା ଦିନ ତିନିଜଣ ଯାକ ଫହିମଙ୍କ ଘରେ ଏକାଠି ଖାଇଥିଲେ ।
କୁହାଯାଉଛି କି, ପ୍ରଥମେ ସେମାନେ ଏକାଠି ବସି ରାତ୍ରି ଭୋଜନ କରିଥିଲେ । ପରେ ବିବାଦ ସୃଷ୍ଟି ହୋଇଥିଲା । ରସିଦ ପିସ୍ତଲ କାଢ଼ି ଶବନମ ଏବଂ ଫହିମଙ୍କୁ ଗୁଳି କରି ଦେଇଥିଲେ । ଏହି ଡବଲ ମର୍ଡର ଘଟଣା ଚର୍ଚ୍ଚାରେ ରହିଥିବାବେଳେ ୭ ପିଲା ଏବେ ଅନାଥ ହୋଇଯାଇଛନ୍ତି । ଏମାନଙ୍କ ଦାୟିତ୍ବ କିଏ ନେବ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଶବନମ ଏବଂ ରସିଦ ମଧ୍ୟରେ ଖରାପ ସମ୍ପର୍କ ରହିଥିବାବେଳେ ବିବାଦ ହୋଇଥିଲା । ସ୍ବାମୀ ଏହାକୁ ନେଇ ମଧ୍ୟ ସନ୍ଦେହ କରୁଥିଲେ । ଯେଉଁ କାରଣରୁ ବିବାଦ ଅଧିକ ବଢ଼ିଥିବାବେଳେ ଦୁଇଜଣଙ୍କୁ ଗୁଳି କରି ହତ୍ୟା କରିଛି ।