ଶରିଫଙ୍କର ନାତିଙ୍କ କନ୍ୟା ପିନ୍ଧିଥିଲେ ଭାରତୀୟ ଡିଜାଇନରଙ୍କ ଲେହେଙ୍ଗା , ପାକିସ୍ତାନରେ ମାହୋଲ ସରଗରମ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ନାତି ଜୁନୈଦ ସଫଦରଙ୍କ ବିବାହ ଏହି ସମୟରେ ଖୁବ୍ ଚର୍ଚ୍ଚାରେ। ଏହାର କାରଣ କେବଳ ରାଜକୀୟ ବିବାହ ଉତ୍ସବକୁ ନେଇ ନୁହେଁ , କନ୍ୟାର ପୋଷାକ ପରିଧାନକୁ ନେଇ ହୋଇଛି।
Published By :
Pradesh
- Prameya Bureau |
January 18, 2026 05:49 PM
- ନୱାଜ ଶରିଫଙ୍କ ନାତି ଜୁନୈଦ ସଫଦରଙ୍କ ବିବାହ ଚର୍ଚ୍ଚାରେ
- କନ୍ୟାର ଡ୍ରେସ୍ ସୋସିଆଲ ମିଡ଼ିଆରେ ଭାଇରାଲ
-
ଭାରତୀୟ ଡିଜାଇନରଙ୍କ ପୋଷାକକୁ ନେଇ ବିତର୍କ
ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ନାତି ଜୁନୈଦ ସଫଦରଙ୍କ ବିବାହ ଏହି ସମୟରେ ଖୁବ୍ ଚର୍ଚ୍ଚାରେ। ଏହାର କାରଣ କେବଳ ରାଜକୀୟ ବିବାହ ଉତ୍ସବକୁ ନେଇ ନୁହେଁ , କନ୍ୟାର ପୋଷାକ ପରିଧାନକୁ ନେଇ ହୋଇଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ନାତି ଜୁନୈଦ ସଫଦରଙ୍କ ବିବାହରେ ତାଙ୍କର କନ୍ୟା ସଞ୍ଜେ ଅଲୀ ରୋହେଲ ମେହନ୍ଦୀ ଓ ବିବାହ ଅବସରରେ ଭାରତୀୟ ପ୍ରସିଦ୍ଧ ଡିଜାଇନରଙ୍କ ପୋଷାକ ପିନ୍ଧି ଥିଲେ ,ଏହାକୁ ଦେଖି ସହି ପାରି ନାହାନ୍ତି ପାକିସ୍ତାନୀ ମାନେ। ଏହାପରେ ପାକିସ୍ତାନୀ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇ ଯାଇଛି ଖୁବ୍ ଯୁକ୍ତିତର୍କ। କିଛି ଲୋକ ଏହାକୁ ଫ୍ୟାଶନର ପସନ୍ଦ କହିଥିବା ବେଳେ , ଆଉ କିଛି ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।
ଏହା ସହ ମଧ୍ୟ ପଢନ୍ତୁ : ଲାଲଗଡ଼ ଉପରେ ନିଶିକାନ୍ତ ଦୁବେଙ୍କ ବଡ଼ ଘୋଷଣା , ବିଜେପି ସାଂସଦ କହିଲେ ...
ଲାହୋରରେ ଅନୁଷ୍ଠିତ ହୋଇଥିବା ଏହି ଭବ୍ୟ ବାହାଘରରେ ତାଙ୍କ କନ୍ୟା ଶଞ୍ଜେ ଅଲୀ ରୋହେଲଙ୍କ ପୋଷାକ ବିଶେଷକରି ସୋସିଆଲ ମିଡ଼ିଆରେ ଭାଇରାଲ ସାଜିଛି। ମେହନ୍ଦୀ ରୀତିନୀତିରେ ଶଞ୍ଜେ ଅଲୀ ପ୍ରସିଦ୍ଧ ଭାରତୀୟ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ଦ୍ୱାରା ଡିଜାଇନ କରାଯାଇ ଥିବା ଲେହେଙ୍ଗା ପିନ୍ଧି ଥିଲେ। ବାହାଘରର ମୁଖ୍ୟ ଉତ୍ସବରେ ସେ ତରୁଣ ତାହିଲିଆନିଙ୍କ ଦ୍ୱାରା ଡିଜାଇନ କରାଯାଇ ଥିବା ଲାଲ୍ ଶାଢି ପିନ୍ଧି ଥିଲେ , ଯାହା ଉପରେ ସେ ହୀରାର ଚୋକର ଓ ବଡ଼ ଏମରଲାଣ୍ଡ ନେକଲେସ୍ ମଧ୍ୟ ପିନ୍ଧି ଥିଲେ।
ଭାରତୀୟ ଡିଜାଇନରଙ୍କ ପୋଷାକ ପିନ୍ଧିବା କାରଣରୁ ପାକିସ୍ତାନୀ ସୋସିଆଲ ମିଡ଼ିଆରେ ବିତର୍କ ଆରମ୍ଭ ହୋଇ ଯାଇଛି। କିଛି ଲୋକ ଏହା ଉପରେ ଅସନ୍ତୁଷ୍ଟତା ବ୍ୟକ୍ତ କରିଛନ୍ତି। କହିଛନ୍ତି ଯେ, ଏତେ ବଡ଼ ପରିବାରର ବିବାହରେ ପାକିସ୍ତାନୀ ଡିଜାଇନରଙ୍କୁ ସୁଯୋଗ ମିଳିବା ଉଚିତ୍ ଥିଲା। ଜଣେ ୟୁଜର ଲେଖିଛନ୍ତି- ଭାରତକୁ ପଇସା କାହିଁକି ଦେଉଛ?
ଅନ୍ୟପଟେ ଆଉ କିଏ କହିଛନ୍ତି , ପାକିସ୍ତାନରେ ମଧ୍ୟ ଭଲ ଡିଜାଇନର ଅଛନ୍ତି, ତଥାପି ଭାରତୀୟ ପୋଷାକ ଚୟନ କରିବାର କଣ ଆବଶ୍ୟକ ଥିଲା। ହେଲେ ଅନେକ ଲୋକ କନ୍ୟାଙ୍କର ସମର୍ଥନ କରି ଆଗକୁ ଆସିଛନ୍ତି। ସେମାନେ କହିଛନ୍ତି ଯେ, ପୋଷାକ ପିନ୍ଧିବା କନ୍ୟାର ବ୍ୟକ୍ତିଗତ ପସନ୍ଦ ଏବଂ ଏଥିରେ କାହାର ହସ୍ତକ୍ଷେପର ଅଧିକାର ନାହିଁ।