ପ୍ରମୂଖ ଖବର
  • ନନ୍ଦନକାନନରେ ସିଂହ ଆକାଶର ମୃତ୍ୟୁ
  • ||
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ସନ୍ୟାସ ପରେ ରୋହିତ ଶର୍ମା କରିବେ ରାଜନୀତି ? ସିଏମ୍ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ସାକ୍ଷାତ ପରେ ବଢିଲା ଚର୍ଚ୍ଚା

Published By : prameya | May 14, 2025 6:20 PM

ନୂଆଦିଲ୍ଲୀ,୧୪।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି କ୍ରିକେଟର ରୋହିତ ଶର୍ମା। ମୁମ୍ବାଇ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭେଟିଥିଲେ ରୋହିତ।  ୨୦୧୩ ରୁ ୨୦୨୫ ପର୍ଯ୍ୟନ୍ତ ୧୨ ବର୍ଷ ଧରି ହିଟମ୍ୟାନଙ୍କ ଚମତ୍କାର ଟେଷ୍ଟ କ୍ୟାରିୟର ପାଇଁ ଫଡନଭିସ୍ ତାଙ୍କର ପ୍ରଶଂସା କରିଥିଲେ।ଏହି ବୈଠକରେ, ରାଜ୍ୟ ସରକାର ରୋହିତ ଶର୍ମାଙ୍କ କ୍ରୀଡ଼ା ପ୍ରତି ଉତ୍ସର୍ଗୀକୃତତା ଏବଂ ଅବଦାନକୁ ପ୍ରଶଂସା କରିଥିଲେ। ଫଡନାଭିସ୍ ରୋହିତଙ୍କ ସହ ତାଙ୍କର ସାକ୍ଷାତର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଲେଖିଛନ୍ତି, ମୋର ସରକାରୀ ବାସଭବନ ‘ବର୍ଷା’ରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ସ୍ବାଗତ କରିବା ଓ ତାଙ୍କୁ ଭେଟି କଥା ହେବା ମୋତେ ବହୁତ ଭଲ ଲାଗିଲା। ମୁଁ ଟେଷ୍ଟ କ୍ରିକେଟେରେ ତାଙ୍କ ସନ୍ୟାସ ଓ ତାଙ୍କର ଯାତ୍ରାର ଆଗାମୀ ଚାପ୍ଟରରେ ନିରନ୍ତର ସଫଳତା ପାଇଁ ତାଙ୍କୁ ନିଜର ଶୁଭେଚ୍ଛା ଜଣାଉଛି। ସିଏମ୍‌ ଫଡନାଭିସ୍‌ଙ୍କ ଏହି ପୋଷ୍ଟ ଉପରେ ବହୁ ୟୁଜର୍ସ ଭିନ୍ନ ଭିନ୍ନ ରିଆକ୍ସନ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଯେ, ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ। ସେଭଳି ଆଉ ଜଣେ ୟୁଜର ଲେଖିଛନ୍ତି, ଲାଗୁଛି ସେ ପଲିଟିକ୍ସରେ ଜଏନ୍ କରିପାରନ୍ତି। ଆଉ କେହି ଲେଖିଛନ୍ତି ସେ ଭବିଷ୍ୟତର ପ୍ରଧାନମନ୍ତ୍ରୀ।

୭ ମଇରେ ୩୮ ବର୍ଷୀୟ ରୋହିତ ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ। ଗତ ବର୍ଷ ଟି-୨୦ ଇଣ୍ଟରନ୍ୟାସନାଲରୁ ମଧ୍ୟ ଅବସର ଘୋଷଣା କରିଥିଲେ। ଏବେ ରୋହିତ କେବଳ ଭାରତ ପାଇ ଓ୍ବାନଡେ ମ୍ୟାଚ୍ ଖେଳିବେ। ରୋହିତ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ, ସମସ୍ତଙ୍କୁ ନମସ୍କାର, ମୁଁ ଟେଷ୍ଟ କ୍ରିକେଟରୁ ସନ୍ୟାସ ଦେଉଛି। ହ୍ବାଇଟ ବଲ ଜର୍ସିରେ ନିଜ ଦେଶର ପ୍ରତିନିଧିତ୍ବ କରିବା ମୋ ପାଇଁ ସମ୍ମାନର କଥା। ଚଳିତ ବର୍ଷ ମିଳିଥିବା ଭଲ ପାଇବା ଓ ସମର୍ଥନ ପାଇଁ ଆପଣଙ୍କୁ ଧନ୍ୟବାଦ। ମୁଁ ଓ୍ବାନଡେ ଫର୍ମାଟରେ ଭାରତର ପ୍ରତିନିଧିତ୍ବ କରିବା ଜାରି ରଖିବି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.