ନୂଆଦିଲ୍ଲୀ,୨୩/୦୪; ସନରାଇଜର୍ସ ହାଇଦ୍ରାବର ନେତୃତ୍ୱ ଚିନ୍ତା । ଆଇପିଏଲ ମଝିରେ ନେତୃତ୍ୱ ହରାଇବେ କି ଇଶାନ ? ଆଇପିଏଲ୍‌ରେ ହାଇଦ୍ରାବାଦ ଦଳର ନେତୃତ୍ୱ ନେଉଛନ୍ତି ଇଶାନ କିଷନ । ଦଳର ସ୍ଥାୟୀ ଅଧିନାୟକ ପ୍ୟାଟ୍‌ କମିନ୍ସ ଆହତ ଥିବାରୁ ଏପର୍ଯ୍ୟନ୍ତ କୌଣସି ମ୍ୟାଚ ଖେଳି ନାହାନ୍ତି । ତାଙ୍କ ଅନୁପସ୍ଥିତିରେ କିଷନଙ୍କୁ କାମଚଳା ଅଧିନାୟକ ନିଯୁକ୍ତ କରାଯାଇଛି । ବର୍ତ୍ତମାନ କମିନ୍ସ ଫିଟ୍‌ ହୋଇ ଭାରତ ଫେରି ଆସିଛନ୍ତି ଓ ନେତୃତ୍ୱକୁ ନେଇ ଦଳରେ ଜୋରଦାର ଆଲୋଚନା ଚାଲିଛି । କାରଣ କମିନ୍ସଙ୍କ ଅନୁପସ୍ଥିତିରେ କିଷନଙ୍କ ନେତୃତ୍ୱ ପ୍ରଶଂସନୀୟ ରହିଛି ।

ହାଇଦ୍ରାବାଦ ଇତି ମଧ୍ୟରେ ୭ଟି ମ୍ୟାଚ ଖେଳି ୪ ବିଜୟ ସହ ୮ ପଏଣ୍ଟ ଅର୍ଜନ କରିଛି ଓ ତାଲିକାର ତୃତୀୟ ସ୍ଥାନରେ ରହିଛି । ତାଙ୍କ ଚତୁର ରଣନୀତିକୁ ଭାଷ୍ୟକାରଙ୍କଠୁ ଆରମ୍ଭ କରି ପୂର୍ବତନ ଖେଳାଳି ପର୍ଯ୍ୟନ୍ତ, ସମସ୍ତେ ପ୍ରଶଂସା କରୁଛନ୍ତି । ଏପରିକି କମିନ୍ସଙ୍କ ଅନୁପସ୍ଥିତି ଅନୁଭବ କରିହେଉ ନାହିଁ । ଦଳରେ ରହିଥିବା ସାକିବ ହୁସେନ ଓ ପ୍ରଫୁଲ୍ଲ ହିଙ୍ଗେଙ୍କ ଭଳି ଯୁବ ତଥା ଅନଭିଜ୍ଞ ପେସ୍‌ ବୋଲରମାନେ ମଧ୍ୟ ଘାତକ ବୋଲିଂ କରୁଛନ୍ତି । ବୋଲରଙ୍କୁ ସଫଳତାର ସହ ପରିଚାଳନା କରିବା ସର୍ବଦା କଷ୍ଟକର ହୋଇଥାଏ । ମାତ୍ର କିଷନଙ୍କ ଅଧିନରେ ଅନଭିଜ୍ଞ ବୋଲିଂ ବାହିନୀ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । ହାଇଦ୍ରାବାଦ ଆସନ୍ତା ୨୫ ତାରିଖ ଦିନ ରାଜସ୍ଥାନକୁ ଭେଟିବ । କମିନ୍ସ ଏହି ମ୍ୟାଚ ଖେଳିବା ସମ୍ଭାବନା ରହିଛି । ଇଶାନଙ୍କ ନେତୃତ୍ୱକୁ ବି ପ୍ରଶଂସା କରିଛନ୍ତି କମିନ୍ସ । ସେ କହିଛନ୍ତି  ଇଶାନ କିଶାନ ଚମତ୍କାର ଭାବରେ ଦଳକୁ ନେତୃତ୍ୱ ଦେଇଛନ୍ତି ।

ଏହା ବି ପଢନ୍ତୁ...IPL 2026; ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ଦୁଃଖରେ ବୁଡିଲା ଚେନ୍ନାଇ, ଷ୍ଟାର ବୋଲରଙ୍କ ମା'ଙ୍କ ଦେହାନ୍ତ