ନୂଆବର୍ଷ ୨୦୨୬ରେ ଆତଙ୍କୀ ଆକ୍ରମଣ ବିପଦ , ଅନେକ ସହରରେ ସେଲିବ୍ରେସନ ବାତିଲ
ନବବର୍ଷ ୨୦୨୬କୁ ସ୍ୱାଗତ କରିବାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଅନେକ ସ୍ଥାନରେ ପର୍ଯ୍ୟଟକମାନେ ଏହା ପୂର୍ବରୁ ହିଁ ପହଞ୍ଚିବାରେ ଲାଗିଛନ୍ତି। କିନ୍ତୁ ଏହି ମଧ୍ୟରେ ଅନେକ ପ୍ରମୁଖ ସହର ଗୁଡ଼ିକରେ ନବବର୍ଷର ପୂର୍ବ ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ...
Published By :
Pradesh
- Prameya Bureau |
December 28, 2025 08:35 PM
-
ନୂଆବର୍ଷ ସେଲିବ୍ରେସନର ପ୍ରସ୍ତୁତି ଆରମ୍ଭ
-
ଲସ୍ ଏଞ୍ଜେଲ୍ସରେ ସେଲିବ୍ରେସନ ବାତିଲ
-
ଆତଙ୍କୀ ବିପଦ ଯୋଗୁଁ ସୁରକ୍ଷା କଡ଼ାକଡ଼ି
-
ଷଡ଼ଯନ୍ତ୍ରକୁ ବିଫଳ କରିଛନ୍ତି ତଦନ୍ତକାରୀ
-
ସୁରକ୍ଷା ପ୍ଲାନିଂକୁ ସମୀକ୍ଷା କରାଯାଉଛି
-
ପ୍ୟାରିସ ଚ୍ୟାମ୍ପ୍ସ-ଏଲିସିଜ୍ରେ କନସର୍ଟକୁ ବାତିଲ
ନୂଆଦିଲ୍ଲୀ : ନବବର୍ଷ ୨୦୨୬କୁ ସ୍ୱାଗତ କରିବାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଅନେକ ସ୍ଥାନରେ ପର୍ଯ୍ୟଟକମାନେ ଏହା ପୂର୍ବରୁ ହିଁ ପହଞ୍ଚିବାରେ ଲାଗିଛନ୍ତି। କିନ୍ତୁ ଏହି ମଧ୍ୟରେ ଅନେକ ପ୍ରମୁଖ ସହର ଗୁଡ଼ିକରେ ନବବର୍ଷର ପୂର୍ବ ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରିଦିଆ ଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏହା ପଛର କାରଣ ଆତଙ୍କୀ ବିପଦ , ନିକଟରେ ହିଂସାତ୍ମକ ଘଟଣା ଏବଂ ଗହଳି ପୂର୍ଣ୍ଣ ସମସ୍ୟା ସହ ସାର୍ବଜନିକ ସୁରକ୍ଷା ଚିନ୍ତା ରହିଛି। ଦ ମିରର ୟୁଏସ୍ ଓ ଫକ୍ସ ନ୍ୟୁଜ୍ର ରିପୋର୍ଟ ଅନୁସାରେ ,ଏହି ନିର୍ଣ୍ଣୟ ଐତିହାସିକ ଓ ଏହାର ଉଦ୍ଦେଶ୍ୟ ସାମୂହିକ ଉତ୍ସହ ସହ ଜଡ଼ିତ ବିପଦକୁ ହ୍ରାସ କରିବା। ଚଳିତ ମାସର ଆରମ୍ଭରେ ଆମେରିକୀୟ ସଂଘୀୟ ଅଧିକାରୀମାନେ ଲସ୍ ଏଞ୍ଜେଲ୍ସରେ ନବବର୍ଷର ପୂର୍ବ ସନ୍ଧ୍ୟାରେ କଥିତ ବୋମା ବିସ୍ଫୋରଣର ଷଡ଼ଯନ୍ତ୍ରକୁ ଭଣ୍ଡୁର କରି ଦେଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ମୋଜାୱେ ମରୁଭୂମିରେ ହମଲାର ପୂର୍ବାଭ୍ୟାସ କରିବା ସମୟରେ ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ଥିଲା।
