• ଆମେରିକା-ଭାରତ ଟ୍ରେଡ୍‌ ଡିଲ୍‌ ପୁଣି ଟ୍ରାକ୍‌ରୁ ଖସି ପାରେ
  • ଆମେରିକୀୟ ଡାଲିରେ ୩୦% ଶୁଳ୍କ ଲଗେଇଲା ଭାରତ
  • ଟ୍ରମ୍ପଙ୍କୁ ଚିଠି ଲେଖିଲେ ୟୁଏସର ଦୁଇ ସାଂସଦ

ନୂଆଦିଲ୍ଲୀ : ଆମେରିକା ଓ ଭାରତ ମଧ୍ୟରେ ଟ୍ରେଡ୍‌ ଡିଲ୍‌ ପୁଣି ଥରେ ଅଟକିବା ନଜର ଆସୁଛି। ଏହିଥର ଏହି ଡିଲ୍‌ର ରାସ୍ତାରେ ପ୍ରତିବନ୍ଧକ ସାଜିପାରେ ଡାଲି। ଦୁଇ ଆମେରିକୀୟ ସାଂସଦ ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲେଖିଲେ ଚିଠି। ଏଥିରେ ଟ୍ରମ୍ପଙ୍କୁ କୁହାଯାଇଛି ଯେ, ଆମେରିକୀୟ ଡାଲି ଉପରେ ଆମଦାନୀରେ ୩୦ ପ୍ରତିଶତ ଇମ୍ପୋର୍ଟ ଡ୍ୟୁଟି ହଟେଇବାକୁ , ସେ ଭାରତ ଉପରେ ଚାପ ପକାନ୍ତୁ। ଆମେରିକୀୟ ସାଂସଦମାନେ ଭାରତ ଦ୍ୱାରା ଲଗାଯାଇ ଥିବା ଇମ୍ପୋର୍ଟ ଡ୍ୟୁଟିକୁ ଅନାବଶ୍ୟକୀୟ କହିଛନ୍ତି ଏବଂ ଏହି କାରଣକୁ ଆମେରିକୀୟ ଉତ୍ପାଦକ ମାନେ ଖୁ୍ବ୍‌ କ୍ଷତି ସହୁଛନ୍ତି। କହି ରଖୁଛୁ କି, ଭାରତ ଏହି ଆମଦାନୀ ଶୁଳ୍କ ଆମେରିକା ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲାଗିବା ପରେ ଲଗାଇଛି। ଆଶଙ୍କା କରାଯାଉଛି ଯେ, ଏଥିଯୋଗୁଁ ଆମେରିକା-ଭାରତ ମଧ୍ୟରେ ଚାଲୁ ଥିବା ଟ୍ରେଡ୍‌ ଡିଲ୍‌ ପୁଣି ଟ୍ରାକ୍‌ରୁ ଓହ୍ଲାଇ ପାରେ।

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଚିଠି ରିପବ୍ଲିକାନ ସିନେଟରମାନେ ଲେଖିଛନ୍ତି। ଏଥିରୁ ଜଣେ ମୋଣ୍ଟାନାରୁ ଷ୍ଟିଭ୍‌ ଡେନ୍ସ ଓ ଅନ୍ୟ ଜଣେ ଉତ୍ତରୀ ଡକୋଟାରୁ କେଭିନ କ୍ରେମରା। ଚିଠିରେ କୁହାଯାଇଛି ଯେ ତାଙ୍କ ରାଜ୍ୟ ଦୁଇଟି ବଡ଼ ଡାଲି ଉତ୍ପାଦକ ମଧ୍ୟରେ ଅଛି, ଯେଉଁଥିରେ ମଟର ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଭାରତ ତାଙ୍କର ସବୁଠୁ ବଡ଼ ଉପଭୋକ୍ତା, ଯାହାକି ବିଶ୍ୱର ୨୭ ପ୍ରତିଶତ। ଏହି ମୁତାବିକ ଭାରତରେ ଲେଣ୍ଟିଲ୍ସ, ଚିକପିଜ୍, ଶୁଖିଲା ଡାଲି ଶସ୍ୟ ଓ ମଟରର ସବୁଠୁ ଅଧିକ ରହିଛି। କିନ୍ତୁ ଭାରତ ଏହି ଶ୍ରେଣୀ ଗୁଡ଼ିକରେ ଆମେରିକୀୟ ରପ୍ତାନୀ ଉପରେ ଟାରିଫ୍ ଲଗାଇ ରଖିଛି। ଆମେରିକୀୟ ସାଂସଦ କହିଛନ୍ତି ଯେ, ଭାରତ ଗତ ବର୍ଷ ୩୦ ଅକ୍ଟୋବରରେ ହଳଦିଆ ରଙ୍ଗର ଡାଲି ଉପରେ ମଧ୍ୟ ୩୦ ପ୍ରତିଶତ ଟାରିଫ୍ ଲଗାଇ ଥିଲା।

ଏହାସହ ମଧ୍ୟ ପଢନ୍ତୁ : ଶରିଫଙ୍କର ନାତିଙ୍କ କନ୍ୟା ପିନ୍ଧିଥିଲେ ଭାରତୀୟ ଡିଜାଇନରଙ୍କ ଲେହେଙ୍ଗା , ପାକିସ୍ତାନରେ ମାହୋଲ ସରଗରମ

ଆମେରିକୀୟ ସାଂସଦ ଭାରତ ଦ୍ୱାରା ଲଗାଯାଇ ଥିବା ଟାରିଫ୍‌କୁ ଅନଫେୟର ଦର୍ଶାଇ ଆମେରିକୀୟ ଡାଲି ଉତ୍ପାଦକଙ୍କୁ କ୍ଷତି ହେବାର କଥା କହିଛନ୍ତି। ଏହାସହ ଆମେରିକୀୟ ସାଂସଦ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେ ଡାଲି ଉପରେ ଭାରତ ଦ୍ୱାରା ଲଗାଯାଇ ଥିବା ଟାରିଫ୍‌କୁ ନେଇ ପିଏମ୍‌ ମୋଦିଙ୍କ ସହ କଥା ହୁଅନ୍ତୁ। ଯାହାକି ଦୁଇ ଦେଶ ମଧ୍ୟରେ ଏକ ସହଯୋଗ ହୋଇ ପାରିବ , ଯେଉଁଥିରେ ଆମେରିକୀୟ ଉତ୍ପାଦକ ଓ ଭାରତୀୟ ଉପଭୋକ୍ତା ଉଭୟକୁ ଫାଇଦା ମିଳିପାରିବ। ଉଭୟ ସିନେଟର ନିଜ ନିଜ  ରାଜ୍ୟରେ ଉତ୍କୃଷ୍ଟ କୃଷି ଉତ୍ପାଦ ପାଇଁ ଆମେରିକୀୟ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।