ଲସ୍ ଏଞ୍ଜେଲ୍ସରେ ବୋମା ଧମାକାର ଅସଫଳ ଷଡ଼ଯନ୍ତ୍ର ଆହୁରି ଚିନ୍ତାକୁ ବଢାଇ ଦେଇଛି। ଏଫବିଆଇ କହିଛି ଯେ, ସନ୍ଦିଗ୍ଧ ଅନେକ ସ୍ଥାନରେ ତୁରନ୍ତ ବିସ୍ଫୋରକ ଉପକରଣରେ ସମନ୍ୱିତ ହମଲାର ଯୋଜନା ପ୍ରସ୍ତୁତ କରିଥିଲେ। ପ୍ରଥମ ସହାୟକ ଆମେରିକୀୟ ଅଟର୍ଣ୍ଣି ବିଲ୍ ଏସସେଲି କହିଛନ୍ତି ଯେ, ତଦନ୍ତକାରୀମାନେ ଷଡ଼ଯନ୍ତ୍ରକୁ ସଫଳ ଦେବାରେ ପୂର୍ବରୁ ହସ୍ତକ୍ଷେପ କରି ଦେଇ ଥିଲେ। ସବୁ ସନ୍ଦିଗ୍ଧ ଲସ୍ ଏଞ୍ଜେଲ୍ସ ଅଞ୍ଚଳର ନିବାସୀ। ତାଙ୍କ ଉପରେ ଅଭିଯୋଗ ହୋଇଛି।ଲସ୍ ଏଞ୍ଜେଲ୍ସ ସହରର ଅଧିକାରୀମାନେ ସମାରୋହକୁ ରଦ୍ଦ କରି ନାହାନ୍ତି , କିନ୍ତୁ ସୁରକ୍ଷା ଯୋଜନାର ବାରମ୍ୱାର ସମୀକ୍ଷା କରାଯାଉଛି।
ପ୍ୟାରିସରେ ପୁଲିସର ଅନୁରୋଧରେ ସହରର ଅଧିକାରୀମାନେ ଚ୍ୟାମ୍ପସ-ଏଲିସିଜ୍ରେ ହେବାକୁ ଥିବା ନବ ବର୍ଷର ପୂର୍ବ ସନ୍ଧ୍ୟାର ସଙ୍ଗୀତ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଛନ୍ତି। ଏହା ପଛର କାରଣ ପ୍ରବଳ ଭିଡ଼ରେ ଦଳଚକଟାର ଆଶଙ୍କା। ଆର୍କ ଡି ଟ୍ରାୟମ୍ଫରେ ଆତସବାଜିର କାର୍ଯ୍ୟକ୍ରମ ଜାରି ରହିବ, କିନ୍ତୁ ଲାଇଭ୍ ପ୍ରଦର୍ଶନ ପରିବର୍ତ୍ତେ ପୂର୍ବରୁ ହିଁ ରେକର୍ଡେଡ୍ ସଙ୍ଗୀତ ପ୍ରସାରିତ କରାଯିବ। ପ୍ୟାରିସ୍ର ୮ତମ ଅରୋଣ୍ଡିସମେଣ୍ଟର ମେୟର ଜିନ ଡି’ହାଉଟେସେର କହିଛନ୍ତି ଯେ, ଏହି କ୍ଷେତ୍ର ବହୁ ସଂଖ୍ୟାରେ ଲୋକଙ୍କ ଆତୟାତ ପାଇଁ ଉପଯୁକ୍ତ ନୁହେଁ।
ସିଡନୀରେ ଚଳିତ ମାସର ଆରମ୍ଭରେ ବଣ୍ଡି ବିଚ୍ରେ ହୋଇଥିବା ଘାତକ ଆତଙ୍କବାଦୀ ହମଲା ପରେ ବଣ୍ଡି ବିଚ୍ରେ ନବବର୍ଷର ପୂର୍ବ ସନ୍ଧ୍ୟାର କାର୍ଯ୍ୟକ୍ରମ ବାତିଲ କରିଦିଆ ଯାଇଛି। ୱେଭରଲି କାଉନ୍ସିଲ କହିଛି ଯେ, ଏହି ନିଷ୍ପତ୍ତି ଗ୍ରାଉଣ୍ଡ ସ୍ଥିତି ଓ ଜନ ସୁରକ୍ଷାର ଚିନ୍ତାର କାରଣରୁ ନିଆ ଯାଇଛି। ଆୟୋଜକମାନେ ଏହି ସହରର ୟେହୁଦୀ ସଂପ୍ରଦାୟ ସହ ଏକତା ଦେଖାଇବା ପୂର୍ବକ ମଧ୍ୟ କହିଛନ୍ତି।
ବେଲଗ୍ରେଡ୍ ମଧ୍ୟ ନିଜର ଅଫିସିଆଲି ନବବର୍ଷର ପୂର୍ବସନ୍ଧ୍ୟାର ଉତ୍ସବକୁ ବାତିଲ କରିଦେଇଛି। ସହରରର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏହି ବର୍ଷ କୌଣସି ସଂଗଠିତ କାର୍ଯ୍ୟକ୍ରମ ହେବ ନାହିଁ।